MATH PPTs ନବମ ଓ ଦଶମ ଶ୍ରେଣୀ BSE ODISHA ODIA MEDIUM

MATH PPTs ନବମ ଓ ଦଶମ ଶ୍ରେଣୀ BSE ODISHA   ODIA MEDIUM  To get the PPTs Click on the Chapter Name ଦଶମ ଶ୍ରେଣୀ ବୀଜଗଣିତ   1. ସରଳ ସହ ସମୀକରଣ 2. ଦ୍ଵିଘାତ ସମୀକରଣ       ଦ୍ୱିଘାତ ସମୀକରଣ PPT 2 3. ସମାନ୍ତର ପ୍ରଗତି 4. ସମ୍ଭାବ୍ୟତା   5. ପରିସଂଖ୍ୟାନ 6. ସ୍ଥାନାଙ୍କ ଜ୍ୟାମିତି ଦଶମ ଶ୍ରେଣୀ ଜ୍ୟାମିତି   1. ଜ୍ୟାମିତିରେ ସାଦୃଶ୍ୟ  2. ବୃତ୍ତ 3. ବୃତ୍ତର ସ୍ପର୍ଶକ 4. ତ୍ରିକୋଣମିତି 5. ପରିମିତି 6. ଅଙ୍କନ  ନବମ ଶ୍ରେଣୀ ବୀଜଗଣିତ  1. ସେଟ୍ ପ୍ରକ୍ରିୟା ଏବଂ ସେଟର ପ୍ରୟୋଗ 2. ବାସ୍ତବ ସଂଖ୍ୟା 3. ବୀଜଗାଣିତିକ ପରିପ୍ରକାଶ ଓ ଅଭେଦ 4. ବୀଜଗାଣିତିକ ସମୀକରଣ 5. ସ୍ଥାନାଙ୍କ ଜ୍ୟାମିତି 6. ଅନୁପାତ ଓ ସମାନୁପାତ  7. ପରିସଂଖ୍ୟାନ  8. ସମ୍ଭାବ୍ୟତା ନବମ ଶ୍ରେଣୀ ଜ୍ୟାମିତି 1. ରେଖା ଓ କୋଣ 2. ତ୍ରିଭୁଜମାନଙ୍କର  ସର୍ବସମତା 3. ଚତୁର୍ଭୂଜ  4. କ୍ଷେତ୍ରଫଳ 5. ପରିମିତି 6. ଅଙ୍କନ  7. ତ୍ରିକୋଣମିତି

BSE Odisha Class 9 Life Science Chapter 5 Question Answer ନବମ ଶ୍ରେଣୀ ଜୀବ ବିଜ୍ଞାନ ପଞ୍ଚମ ଅଧ୍ୟାୟ (ରୋଗ ଓ ତାହାର ନିରାକରଣ) ପ୍ରଶ୍ନୋତ୍ତର

BSE Odisha Class 9 Life Science Chapter 5 Question Answer ନବମ ଶ୍ରେଣୀ ଜୀବ ବିଜ୍ଞାନ ପଞ୍ଚମ ଅଧ୍ୟାୟ (ରୋଗ ଓ ତାହାର ନିରାକରଣ) ପ୍ରଶ୍ନୋତ୍ତର



     ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର


1. ସ୍ବାସ୍ଥ୍ୟର ସଂଜ୍ଞା କ'ଣ ? ଗୋଷ୍ଠୀଗତ ଓ ବ୍ୟକ୍ତିଗତ ସ୍ବାସ୍ଥ୍ୟ କିପରି ପରସ୍ପର ସମ୍ବନ୍ଧିତ ଉଦାହରଣସହ ବର୍ଣ୍ଣନା କର ।

ସ୍ଵାସ୍ଥ୍ୟର ସଂଜ୍ଞା : ସମ୍ପୂର୍ଣ ଶାରୀରିକ, ମାନସିକ ଓ ସାମାଜିକ ସୁସ୍ଥାବସ୍ଥା ହିଁ ପ୍ରକୃତ ସ୍ଵାସ୍ଥ୍ୟ ।
 i) ଗୋଷ୍ଠୀଗତ ସ୍ଵାସ୍ଥ୍ୟକୁ ଜନସ୍ଵାସ୍ଥ୍ୟ ରୂପେ ବିବେଚନା କରାଯାଏ । 
ii) ଜନସାଧାରଣଙ୍କ ସ୍ବାସ୍ଥ୍ୟର ଉନ୍ନତି ବିଧାନ ଓ ସୁରକ୍ଷା ବ୍ୟକ୍ତିଗତ ଉଦ୍ୟମଦ୍ୱାରା ହୋଇପାରିବ ନାହିଁ । ଏଥିପାଇଁ ବ୍ୟକ୍ତିଗତ ଉଦ୍ୟମ ଯେତିକି ଲୋଡ଼ା, ସେତିକି ଲୋଡ଼ା ସମାଜର ଅନ୍ୟ ବ୍ୟକ୍ତିମାନଙ୍କର ସହାୟତା ବା ଗୋଷ୍ଠୀ ସହାୟତା ।
iii) ଆମେ ଆମର ନିଜ ଗୃହ ପରିବେଶକୁ ଯେତେ ସଫାସୁତୁରା ରଖିଲେ କିମ୍ବା ମଶାମାଛିମାନଙ୍କ ବଂଶବୃଦ୍ଧିକୁ ରୋକିବାପାଇଁ ଯେତେ ଉଦ୍ୟମ କଲେ କିମ୍ବା ଆବର୍ଜନା ନିଷ୍କାସନ ପାଇଁ ଯେତେ ସାବଧାନତା ଅବଲମ୍ବନ କଲେ ମଧ୍ୟ ପଡ଼ା-ପଡ଼ୋଶୀମାନେ  ଏହି ପ୍ରକାରର ପଦକ୍ଷେପ ନ ନେଲେ ଆମ ପରିବାରର ସଦସ୍ୟମାନେ ଅସୁସ୍ଥ ହୋଇପଡ଼ିବା ଅସମ୍ଭବ ନୁହେଁ ।

