BSE Odisha Class 9 Life Science Chapter 3 Tissue System ଟିସୁ ତନ୍ତ୍ର Question Answer ଓଡ଼ିଆ ମାଧ୍ୟମ
ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର
୧. ମେରିଷ୍ଟେମାଟିକ ଟିସୁର ପ୍ରକାରଭେଦ ଲେଖ । ଏହି ଟିସୁର ଗୁଣଗୁଡିକ ଲେଖ ।
ଉ: ମେରିଷ୍ଟୋମାଟିକ୍ ଟିସୁର ପ୍ରକାରଭେଦ :
ମେରିଷ୍ଟେମାଟିକ ଟିସୁ ବିକାଶ ଅନୁଯାୟୀ। ଦୁଇଭାଗରେ ବିଭକ୍ତ; ଯଥା- 1.ପ୍ରାଥମିକ ମେରିଷ୍ଟେମ ଓ 2. ଉତ୍ତର ମେରିଷ୍ଟେମ ।
ସ୍ଥାନ ଅନୁଯାୟୀ ମେରିଷ୍ଟେମାଟିକ ଟିସୁ ତିନିଭାଗରେ ବିଭକ୍ତ, ଯଥା- 1 ଅଗ୍ରସ୍ଥ ମେରିଷ୍ଟମ୍, 2 ପାର୍ଶ୍ଵମ୍ଭ ମେରିଷ୍ଟମ୍ ଓ 3. ଅନ୍ତର୍ବିଷ୍ଟି ମେରିଷ୍ଟମ
ମେରିଷ୍ଟେମାଟିକ ଟିସୁର ଗୁଣ :
- ଏହି ପ୍ରକାରର ଟିସୁ ଛୋଟ ଜୀବନ୍ତ କୋଷସମୂହକୁ ନେଇ ଗଠିତ।
- ଏହି କୋଷଗୁଡ଼ିକର ବିଭାଜନ କ୍ଷମତା ଜୀବନସାରା ରହିଥାଏ ।
- କୋଷଗୁଡ଼ିକ ଆୟତାକାର ଓ କୋଷଭିତରେ ଅନ୍ତଃକୋଷୀୟ ସ୍ଥାନ ନଥାଏ । ତେଣୁ ଏହି କୋଷଗୁଡ଼ିକ ପରସ୍ପରସହ ସଂଯୁକ୍ତ ।
- କୋଷଭିତ୍ତି ସାଧାରଣତଃ ପତଳା ।
- କୋଷଗୁଡ଼ିକରେ କୋଷ ଜୀବକ ଭରିହୋଇ ରହିଥାଏ ଓ ନାଷ୍ଟି ସୁସ୍ପଷ୍ଟ ।
- କୋଷରେ ରସଧାନୀ ଛୋଟ, ଅନ୍ତର୍ଜୀବକୀୟ ଜାଲିକା, ମାଇଟୋକଣ୍ଡ୍ରିଆ ଓ ଲବକ ଆଦି ଅଙ୍ଗିକା ପ୍ରାରମ୍ଭିକ ଅବସ୍ଥାରେ ଥାଏ ।
- କୋଷଗୁଡ଼ିକର ବିପାଚନ ପ୍ରକ୍ରିୟା ଖୁବ ତୀବ୍ର।
2. ସ୍ଥାୟୀ ଟିସୁର ଶ୍ରେଣୀ ବିଭାଗ ଆଲୋଚନା କର ।
ଉ: ମେରିଷ୍ଟେମାଟିକ ଟିସୁରୁ ସୃଷ୍ଟି ହୋଇଥିବା କୋଷମାନଙ୍କର କ୍ରମବିକାଶ, ଗଠନ ଓ ପୃଥକୀକରଣ ଘଟି ସ୍ଥାୟୀ ଟିସୁ ଗଠିତ ହୋଇଥାଏ । ଆକାର, ପ୍ରକାର ଓ କାର୍ଯ୍ୟ ଅନୁସାରେ ସ୍ଥାୟୀ ଟିସୁକୁ ମୁଖ୍ୟତଃ ଦୁଇଭାଗରେ ବିଭକ୍ତ କରାଯାଏ; ଯଥା (a) ସରଳ ଟିସୁ ଓ (b) ଜଟିଳ ଟିସୁ ।