iv) ହଇଜାଭଳି ମହାମାରୀ ବ୍ୟାପିଥିବାବେଳେ ଗ୍ରାମବାସୀମାନଙ୍କର ମିଳିତ ଉଦ୍ୟମ ହିଁ ଏହାକୁ ଅତିଶୀଘ୍ର  ରୋକି ପାରିବ । ଗ୍ରାମ ପରିବେଶକୁ ନିର୍ମଳ ରଖିବା ବ୍ୟକ୍ତିଗତ ପ୍ରଚେଷ୍ଟାରେ ବିଶେଷ ସଫଳ ହେବ ନାହିଁ, କିନ୍ତୁ ସମସ୍ତେ ଏକଲକ୍ଷ୍ୟ ଓ  ଏକମନ ହୋଇ ଲାଗିପଡ଼ିଲେ, ବିଶୁଦ୍ଧ ପାନୀୟଜଳ ଯୋଗାଣ, ଆବର୍ଜନା ନିଷ୍କାସନ ଆଦି ସୁଗମ ହୋଇ ରୋଗ ସହଜରେ ନିୟନ୍ତ୍ରିତ ହୋଇପାରିବ ।

v) ଗୋଷ୍ଠୀଗତ ସ୍ଵାସ୍ଥ୍ୟର ଅର୍ଥ ସାମୂହିକ ସ୍ୱାସ୍ଥ୍ୟ । ଗୋଷ୍ଠୀର ସ୍ୱାସ୍ଥ୍ୟ ଅତୁଟ ରହିଲେ ଗେଷ୍ଠୀ ଅନ୍ତର୍ଭୁକ୍ତ ପ୍ରତ୍ୟେକ ବ୍ୟକ୍ତିଙ୍କ 'ସ୍ଵାସ୍ଥ୍ୟ ଅତୁଟ ରହିବାର ସମ୍ଭାବନା ଯଥେଷ୍ଟ ଅଧିକ ହେବ । ତେଣୁ ଗୋଷ୍ଠୀଗତ ସ୍ବାସ୍ଥ୍ୟ ଓ ବ୍ୟକ୍ତିଗତ ସ୍ବାସ୍ଥ୍ୟ ପରସ୍ପର ନିର୍ଭରଶୀଳ । 

2. ଜଣେ ସ୍ଵାସ୍ଥ୍ୟକର୍ମୀ ବା ନର୍ସ ବା ଡାକ୍ତର ଦୈନିକ ଅନେକ ରୋଗୀଙ୍କ ସଂସ୍ପର୍ଶରେ ଆସୁଥିବାବେଳେ ସେମାନଙ୍କୁ କାହିଁକି କ୍ଵଚିତ୍ ରୋଗ ହୁଏ ତାହା ବର୍ଣ୍ଣନା କର ।

ଉ:- ରୋଗ ହେବାର କାରଣ ରୋଗର କାରକ ଓ ଏହି କାରକଗୁଡ଼ିକର ବାହକ, ଯଥା - ଖାଦ୍ୟ, ପାନୀୟ, ମଶା, ମାଛି ଇତ୍ୟାଦି ।

i) ରୋଗର କାରକଗୁଡ଼ିକ, ଯଥା – ଜୀବାଣୁ, ଭୂତାଣୁ, ଅଣୁଜୀବ ଇତ୍ୟାଦି ରୋଗୀ ଶରୀରରୁ ତା’ର ମଳ, ମୂତ୍ର, ଛିଙ୍କ, କାଶ ଇତ୍ୟାଦି ଜରିଆରେ ବାହାରକୁ ଆସନ୍ତି ଓ ବିଭିନ୍ନ ବାହକ ମାଧ୍ୟମରେ ସୁସ୍ଥଲୋକର ଶରୀରରେ ପ୍ରବେଶ କରି ରୋଗ ଜନ୍ମାନ୍ତି ।

ii) ରୋଗର କାରକ ଓ ସେମାନଙ୍କର ବାହକମାନଙ୍କ ବିଷୟରେ ଭଲ ଭାବରେ ଅବଗତ ହୋଇ ସେମାନଙ୍କ ପ୍ରତି ସଚେତନ ରହିଲେ ସେମାନେ ସୁସ୍ଥବ୍ୟକ୍ତିର ଶରୀରରେ ପ୍ରବେଶ କରିବାର ସୁଯୋଗ ପାଆନ୍ତି ନାହିଁ ।

iii) ସ୍ଵାସ୍ଥ୍ୟକର୍ମୀ, ନର୍ସ ବା ଡାକ୍ତର ରୋଗର କାରକ, ବାହକ ଓ ଏମାନଙ୍କର ସଂକ୍ରମଣର ବିଭିନ୍ନ ମାଧ୍ୟମ ବିଷୟରେ ଉତ୍ତମ ରୂପେ ଅବଗତ ଥାଆନ୍ତି ଓ ସେମାନଙ୍କ ପ୍ରତି ସତର୍କ ରହିଥାଆନ୍ତି ।

iv) ଏତଦ୍‌ବ୍ୟତୀତ ସଂକ୍ରାମକ ରୋଗର କାରକ ଯଥା – ଜୀବାଣୁ, ଭୂତାଣୁ, ଅଣୁଜୀବ ବା ବାକ୍ଟେରିଆ ଆଦିଙ୍କର ଶିକାର ନ ହେବା ପାଇଁ ଯଥାସମୟରେ ରୋଗ ପ୍ରତିଷେଧକ ଟୀକା ବା ଇଂଜେକସନ ନେଇ ଥାଆନ୍ତି ।

v) ତେଣୁ ସେମାନଙ୍କ ଶରୀରରେ ରୋଗ କାରକଗୁଡ଼ିକ ପ୍ରବେଶକଲେ ମଧ୍ୟ ମୃତ୍ୟୁବରଣ କରନ୍ତି, ଫଳରେ ସ୍ୱାସ୍ଥ୍ୟକର୍ମୀ ନର୍ସ ଓ ଡାକ୍ତରଙ୍କୁ ରୋଗ ହୁଏ ନାହିଁ ବା କ୍ଵଚିତ୍ ହୁଏ ।

3. ରୋଗର ପ୍ରକାରଭେଦ ଲେଖ । ଗୋଟିଏ ସଂକ୍ରାମକ ରୋଗର କାରଣ କ'ଣ ହୋଇପାରେ ଉଦାହରଣ ସହ ବୁଝାଅ । 
ଉ- ରୋଗ ଗୋଷ୍ଠୀକୁ ମୁଖ୍ୟତଃ ଦୁଇପ୍ରକାରରେ ବିଭକ୍ତ କରାଯାଇଛି, ଯଥା - (1) ସଂକ୍ରାମକ ରୋଗ ଓ (2) ଅଣସଂକ୍ରାମକ ରୋଗ ।

i) ସଂକ୍ରାମକ ରୋଗଗୁଡ଼ିକ ହେଉଛି ସେହି ପ୍ରକାର ରୋଗ, ଯାହା ଜୀବାଣୁ, ଭୂତାଣୁ, ପରଜୀବୀ ବା କବକ ଭଳି ଅଣୁଜୀନମାନଙ୍କ ଦ୍ୱାରା ଜାତ ହୋଇଥାଏ । ଯେକୌଣସି ଜାତିର ଅଣୁଜୀବ ସୁସ୍ଥବ୍ୟକ୍ତିଙ୍କୁ ଆକ୍ରମଣ କରି ତାଙ୍କୁ ରୋଗଗ୍ରସ୍ତ  କରାଇଦିଅନ୍ତି ।

ii) ସଂକ୍ରାମକ ରୋଗୀର ସଂସ୍ପର୍ଷରେ ଆସିଲେ ସୁସ୍ଥ ବ୍ୟକ୍ତି ମଧ୍ୟ ସଂକ୍ରମିତ ହୋଇପଡ଼େ । 

iii) ବିଭିନ୍ନ ପ୍ରଣାଳୀରେ, ଯଥା – ବାୟୁଦ୍ଵାରା, ଜଳଦ୍ଵାରା, ଖାଦ୍ୟ ଓ ପାନୀୟଦ୍ଵାରା ବାହିତହୋଇ ରୋଗୀର ଶରୀରରୁ ନିର୍ଦ୍ଦିଷ୍ଟ ଅଣୁଜୀବ କିମ୍ବା ଅଣୁଜୀବଠାରୁ ନିଃସୃତ ବିଷ ସୁସ୍ଥଲୋକର ଶରୀରକୁ ସଂଚାରିତ ହେଇ ତାକୁ ରୋଗାକ୍ରାନ୍ତ କରାଇଥାଏ । ଉଦାହରଣ- କଲେରା ଏକ ସଂକ୍ରାମକ ରୋଗ । ଭିବ୍ରିଓ କଲେରି (Vibrio cholerae) ନାମକ ଜୀବାଣୁ ଏହି ରୋଗ ସୃଷ୍ଟିର କାରଣ ।

iv) ଏହି ଜୀବାଣୁ ସଂକ୍ରମିତ ଖାଦ୍ୟ ଓ ପାନୀୟ ମାଧ୍ୟମରେ ବା ରୋଗୀ ବ୍ୟବହାର କରୁଥିବା ଲୁଗାପଟା, ବାସନକୁସନ  ଓ ଅନ୍ୟାନ୍ୟ ପଦାର୍ଥ ଦ୍ଵାରା  ବାହିତହୋଇ ସୁସ୍ଥଲୋକର ଶରୀରରେ ପ୍ରବେଶ କରେ । 
v)  ଜୀବାଣୁ ପ୍ରବେଶ କରିବାର ଅଳ୍ପ କେତେଘଣ୍ଟାଠାରୁ ଆରମ୍ଭ କରି ହାରାହାରି 5 ଦିନ ମଧ୍ୟରେ ସୁସ୍ଥଲୋକଠାରେ କଲେରା ରୋଗର ଲକ୍ଷଣ ପ୍ରକାଶ ପାଇଥାଏ ଓ ତାକୁ କଲେରା ରୋଗ ହେଲା ବୋଲି କୁହାଯାଏ ।