(a) ସରଳ ଟିସୁ : ଏହି ପ୍ରକାର ଟିସୁ ଗୋଟିଏ ପ୍ରକାରର କୋଷଦ୍ଵାରା ଗଠିତ ଏବଂ କେବଳ ଏକ ପ୍ରକାରର କାର୍ଯ୍ୟ ସମ୍ପାଦନ କରିଥାଏ । ଏହା ତିନିଭାଗରେ ବିଭକ୍ତ, ଯଥା
(କ) ପାରେନକାଇମା,
(ଖ) କୋଲେନକାଇମା
(ଗ) ସ୍କ୍ଲେରେନ୍ କାଇମା
(କ) ପାରେନ୍କାଇମା
- ଏହି ଟିସୁରେ ଥିବା କୋଷଗୁଡ଼ିକ ଜୀବନ୍ତ, ଏମାନଙ୍କର କୋଷ ଭିତ୍ତି ପତଳା ଓ ଏମାନେ ବିଭିନ୍ନ ପ୍ରକାରର କାର୍ଯ୍ୟ ସମ୍ପାଦନ କରନ୍ତି ।
- ଏହି ଟିସୁରେ ଥିବା କୋଷଗୁଡ଼ିକ ସାଧାରଣତଃ ଗୋଲାକାର କିମ୍ବା ଡିମ୍ବାରାର ଓ ଏମାନଙ୍କ ମଧ୍ୟରେ ଅନ୍ତଃକୋଷୀୟ ସ୍ଥାନ ରହିଥାଏ ।
- ମରୁଜ ଉଦ୍ଭିଦମାନଙ୍କରେ ଥିବା ପାରେନ୍ କାଇମା ଟିସୁର କୋଷଗୁଡ଼ିକ ମଧ୍ୟରେ ଅତି କମ୍ ଅନ୍ତଃକୋଷୀୟ ସ୍ଥାନ ରହିଥାଏ।
- ଜଳଜ ଉଭିଦମାନଙ୍କର ପାରେନକାଇମା ଟିସୁରେ ଥିବା କୋଷଗୁଡ଼ିକ ମଧ୍ୟରେ ବଡ଼ ବଡ଼ ଅନ୍ତଃକୋଷୀୟ ସ୍ଥାନ ଥାଏ ଓ ସେଥିରେ ବାୟୁ ଭର୍ତ୍ତି ହୋଇ ରହିଥାଏ ।
(ଖ) କୋଲେନକାଇମା
i) ଏହି ଟିସୁ ସାଧାରଣତଃ ଜୀବନ୍ତ, ଲମ୍ବାକାର ଓ ଦୁଇପଟରେ ମୁନିଆଁ ହୋଇଥାଏ । ଏଥିରେ ଥିବା କୋଷଗୁଡ଼ିକର କୋଷଭିତ୍ତି ମୋଟା ଓ ଅନ୍ତଃକୋଷୀୟ ସ୍ଥାନରେ ଲିଗନିନ୍ ଥିବାରୁ ଏହି ଟିସୁ ଟାଣ ଓ ନମନୀୟ ହୋଇଥାଏ ।
ii) ମରୁଜ ଉଭିଦମାନଙ୍କରେ କୋଲେନକାଇମାର ସ୍ତର ମୋଟା; କିନ୍ତୁ ଜଳଜ ଉଦ୍ଭିଦମାନଙ୍କରେ ଏହି ଟିସୁ ପ୍ରାୟତଃ ନ ଥାଏ ।
ଏହି ଟିସୁରେ ପତ୍ରହରିତ ଥିଲେ ତାହା ଖାଦ୍ୟ ପ୍ରସ୍ତୁତ କରିଥାଏ ଓ ତାହାକୁ କ୍ଲୋରେନକାଇମା କୁହାଯାଏ ।
(ଗ) ସ୍କ୍ଲେରେନ୍ କାଇମା :
ଏହି ଟିସୁର କୋଷଗୁଡିକ ମୃତ । ଏହାର କୋଷଭିତ୍ତିରେ ବହୁ ପରିମାଣର ଲିଗନିିି୍ନ୍ ଜମି ରହିଥିବାରୁ ଏହା ଅତ୍ୟଧିକ ସ୍ଥୁଳ ଓ ଶକ୍ତ ହୋଇଥାଏ ।