4. ଆଣ୍ଟିବାଇଓଟିକ୍ ଔଷଧ ବାକ୍ଟେରିଆକୁ ନଷ୍ଟ କଲାବେଳେ ଭାଇରସକୁ କାହିଁକି ନଷ୍ଟ କରିପାରେ ନାହିଁ ତାର ବିଜ୍ଞାନସମ୍ମତ କାରଣ ଦର୍ଶାଅ ।

ଉ: ଆଣ୍ଟିବାଇଓଟିକ୍ ଔଷଧ ବାକ୍ଟେରିଆ କୋଷର ଜୈବ ରାସାୟନିକ ପ୍ରକ୍ରିୟାକୁ ବନ୍ଦ କରି ସେମାନଙ୍କୁ ନଷ୍ଟ କରିଦିଏ । କିନ୍ତୁ ଭାଇରସ୍‌ର ନିଜସ୍ଵ ଜୈବ ରାସାୟନିକ ପ୍ରକ୍ରିୟା ନ ଥିବାରୁ ଆଣ୍ଟିଟାଇଓଟିକ୍ ଔଷଧଦ୍ଵାରା ସେମାନଙ୍କର ଜୈବ ରାସାୟନିକ ପ୍ରକ୍ରିୟା ବନ୍ଦ କରି ସେମାନଙ୍କୁ ନଷ୍ଟ କରିବାର ପ୍ରଶୁରଠେ ନାହିଁ । ତେଣୁ ଭାଇରସ୍‌ମାନେ ଆଣ୍ଟିବାଇଓଟିକ ଦ୍ବାରା ନଷ୍ଟ ହୁଅନ୍ତି ନାହିଁ ।

5.ରୋଗୀର ଚିକିତ୍ସା ନିମନ୍ତେ କି କି ପଦ୍ଧତି ଅବଲମ୍ବନ କରାଯାଏ ଉଦାହରଣ ସହ ବର୍ଣ୍ଣନା କର ।

ହେଇଥିବା ଉପସର୍ଗିକୁ ଆୟକ କରିବା ଓ ଦ୍ଵିତୀୟ ଉପାୟଟି ହେଲା ରୋଗ ସୃଷ୍ଟିକାରୀ ଅଣୁଜୀବଙ୍କୁ ବିନାଶ କରିବା । – ଉଦାହରଣସ୍ୱରୂପ ଜ୍ଵର ହେଲେ ଶରୀରର ତାପମାତ୍ରା ବୃଦ୍ଧିହେବା ସଙ୍ଗେ ସଙ୍ଗେ ବିଭିନ୍ନ ଅଙ୍ଗରେ ପୀଡ଼ା ବା ବେଦନା ସୃଷ୍ଟି ହୁଏ । ଏହି ଉପସର୍ଗକୁ ନିବାରଣ କରିବାପାଇଁ ତାପହାସକାରୀ ବା ବେଦନା ନିବାରକ ଔଷଧ ସେବନ କରାଯାଏ । ଏହି ଔଷଧ ରୋଗର ଉପସର୍ଗକୁ ନାଶ କରେ; କିନ୍ତୁ ରୋଗ ସୃଷ୍ଟିକାରୀ ଅଜୀବନ ବିନାଶ କରିପାରେ ନାହିଁ । ତେଣୁ ଦ୍ଵିତୀୟ ଉପାୟଟି ହେଲା ଆଣ୍ଟିବାଇଓଟିକ୍ ଔଷଧ ପ୍ରୟୋଗଦ୍ଵାରା ରୋଗ ସୃଷ୍ଟିକାରୀ ବାକ୍ଟେରିଆ, କଳକ ଇତ୍ୟାଦିକୁ

ବିନାଶ କରିବା ।

  
6..ରୋଗ ପ୍ରତିଷେଧକ ବ୍ୟବସ୍ଥା କ’ଣ ? ଆମ ଶରୀରରେ ରୋଗ ପ୍ରତିରୋଧ ଶକ୍ତି କିପରି ବୃଦ୍ଧି କରାଯାଇପାରିବ ଉଲ୍ଲେଖ କର ।

i) ରୋଗ ନ ହେବାପାଇଁ ଯେଉଁସବୁ ସତର୍କତାମୂଳକ ବ୍ୟବସ୍ଥା ଗ୍ରହଣ କରାଯାଏ ସେଗୁଡ଼ିକୁ ରୋଗ ପ୍ରତିଷେଧକ ବ୍ୟବସ୍ଥା କୁହାଯାଏ ।