ଗଠନକୁ ଭିତ୍ତି କରି ଏହି ଟିସୁ ଦୁଇପ୍ରକାରର, ଯଥା- ଦୃଢ଼ ତନ୍ତୁ ଓ ଦୃଢ଼ କୋଷ । ଏହି ପ୍ରକାର ଟିସୁ ନଳିତା ଓ ଛଣପଟ ଇତ୍ୟାଦିରେ ଥାଏ ଏବଂ ଅଧିକାଂଶ ମଞ୍ଜିର କଠିନ ଅଂଶରେ ଏହି ଟିସୁ ଦେଖାଯାଏ ।
(b) ଜଟିଳ ଟିସୁ :
ବିଭିନ୍ନ ପ୍ରକାରର ସରଳ ଟିସୁକୁ ନେଇ ଜଟିଳ ଟିସୁ ଗଠିତ । ଏହା ସାଧାରଣତଃ ଦୁଇପ୍ରକାରର, ଯଥା-
(କ) ଜାଇଲେମ୍ ଓ (ଖ) ଫ୍ଲୋଏମ
(କ) ଜାଇଲେମ୍ : ଚାରିପ୍ରକାରର ସରଳ ଟିସୁ, ଯଥା- ଟ୍ରାକିଡ଼, ଭେସେଲ୍, ଜାଇଲେମ୍ ପାରେନକାଇମା ଓ ଜାଲଲେମ୍ ଫାଇବରକୁ ନେଇ ଜାଇଲେମ୍ ଗଠିତ । ଉଦ୍ଭିଦ ଶରୀର ମଧ୍ୟରେ ଜଳ ଓ ଜଳରେ ଦ୍ରବୀଭୂତ ଲବଣ ପରିବହନ କରିବା ଏହି ଟିସୁର କାର୍ଯ୍ୟ |
(ଖ) ଫ୍ଲୋଏମ୍ : ଏହା ଚାରିପ୍ରକାର ସରଳ ଟିସୁକୁ ନେଇ ଗଠିତ, ଯଥା ସିଭ ଟ୍ୟୁବ, କମ୍ପାନିୟନ୍ ସେଲ୍, ଫ୍ଲୋଏମ ପାରେନ୍କାଇମା ଓ ଫ୍ଲୋଏମ୍ ଫାଇବର । ଏହି ସମସ୍ତ ଟିସୁ ମିଳିତଭାବେ ଉଭିଦର ବିଭିନ୍ନ ଅଂଶକୁ ଖାଦ୍ୟ ପ୍ରେରଣକରିବା ସଙ୍ଗେ ସଙ୍ଗେ ଉଦ୍ଭିଦ ଶରୀର ମଧ୍ୟରେ ଖାଦ୍ୟ ସଂରକ୍ଷଣ ମଧ୍ୟ କରିବାରେ ସାହାଯ୍ୟକରନ୍ତି ।
3. ଜାଇଲେମ୍ ଟିସୁର ଗଠନ ବୁଝାଅ ।
ଉ: ଜାଇଲେମ୍ ଟିସୁ ଚାରିପ୍ରକାରର ସରଳ ଟିସୁ; ଯଥା- ଟ୍ରାକିଡ୍, ଭେସେଲ୍, ଜାଇଲେମ୍ ପାରେନ୍କାଇମା ଓ ଜାଇଲେମ୍ ଫାଇବରକୁ ନେଇ ଗଠିତ ହୋଇଥାଏ ।
i) ଟ୍ରାକିଡ୍ ଓ ଭେସେଲ୍ର କୋଷଭିତ୍ତି ସ୍ଥୁଳ ଅଟେ ।
ii) କୋଷଗୁଡ଼ିକ ପରସ୍ପର ସହିତ ଲମ୍ବଭାବରେ ସଜ୍ଜିତ ହୋଇ ନଳୀ ସଦୃଶ ରହିଥାନ୍ତି ।
iii) ଏହି ନଳୀ ମଧ୍ୟ ଦେଇ ଭୂଲମ୍ବ ଭାବରେ ଜଳ ଓ ଲବଣ ସରବରାହ ହୁଏ ।
iv) ଜାଇଲେମ୍ ପାରେନ୍କାଇମାର ଜୀବନ୍ତ ଟିସୁ ଖାଦ୍ୟ ସଂରକ୍ଷଣ କରେ।
v) କାଇଲେମ୍ ଫାଇବର୍ର ଦୃଢ଼ଟିସୁ ଉଦ୍ଭିଦକୁ ଯାନ୍ତ୍ରିକ ଶକ୍ତି ଯୋଗାଏ।
୪. ଏପିଥେଲିୟଲ୍ କ’ଣ ? ଏହାର ଶ୍ରେଣୀ ବିଭାଗ କର ।
ର:- ଚାରିପ୍ରକାର ପ୍ରାଣୀ ଟିସୁ ମଧ୍ୟରୁ ଏହା ଅନ୍ୟତମ । ଏହାକୁ ଆବରଣୀ ଟିସୁ କୁହାଯାଏ ।