– ଏହା ଦୁଇଟି ଉପାୟରେ କରାଯାଇପାରେ, ଯଥା –

1. ସାଧାରଣ ବ୍ୟବସ୍ଥା, ଯଥା- ସଂକ୍ରମକ ରୋଗର ପ୍ରସାର ରୋକିବା ।

2. ନିର୍ଦ୍ଦିଷ୍ଟ ବ୍ୟବସ୍ଥା; ଯଥା— ଟୀକାକରଣ ପଦ୍ଧତିଦ୍ବାରା ରୋଗର ନିର୍ଦ୍ଦିଷ୍ଟ ପ୍ରତିଷେଧକ ବ୍ୟବସ୍ଥା କରିବା ।
 ii ) ଆମ ଶରୀରରେ ରୋଗ ପ୍ରତିରୋଧକାରୀ କୋଷଗୁଡ଼ିକର ସଂଖ୍ୟା ବୃଦ୍ଧି ଉତ୍ତମ ଖାଦ୍ୟ ଉପରେ ନିର୍ଭର କରିଥାଏ  । ତେଣୁ ଆମେ ସୁଷମ ଖାଦ୍ୟ ଖାଇଲେ ରୋଗ ପ୍ରତିରୋଧକାରୀ କୋଷଗୁଡ଼ିକର ସଂଖ୍ୟା ବୃଦ୍ଧି ଘଟି ରୋଗ ପ୍ରତିରୋଧ ଶକ୍ତିର ବୃଦ୍ଧି ଘଟିବ ।

7. ଟାଇଫଏଡ୍ ରୋଗର କାରଣ, ଲକ୍ଷଣ ଓ ନିବାରଣ ସଂକ୍ଷେପରେ ଲେଖ ।
ଉ:  (A)କାରଣ
 i) ସାଲମୋନେଲା ଟାଇଫି (Salmonella typhi) ନାମକ ଏକ ବାକ୍ଟେରିଆ ଟାଇଫଏଡ ଜ୍ଵରର କାରକ । 
ii) ରୋଗୀର ମଳ ସହିତ ଏହି ବାକ୍ଟେରିଆ ଗୁଡିକ ନିର୍ଇଗତ ହୋଇ ଖାଦ୍ୟ ଓ ଜଳ ମାଧ୍ଯମରେ ସୁସ୍ଥଲୋକର ଶରୀରରେ ପ୍ରବେଶ କରି ରୋଗ ସୃଷ୍ଟିକରନ୍ତି ।

2. ଲକ୍ଷଣ :

i)  ରୋଗର ପ୍ରଥମ ଅବସ୍ଥାରେ ମୁଣ୍ଡବ୍ୟଥା, ଦୁର୍ବଳତା, ତଣ୍ଟି ଦରଜ ଓ କୋଷ୍ଟକାଠିନ୍ୟ ଆଦି ଲକ୍ଷଣ ପ୍ରକାଶ ପାଇ ଧୀରେ ଧିରେ ଜ୍ଵର ହୁଏ ।

ii)  ପରବର୍ତ୍ତୀ ଅବସ୍ଥାରେ କ୍ଷୁଦ୍ରାନ୍ତ୍ରରେ ଘା' ହୋଇ ବାନ୍ତି, ତରଳ ଝାଡା ଓ ଉଦର ଯନ୍ତ୍ରଣା ହୁଏ ।

(C) ନିବାରଣ :
  ରୋଗୀରର ମଳ ଯେପରି ସର୍ବସାଧାରଣ ବ୍ୟବହାର କରୁଥିବା ଜଳାଶୟରେ ନ ମିଶେ, ସେଥି ପ୍ରତି ସତର୍କ ରହିବା ସଙ୍ଗେ ସଙ୍ଗେ ଡାକ୍ତରଙ୍କ ସହିତ ପରାମର୍ଶ କରି ପ୍ରତିଷେଧକ ଟୀକା ନେବା ଉଚିତ ।

8. ପୋଲିଓ ରୋଗର କାରଣ, ଲକ୍ଷଣ ଓ ନିବାରଣ ସଂକ୍ଷେପରେ ବର୍ଣ୍ଣନା କର ।

ଉ: (A) କାରଣ: ପୋଲିଓ ରୋଗର ଅଣୁୁଜୀବ ରୋଗୀର ମଳଦ୍ୱାରା ରୋଗୀ ଶରୀରରୁ ନିର୍ଗତ ହୋଇ ଖାଦ୍ୟ ଓ ଜଳ ମାଧ୍ୟମରେ ସୁସ୍ଥଲୋକର 
ଶରୀରରେ ପ୍ରବେଶ କରିଥାଏ ।

ii) ତା’ପରେ ଏଇ ଭାଇରସଗୁଡ଼ିକ ସୁସ୍ଥଲୋକର ଅନ୍ତ୍ରନାଳୀରୁ ରକ୍ତଦେଇ କେନ୍ଦ୍ରୀୟ ସ୍ନାୟୁତନ୍ତ୍ର ଅର୍ଥାତ, ମସ୍ତିଷ୍କ ଓ ସୁଷୁମ୍ନାକାଣ୍ଡରେ ପହଞ୍ଚି ସେଠାରେ ରୋଗ ସୃଷ୍ଟି କରିଥା'ନ୍ତି ।

(B) ଲକ୍ଷଣ

i) ପୋଲିଓ ରୋଗରେ ମସ୍ତିଷ୍କ ଓ ସୁଷୁମ୍ନାକାଣ୍ଡରେ  ପ୍ରଦାହ ସୃଷ୍ଟି ହୁଏ ଓ ରୋଗୀର ବେକର ମାଂସପେଶୀ ଦୃଢ ହୋଇଯାଏ । ତେଣୁ ରୋଗୀ ମୁଣ୍ଡ ନୁଆଁଇପାରେ ନାହିଁ ।

ii) ଏହି ରୋଗରେ ଅତ୍ୟଧିକ ଜ୍ଵର, ମୁଣ୍ଡବ୍ୟଥା, ସର୍ବାଙ୍ଗ ପୀଡ଼ା ହେବାସହ ପକ୍ଷାଘାତ ଅନୁଭୂତ ହୁଏ ।

(C) ନିବାରଣ :

ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ପଲସ୍  ପୋଲିଓ କାର୍ଯ୍ୟକ୍ରମ ଜରିଆରେ ଜନ୍ମଠାରୁ 5 ବର୍ଷ ବୟସର ସମସ୍ତ ଶିଶୁଙ୍କୁ ଗୋଟିଏ ଦିନରେ ଟୀକାକରଣ କରି ଦେଶକୁ ସମ୍ପୂର୍ଣ ପୋଲିଓ ମୁକ୍ତ କରାଯାଇପାରିବ ।

9. ପାର୍ଥକ୍ୟ ଦର୍ଶାଅ :

(କ) ଗୋଷ୍ଠୀଗତ ସ୍ବାସ୍ଥ୍ୟ ଓ ବ୍ୟକ୍ତିଗତ ସ୍ୱାସ୍ଥ୍ୟ

(ଖ) ସୁସ୍ଥ ଓ ନୀରୋଗ

(ଗ) ଆକ୍ୟୁଟ୍ ରୋଗ ଓ କ୍ରନିକ୍ ରୋଗ

(ଘ) ସଂକ୍ରାମକ ରୋଗ ଓ ଅଣସଂକ୍ରାମକ ରୋଗ 

(ଙ) ସାଧାରଣ ଚିକିତ୍ସା ବ୍ୟବସ୍ଥା ଓ ନିର୍ଦ୍ଦିଷ୍ଟ ଚିକିତ୍ସା ବ୍ୟବସ୍ଥା

(ଚ) ଆନୋରକ୍ସିଆ ନରଭୋସା ଓ ବୁଲିମିଆ ନରଭୋସା

ଉ: 
(କ) ଗୋଷ୍ଠୀଗତ ସ୍ବାସ୍ଥ୍ୟ ଓ ବ୍ୟକ୍ତିଗତ ସ୍ୱାସ୍ଥ୍ୟ







(ଖ) ସୁସ୍ଥ ଓ ନୀରୋଗ ମଧ୍ୟରେ ପାର୍ଥକ୍ୟ : 

ଯେଉଁ ବ୍ୟକ୍ତିର ମାନସିକ, ଶାରିରୀକ ଓ କାର୍ଯ୍ୟଦକ୍ଷତା ଠିକ୍ ରହିଥାଏ ତାକୁ ନୀରୋଗ ବା ସୁସ୍ଥ କୁହାଯାଏ । ତେଣୁ ସୁସ୍ଥ ବା ନୀରୋଗ କହିଲେ ରୋଗମୁକ୍ତ ଅବସ୍ଥାକୁ ବୁଝାଏ ।


(ଗ) ଆକ୍ୟୁଟ୍ ରୋଗ ଓ କ୍ରନିକ୍ ରୋଗ





(ଘ) ସଂକ୍ରାମକ ରୋଗ ଓ ଅଣସଂକ୍ରାମକ ରୋଗ 






(ଙ) ସାଧାରଣ ଚିକିତ୍ସା ବ୍ୟବସ୍ଥା ଓ ନିର୍ଦ୍ଦିଷ୍ଟ ଚିକିତ୍ସା ବ୍ୟବସ୍ଥା



(ଚ) ଆନୋରକ୍ସିଆ ନରଭୋସା ଓ ବୁଲିମିଆ ନରଭୋସା






10. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

(କ) ରୋଗ ହେଲେ କିପରି ଚିହ୍ନିବା ?

ଉ: ଜୀବ ଶରୀରର ବିଭିନ୍ନ ଅଙ୍ଗ, ଅଙ୍ଗସଂସ୍ଥାନ ଆଦିର କାର୍ଯ୍ୟରେ କିଛି ବ୍ୟତିକ୍ରମ ଘଟି କିଛି ଅସ୍ଵାଭାବିକ ଲକ୍ଷଣ ଦେଖାଦେଲେ ରୋଗ ହୋଇଛି ବୋଲି ଅନୁମାନ କରାଯାଏ ।

(ଖ) ରୋଗ ନିରୂପଣ ବେଳେ ଡାକ୍ତର କାହିଁକି ରୋଗୀର ମଳ, ମୂତ୍ର, ରକ୍ତ ଆଦି ପରୀକ୍ଷା କରିଥା'ନ୍ତି ?