ଆମ ଶରୀରର ବାହାରପଟ ଯେପରି ଚର୍ମଦ୍ଵାରା ଆବୃତ ହୋଇ ରହିଥାଏ ସେହିପରି ଶରୀର ଭିତରେ ଥିବା ଅଙ୍ଗମାନ ଯଥା- ମୁଖଗହ୍ୱରର ପୃଷ୍ଠସ୍ତର, ଖାଦ୍ୟନଳୀର ଭିତରପାଖ, ଶିରା ଓ ଧମନାର ଭିତର ପାଖ ଓ ବୃକ୍କର ମୂତ୍ରନଳିକା ଏହି ଆବରଣୀ ଟିସୁଦ୍ଵାରା ଆବୃତ ହୋଇ ରହିଥାଏ ।
ଶ୍ରେଣୀ ବିଭାଗ :
ଗଠନ ଦୃଷ୍ଟିରୁ ଏହି ଟିସୁ ଦୁଇଭାଗରେ ବିଭକ୍ତ; ଯଥା ସରଳ ବା ଏକସ୍ତର ବିଶିଷ୍ଟ ଏପିଥେଲିୟମ୍ ଓ ଜଟିଳ ବା
ବହୁସ୍ତର ବିଶିଷ୍ଟ ଏପିଥେଲିୟମ୍ ।
ସରଳ ବା ଏକସ୍ତରବିଶିଷ୍ଟ ଏପିଥେଲିୟମ ପୁଣି ଚାରିପ୍ରକାରର, ଯଥା
(i) ସ୍କ୍ଵାମସ୍
(ii) ସ୍ତମ୍ଭାକାର
(iii) ଘନାକାର
(iv) କୂଟସ୍ତରୀକୃତ ।
ଜଟିଳ ବା ବହୁସ୍ତରବିଶିଷ୍ଟ ଏପିଥେଲିୟମ୍ ଏକାଧିକ ସ୍ତରବିଶିଷ୍ଟ । ଏହା ଶରୀରର ଅଧିଚର୍ମ, ଖାଦ୍ୟନଳୀ, ଶ୍ଵାସନଳୀ, ସ୍ଵେଦଗ୍ରନ୍ଥି, ମୁତ୍ର ଥଳୀ, ବିଭିନ୍ନ ଗ୍ରନ୍ଥି ଓ ଜନନ ଆବରଣ ଆଦିରେ ରହିଥାଏ ।
୫.ସଂଯୋଜକ ବା କନେକ୍ଟିଭ ଟିସୁର ମୁଖ୍ୟ ଲକ୍ଷଣ ଓ କାର୍ଯ୍ୟଗୁଡ଼ିକ ଲେଖ ।
ଉ: ଲକ୍ଷଣ
i) ଏଥିରେ କୋଷ ସଂଖ୍ୟା ଅପେକ୍ଷାକୃତ କମ୍। କିନ୍ତୁ ଟିସୁ ଭିତରେ ଅନଃକୋଷିୟ ସ୍ଥାନ ଅଧିକ ।
ii) ଅନ୍ତକୋଷୀୟ ସ୍ଥାନରେ ଶ୍ଵେତସାର ଓ ପୁଷ୍ଟିସାର ଦ୍ୱାରା ଗଠିତ ଅନ୍ତଃକୋଷିୟ ଆଧାର ଭରିରହିଥାଏ । iii) ଏହି ସଂଯୋଜକ ଟିସୁରେ ଥିବା କୋଷଗୁଡ଼ିକ ଜୀବନ୍ତ, କିନ୍ତୁ ଆଧାର ନିର୍ଜୀବ ।
iv) ଏହି ଟିସୁରେ କୋଷ ଆଧାର ବ୍ୟତୀତ ଅନେକ ତନ୍ତୁ ଥାଏ ; କିନ୍ତୁ ଆଧାର ଝିଲ୍ଲୀ ନଥାଏ ।
କାର୍ଯ୍ୟ :
i) ଏହି ଟିସୁ ଶରୀରର ଅଙ୍ଗପ୍ରତ୍ୟଙ୍କ ଭିତରେ ସଂଯୋଗ ସ୍ଥାପନ କରେ ।
ii) ରକ୍ତ ଏକ ସଂଯୋଜକ ଟିସୁ ଏବଂ ଏହା ଏକ ପ୍ରବାହୀ ଟିସୁ ହୋଇଥିବାରୁ ଏହା ସହିତ ପରିପାକ ଖାଦ୍ୟ, ଶ୍ଵସନ ବାୟୁ ଅର୍ଥାତ ଅମ୍ଳଜାନ ଓ ଅଙ୍ଗାରକାମ୍ଳ, ହରମୋନ୍, ଭିଟାମିନ୍, ବର୍ଜ୍ୟବସ୍ତୁ ଆଦି ପ୍ରବାହିତ ହୋଇ ଶରୀରର ବିଭିନ୍ନ ଅଙ୍ଗକୁ ଯାଇଥାଏ ।