ଉ: ସବୁବେଳେ ଗୋଟିଏ ନିର୍ଦ୍ଦିଷ୍ଟ ଲକ୍ଷଣରୁ ଗୋଟିଏ ନିର୍ଦ୍ଦିଷ୍ଟ ରୋଗର ସୂଚନା ମିଳୁ ନ ଥିବାରୁ ରୋଗୀର ସଠିକ ରୋଗ ନିରୂପଣ କଲାବେଳେ ରକ୍ତ, ମଳ, ମୂତ୍ର, କଫ, ଧାତୁ ଇତ୍ୟାଦିର ଡାକ୍ତରୀ ପରୀକ୍ଷା କରିଥାଆନ୍ତି ।

(ଗ) ରୋଗର ସହାୟକ କାରଣ କହିଲେ କ’ଣ ବୁଝ ?

 ଉ: କୌଣସି ବ୍ୟକ୍ତି ପାଇଁ ଉପଯୁକ୍ତ ପୋଷକର ଅଭାବ, ପୋଷକ ପାଇଁ ସମ୍ବଳର ଅଭାବ, ଉପଯୁକ୍ତ ଜନସ୍ୱାସ୍ଥ୍ୟ ପରିମଳ ବ୍ୟବସ୍ଥାର ଅଭାବ ଆଦି ରୋଗର ସହାୟକ କାରଣ । 

(ଘ) ଟୀକାକରଣ କାର୍ଯ୍ୟକ୍ରମର ସଫଳତା କାହା ଉପରେ ନିର୍ଭର କରିଥାଏ ?

ଉ: ଟୀକାକରଣ କାର୍ଯ୍ୟକ୍ରମର ସଫଳତା ସାମୂହିକ ଟୀକାକରଣ ଉପରେ ନିର୍ଭର କରେ ।

(ଙ) ଭାରତ ସରକାର କେଉଁ ମସିହାରେ ଆମ ଦେଶରେ ପଲ୍‌ସ ପୋଲିଓ କାର୍ଯ୍ୟକ୍ରମ ପ୍ରଚଳନ କରିଥିଲେ ?

ଜ; ଭାରତ ସରକାର 1995 ମସିହାରେ ଆମ ଦେଶରେ ପଲ୍‌ସ ପୋଲିଓ କାର୍ଯ୍ୟକ୍ରମ ପ୍ରଚଳନ କରିଥିଲେ ।

(ଚ) ପଲ୍‌ସ ପୋଲିଓ କାର୍ଯ୍ୟକ୍ରମ କହିଲେ କ’ଣ ବୁଝ ?

ଉ: ଜନ୍ମଠାରୁ ୨ ବର୍ଷ ବୟସର ସମସ୍ତ ଶିଶୁଙ୍କୁ ଗୋଟିଏ ଦିନରେ ଟୀଳାଳରଣ କରି ପୋଲିଓ ମୁକ୍ତ ସମାଜ ଗଠନ ଉଦ୍ଦେଶ୍ୟରେ ଆମ ସରକାର ପଲସ ପୋଲିଓ କାର୍ଯ୍ୟକ୍ରମ ପ୍ରଚଳନ କରିଛନ୍ତି |

(ଛ) ଜଳାତଙ୍କ ରୋଗୀ ପାଣି ପିଇବାକୁ କାହିଁକି କରିଥାଏ ?

ଉ: ଜଳାତଙ୍କ ରୋଗୀ ପାଣି ପିଇବାକୁ ଇଚ୍ଛାକଲାମାତ୍ରେ ତା’ର ପାଟି, ଗ୍ରସନୀ ଓ ଶାସତନ୍ତ୍ରର ମାଂସପେଶୀଗୁଡ଼ିକ ହଠାତ୍ ସଙ୍କୁଚିତ ହୋଇ ଯନ୍ତ୍ରଣା ଦେବାରୁ ସେ ପାଣି ପିଇବାକୁ ଡରିଥାଏ । 

 11.   ପୂରା ନାମ ଲେଖ : 

(କ) HDCV
(ଖ) AIDS 
(ଗ) HIV

ଉ:
(କ) Human Diploid Cell Cultured Vaccine.

(ଖ) Acquired Immuno Deficiency Syndrome.

(ଗ) Human Immuno deficiency Virus

12. ଶୂନ୍ୟସ୍ଥାନ ପୂରଣ କର :

(କ) ହେପାଟାଇଟିସ୍ ରୋଗୀର ରକ୍ତରେ ___________  ମାତ୍ରା ବଢ଼ିଯାଇଥାଏ । 
(ଖ) ଟାଇଫଏଡ୍ ____________ ବାକ୍ଟେରିଆ ଦ୍ୱାରା ବ୍ୟାପିଥାଏ ।

(ଗ) ମାଇକୋ ବାକ୍ଟେରିୟମ୍ ଟ୍ୟୁବରକୁଲୋସିସ୍ ___________ ରୋଗ ସୃଷ୍ଟି କରେ ।

(ଘ) ବିଶ୍ୱକୁ ପୋଲିଓମୁକ୍ତ କରିବାପାଇଁ WHO ___________ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ।

  ଉତ୍ତର

(କ) ବିଲୁରୁବିନ୍ 
(ଖ)ସାଲମୋନେଲା ଟାଇଫି
(ଗ)ଯକ୍ଷ୍ମା / T.B.
(ଘ)ସାର୍ବଜନୀନ ପୋଲିଓ ଟୀକାକରଣ

13. 'କ' -ସ୍ତମ୍ଭ ସହ 'ଖ'- ସ୍ତମ୍ଭ ଯୋଗ କର ।
     
      'କ' -ସ୍ତମ୍ଭ                'ଖ'- ସ୍ତମ୍ଭ
ଜଳବାହିତ ରୋଗ             ଯକ୍ଷ୍ମା
ସ୍ପର୍ଶ ଜନିତ ରୋଗ            ହେପାଟାଇଟିସ୍- B
ବାୟୁ ବାହିତ ରୋଗ           ହେପାଟାଇଟିସ୍- A
ରକ୍ତଜନିତ ରୋଗ             ଯାଦୁ
                                  ପଲସ୍ ପୋଲିଓ


ଉତ୍ତର :

    'କ' -ସ୍ତମ୍ଭ                'ଖ'- ସ୍ତମ୍ଭ
ଜଳବାହିତ ରୋଗ            ହେପାଟାଇଟିସ୍- A
ସ୍ପର୍ଶ ଜନିତ ରୋଗ            ଯାଦୁ
ବାୟୁ ବାହିତ ରୋଗ           ଯକ୍ଷ୍ମା
ରକ୍ତଜନିତ ରୋଗ             ହେପାଟାଇଟିସ୍- B


14. 14. ପ୍ରଥମ ଯୋଡ଼ିକୁ ଦେଖୁ ଦ୍ଵିତୀୟ ଯୋଡ଼ିର ଶୂନ୍ୟସ୍ଥାନ ପୂରଣ କର ।

(କ) ସ୍ଵଳକାଳୀନ ରୋଗ : ଆକ୍ୟୁଟ : : ଦୀର୍ଘକାଳୀନ ରୋଗ : ____________ ।
(ଖ) ଚର୍ମରୋଗ : କବକ : : ଏଡ୍‌ସ୍ : ________  ।
(ଗ) ସାଲମୋନେଲା ଟାଇଫି : ଟାଇଫଏଡ୍ : : ଏଣ୍ଟେରୋଭାଇରସ୍ : _________ ।
(ଘ) O.R.S. : ଡାଇରିଆ : କୁଇନାଇନ୍ : _________।



ଉତ୍ତର : 

(କ) କ୍ରନିକ୍  
(ଖ) ଭାଇରସ୍ /ଭୂତାଣୁ 
(ଗ) ପୋଲିଓ 
(ଘ) ମାଲେରିଆ


15. ଔଷଧ ବ୍ୟବହାରରେ କି କି ସତର୍କତା ଅବଲମ୍ବନ କରିବା ? 
ଉ : ଔଷଧ ସେବନ ସମୟରେ ବିଭିନ୍ନ ସତର୍କତା ଅବଲମ୍ବନ କରିବା କ୍ଵଚିତ ।

i) ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ଖାଇବା ଅନୁଚିତ। 
ii) ଡାକ୍ତର ଦେଇଥିବା ପରାମର୍ଶ କ୍ରମେ ସଂପୂର୍ଣ୍ଣ କୋର୍ସ ଔଷଧ ଖାଇବା ଆବଶ୍ୟକ।
iii) ରୋଗ ଶୀଘ୍ର ଭଲ ହେବା ପାଇଁ ଡାକ୍ତରଙ୍କୁ ହାଇ ଆଣ୍ଟିବାଇଓଟିକ୍ ଔଷଧ ଦେବା ପାଇଁ ଅନୁରୋଧ ନ କରିବା।
iv) ଡାକ୍ତରଙ୍କ ପରାମର୍ଶ କ୍ରମେ ନିର୍ଦ୍ଧାରିତ ମାତ୍ରାର ଆଣ୍ଟିବାଇଓଟିକ୍ ସେବନ କରିବା ।

v) ଆଣ୍ଟିୱାଇଓଟିକ୍‌ର ବ୍ୟବହାର ବେଳେ ଯଦି କୌଣସି ପ୍ରତିକୂଳ ପ୍ରଭାବ ଦେଖାଗଲେ ସଙ୍ଗେ ସଙ୍ଗେ ଔଷଧ ଖାଇବା ବନ୍ଦ କରି ଡାକ୍ତରଙ୍କ ପରାମର୍ଶ ନେବା।

vi) ରୋଗରୁ ଶୀଘ୍ର ମୁକ୍ତି ପାଇବା ପାଇଁ କେବେ ଷ୍ଟେରଏଡ୍ ଜାତୀୟ ଔଷଧ ଡାକ୍ତରଙ୍କ ପରାମର୍ଶ କ୍ରମେ ସେବନ କରିବ । 
      ଔଷଧ ସେବନ ବେଳେ ଏହିସବୁ ସତର୍କତା ଅବଲମ୍ବନ କରିବା ଉଚିତ।
           -------◆◆◆◆--------






                                  


Comments

Popular posts from this blog

CLASS 9 MATH ANSWER KEY ANNUAL EXAM 2024

GSC ANSWER KEY CLASS 9 ANNUAL EXAM 2024

ପରୀକ୍ଷା ପ୍ରଦୀପ SA-II BSE ODISHA ଦଶମ ଶ୍ରେଣୀ CLASS 10 Sample Question Paper