iii) ଅସ୍ଥି ଏକ ସଂଯୋଜକ ଟିସୁ । ଏହା ଶରୀରର ଆକାର ନିର୍ଧାରଣ କରିଥାଏ ଓ ଏହା ସହିତ ପେଶୀଟିସୁର ସଂଯୋଗଦ୍ଵାରା ଶରୀରର ଚଳନ ସମ୍ଭବ ହୋଇଥାଏ ।
iv) ଉପାସ୍ଥି ମଧ୍ୟ ଏକ ସଂଯୋଜକ ଟିସୁ । ଏହା ଆମର ନାସାପଟ, ବହିକର୍ଣ୍ଣ, ଶ୍ଵାସନଳୀର ଭିତ୍ତି, ପଞ୍ଜରାହାଡ଼ ଇତ୍ୟାଦିରେ ରହିଥାଏ ।
v) ଶରୀରର ଚର୍ମତଳେ ଏବଂ ଆଭ୍ୟନ୍ତରୀଣ ଅଙ୍ଗମାନଙ୍କର ମଝିସ୍ଥାନରେ ଏଡ଼ିପୋଜ ଟିସୁ ରହିଥାଏ। ଏହା ଏକ ସଂଯୋଜକ ଟିସୁ ଓ ଏହା ଚର୍ବିର ଏକ ସ୍ତର ହୋଇଥିବାରୁ ଏହା ଏରୀର ପାଇଁ ଏକ ତାପ ପ୍ରତିରୋଧ ଭଳି କାର୍ଯ୍ୟ କରେ ।
୬. ସ୍ନାୟୁ କୋଷ ଗଠନ ଦର୍ଶାଇବା ପାଇଁ ନାମାଙ୍କିତ ଚିତ୍ର କର ।
୭.ସଂକ୍ଷିପ୍ତ ଟିପ୍ପଣୀ ଲେଖ :
(କ) ମେରିଷ୍ଟେମାଟିକ୍ ଟିସୁ :
i) ଏହା ଉଚ୍ଚଶ୍ରେଣୀୟ ଉଦ୍ଭଦମାନଙ୍କ ଶରୀରରେ ଥାଏ । ଭ୍ରୁଣ ଟିସୁ ଓ ତାହାର ବିଭାଜନକ୍ଷମ ଅପତ୍ୟ କୋଷମାନ ମୁଖ୍ୟତଃ ମେରିଷ୍ଟୋମାଟିକ୍ ଟିସୁର ଅନ୍ତର୍ଗତ । ଏହି ଟିସୁରୁ ଉଦ୍ଭିଦରପତ୍ର, ଚେର,କାଣ୍ଡ, ଫୁଲ ଆଦି ତିଆରି ହୋଇଥାଏ ।
ii) ଏହି ପ୍ରକାର ଟିସୁ ଛୋଟ ଜୀବନ୍ତ କୋଷସମୂହକୁ ନେଇ ଗଠିତ । ଏହି କୋଷମାନଙ୍କର ବିଭାଜନ କ୍ଷମତା ଜୀବନସାରା ରହିଥାଏ ।
iii) ବିକାଶ ଅନୁଯାୟୀ ମେରିଷ୍ଟେମାଟିକ୍ ଟିସୁ ଦୁଇଭାଗରେ ବିଭକ୍ତ, ଯଥା- ପ୍ରାଥମିକ ମେରିଷ୍ଟେମ ଓ ଉତ୍ତର ମେରିଷ୍ଟେମ । ସ୍ଥାନ ଅନୁଯାୟୀ ମେରିଷ୍ଟେମାଟିକ୍ ଟିସୁ ତିନିଭାଗରେ ବିଭକ୍ତ; ଯଥା- ଅଗ୍ରସ୍ଥ ମେରିଷ୍ଟେମ, ପାର୍ଶ୍ଵସ୍ଥ ମେରିଷ୍ଟେମ ଓ ଅନ୍ତର୍ବିଷ୍ଟି ମେରିଷ୍ଟେମ । ଅଗ୍ରସ୍ଥ ମେରିଷ୍ଟେମ କାଣ୍ଡ ଓ ଚେରର ଅଗ୍ରଭାଗରେ, ପାର୍ଶ୍ଵସ୍ଥ ମେରିଷ୍ଟେମ କାଣ୍ଡ ଓ ମୂଳରେ ଅନୁଲମ୍ବ ପଟ୍ଟୀ ଭାବରେ ଓ ଅନ୍ତର୍ବିଷ୍ଟି ମେରିଷ୍ଟେମ ଏକବୀଜପତ୍ରୀ ଉଭିଦମାନଙ୍କର କାଣ୍ଡରେ ଥିବା ଗଣ୍ଠି ଉପରେ ଓ ସମସ୍ତ ପତ୍ର ଡେମ୍ଫର ମୂଳରେ ଥାଏ ।
(ଖ) ସରଳ ସ୍ଥାୟୀ ଟିସୁ :
i) ଏହି ପ୍ରକାର ଟିସୁ ଗୋଟିଏ ପ୍ରକାରର କୋଷଦ୍ବାରା ଗଠିତ ଏବଂ କେବଳ ଏକପ୍ରକାରର କାର୍ଯ୍ୟ ସମ୍ପାଦନ କରିଥାଏ ।
ii) ଏହି ପ୍ରକାର ଟିସୁ ତିନିଭାଗରେ ବିଭକ୍ତ, ଯଥା- ପାରେନ୍କାଇମା, କୋଲେନ୍କାଇମା ଓ ସ୍କ୍ଲେରେନ୍ କାଇମା ।
iii) ପାରେନ୍ କାଇମା ଟିିସୁରେ ଥିବା କୋଷଗୁଡ଼ିକ ଜୀବନ୍ତ ଓ ଏମାନଙ୍କର କୋଷ ଭିତ୍ତି ପତଳା ।
କୋଲେନକାଇମା ଟିସୁରେ ଥିବା କୋଷଗୁଡ଼ିକ ଜୀବନ୍ତ ଓ ଏମାନଙ୍କର କୋଷଭିତ୍ତି ମୋଟା ସ୍କ୍ଲେରେନ୍କାଇମା ଟିସୁର କୋଷଗୁଡ଼ିକ ମୃତ ଓ ଏହାର କୋଷ ଭିତ୍ତିରେ ବହୁ ପରିମାଣର ଲିଗନିନ ଜମିରହିଥିବାରୁ ଏହା ଅଧିକ ସ୍ଥୁଳ ଓ ଶକ୍ତ ହୋଇଥାଏ ।
(ଗ) ରକ୍ତ :
i) ରକ୍ତ ଏକ ତରଳ ସଂଯୋଜକ ଟିସୁ । ଏହାର ମାଟ୍ରିକ୍ସକୁ ପ୍ରଲସି ବା ପ୍ଲାଜମା କୁହାଯାଏ । ପ୍ଲାଜମା ଏକ ତରଳ ପଦାର୍ଥ । ଏଥିରେ ତିନିପ୍ରକାରର କୋଷ ଭାାସମାନ ଅବସ୍ଥାରେ ଥାଆନ୍ତି । ସେଗୁଡ଼ିକ ହେଲେ ଲୋହିତ ରକ୍ତ କଣିକା (RBC), ଶ୍ୱେତ ରକ୍ତ କଣିକା (WBC) ଏବଂ ଅଣୁଚକ୍ରିକା ବା ପ୍ଲେଟଲେଟ ।
ii)ପ୍ଲାଜମାରେ ପ୍ରାୟ ଶତକଡ଼ା ୯୦ ରୁ ୯୨ ଭାଗ ଜଳ ଓ ଅବଶିଷ୍ଟ ବିଭିନ୍ନ ଜୈବିକ ଓ ଅଜୈବିକ ପଦାର୍ଥ; ଯଥା ଆଲୁବୁମିନ୍,ଗ୍ଲୋବ୍ୟୁଲିନ୍, ଫାଇବ୍ରିନୋଜେନ୍, ପ୍ରୋଥ୍ରୋମ୍ବିନ୍ ଆଦି ପ୍ରୋଟିନ ଏବଂ କ୍ଲୋରାଇଡ,କାର୍ବୋନେଟ, ବାଇକାର୍ବୋନେଟ, ସଲଫେଟ୍, ଫସ୍ ଫେଟ ଇତ୍ୟାଦି ଲବଣ ।
iii) ଏକ ପ୍ରବାହୀ ଟିସୁ ହୋଇଥିବାରୁ ଏହା ସହିତ ପରିପାକ ଖାଦ୍ୟ, ଶ୍ଵସନ ବାୟୁ ଅର୍ଥାତ୍ ଅମ୍ଳଜାନ ଓ ଅଙ୍ଗାରକାମ୍ଳ, ହରମୋନ, ଭିଟାମିନ୍, ବର୍ଜ୍ୟବସ୍ତୁ ଆଦି ପ୍ରବାହିତ ହୋଇ ଶରୀରର ବିଭିନ୍ନ ଅଙ୍ଗକୁ ଯାଇଥାଏ ।
(ଘ) ହୃଦପେଶୀ :
i) ହୃଦପେଶୀରେ ଥିବା କୋଷଗୁଡ଼ିକରୁ ଅନେକ ଶାଖା ବାହାରି ପରସ୍ପରସହ ଛନ୍ଦିହୋଇ ରହିଥିବାରୁ ସେହି ସ୍ଥାନରେ କଳାରଙ୍ଗର ଅନ୍ତର୍ବିଷ୍ଟ ଚକ୍ରିକା ସୃଷ୍ଟି ହୋଇଥାଏ । ତେଣୁ ଏହି ପେଶୀ ରେଖିତ ଦିଶେ ।
ii) ସ୍ଵୟଂ ଚାଳିତ ସ୍ନାୟୁ ତନ୍ତ୍ରଦ୍ଵାରା ଏହି ପେଶୀ ନିୟନ୍ତ୍ରିତ ହେଉଥିବାରୁ ଏହା ଅନୈଚ୍ଛିକ ପେଶୀପରି କାମ କରିଥାଏ ।
iii) ହୃତପେଶୀ କୋଷରେ ଅନେକ ମାଇଟୋକଣ୍ଡ୍ରିଆ ଥାଏ । ଏହି ପେଶୀର ସଙ୍କୋଚନ ଓ ପ୍ରସାରଣ ଜୀବନସାରା ଚାଲିଥାଏ ।
(ଙ) ଅସ୍ଥି :
i) ଅସ୍ଥି ଏକ କଠିନ ସଂଯୋଜକ ଟିସୁ । ଏହି ଟିସୁର ମାଟ୍ରିକ୍ସ କ୍ୟାଲସିୟମ୍ ଓ ଫସ୍ଫରସ୍ ଯୌଗିକ ଉପାଦାନରେ ଗଠିତ । ଏହି ଟିକୁ ବେଶ୍ ଟାଣ ଓ ଦୃଢ଼।
ii) ଅସ୍ଥି ଶରୀରର ଆକାର ନିର୍ଦ୍ଧାରଣ କରିଥାଏ ଓ ଏହା ସହିତ ପେଶୀ ଟିସୁର ସଂଯୋଗଦ୍ଵାରା ଶରୀରର ଚଳନ ସମ୍ଭବ ହୋଇଥାଏ ।
iii) ଶରୀରର ଗୋଟିଏ ଅସ୍ଥିକୁ ଅନ୍ୟଏକ ଅସ୍ଥିସହ ସଂଯୋଗ କରୁଥିବା ଟିସୁଙ୍କୁ ଲିଗାମେଣ୍ଟ କୁହାଯାଏ । ଲିଗାମେଣ୍ଟ ଏକ ତନ୍ତୁମୟ ଟିସୁ ଓ ଏଥିରେ ମାଟ୍ରିକ୍ସ ରହିଥାଏ। ଏହା ନମନୀୟ, ଅତିଦୃଢ଼ ଓ ଶକ୍ତିଶାଳୀ ।
iv) ଅସ୍ଥିସହ ପେଶୀକୁ ସଂଯୋଗ କରୁଥିବା ଟିସୁକୁ ଟେଣ୍ଡନ ବା ପେଶୀରଜ୍ଜୁ କୁହାଯାଏ। ଏହା ମଧ୍ୟ ଅନ୍ୟ ଏକ ପ୍ରକାରର ସଂଯୋଜଳ ଟିସୁ ଓ ଏହା ତନ୍ତୁମୟ, ଦୃଢ଼, ଅନମନୀୟ ଓ କମ୍ ପ୍ରସାରଣଶୀଳ ହୋଇଥାଏ ।
୫. ପ୍ରାର୍ଥକ୍ୟ ଦର୍ଶାଅ
(କ) ମେରିଷ୍ଟେମାଟିକ୍ ଓ ସ୍ଥାୟୀ ଟିସୁ
(ଖ) ଜାଇଲେମ୍ ଓ ଫ୍ଲୋଏମ୍
(ଗ) ଉଦ୍ଭିଦ ଟିସୁ ଓ ପ୍ରାଣୀ ଟିସୁ
(ଘ) ପାରେନକାଇମା ଓ ସ୍କ୍ଲେରେନକାଇମା
(ଙ) ରେଖିତ ଓ ଅରେଖିତ ପେଶୀ
(ଚ) ଐଚ୍ଛିକ ପେଶୀ ଓ ଅନୈଚ୍ଛିକ ପେଶୀ
(ଛ) ଅସ୍ଥି ଓ ଉପାସ୍ଥି
୯. ଉଦ୍ଭିଦ ଅଧିତ୍ଵଚାର କାର୍ଯ୍ୟ ଲେଖ ।
ଉ:
i) ଉଦ୍ଭିଦ ଅଧିତ୍ଵଚା ପାରେନକାଇମା ଟିସୁଦ୍ଵାରା ଗଠିତ ।
ii)ଜଳଜ ଉଦ୍ଭିଦମାନଙ୍କର ପାରେନକାଇମା ଟିସୁରେ ଥିବା କୋଷଗୁଡ଼ିକରେ ଅନ୍ତଃକୋଷୀୟ ସ୍ଥାନ ବଡ଼ ବଡ଼ ହୋଇଥିବାରୁ ସେଥିରେ ବାୟୁ ଭର୍ତ୍ତିହୋଇ ରହିଥାଏ ଓ ଏହା ଜଳଜ ଉଦ୍ଭିଦକୁ ଭାସିବାରେ ସାହାଯ୍ୟ କରେ ।
iii) ଜଳଜ ଉଦ୍ଭିଦର ପାରେନକାଇମା ଟିସୁରେ ବାୟୁ ଭର୍ତ୍ତିହୋଇ ରହୁଥିବାରୁ ଏଗୁଡ଼ିକୁ ଏରେନକାଇମା କୁହାଯାଏ । ଏହା ବାୟୁପୂର୍ଣ୍ଣ ହୋଇ ହାଲୁକା ହୋଇଥିବାରୁ ଜଳଜ ଉଦ୍ଭିଦ ସହଜରେ ଜଳରେ ଭାସିପାରେ ।
10. ଶୂନ୍ୟସ୍ଥାନ ପୂରଣ କର ।
(କ) ସ୍ପାଇରୋଗାଇରା ଏକ ................କୋଷୀ ଉଦ୍ଭିଦ ।
ଉ: ଏକକୋଷୀ
(ଖ) କେବଳ................ଉଦ୍ଭିଦ ଓ ପ୍ରାଣୀମାନଙ୍କର କୋଷମାନଙ୍କ ମଧ୍ୟରେ କାର୍ଯ୍ୟ ବଣ୍ଟନ ହୋଇଥାଏ ।
ଉ: ବହୁକୋଷୀ
(ଗ) ଉଦ୍ଭିଦମାନଙ୍କରେ ___________ ଟିସୁଦ୍ୱାରା ଜଳ ଓ ଖାଦ୍ୟ ପରିବାହିତ ହୋଇଥାଏ ।
ଉ: ଜଟିଳ
(ଘ) ଉଦ୍ଭିଦର ଶ୍ଵସନ ପ୍ରକ୍ରିୟାରେ ପତ୍ରରେ ଥିବା __________ଦେଇ ହୋଇଥାଏ ।
ଉ: ସ୍ତୋମ୍
(ଙ) ଜଳଜ ଉଦ୍ଭିଦମାନଙ୍କରେ ହାଲୁକା ହୋଇ ସଜା ହୋଇଥିବା ପାରେନକାଇମାକୁ ___________
କୁହାଯାଏ ।
ଉ: ଏରେନକାଇମା
(ଚ) କୋଲେନକାଇମା କୋଷମାନଙ୍କରେ ____________ ଜମି ହୋଇ ରହିଥିବାରୁ ଟିସୁ ଶକ୍ତ ହୋଇଥାଏ ।
ଉ: ଲିଗନିନ
୧୧.ଶୂନ୍ୟସ୍ଥାନ ପୂରଣ କର ।
(କ) ରକ୍ତ ଏକ _____________ ଟିସୁ ।
ଉ: ସଂଯୋଜକ
(ଖ) ଫୁସଫୁସର କୋଟରିକାରେ ______________ ଏପିଥେଲିୟମ ଦେଖାଯାଏ ।
ଉ: ସ୍କ୍ଵାମସ
(ଗ)ଖାଦ୍ୟନଳୀର ମ୍ୟୁକସ୍କୁ ଠେଲିବାରେ ....................... ର ଗତି ସାହାଯ୍ୟ କରେ।
ଉ: ସିଲିଆଗୁଡ଼ିକ
(ଘ) ଘନାକାର ଏପିଥେଲିୟମ୍ରେ କୋଷଗୁଡ଼ିକର ଉଚ୍ଚତା ଓ ପ୍ରସ୍ଥ ପ୍ରାୟ.................. ।
ଉ: ସମାନ
(ଙ) କ୍ଷରଣ ଓ ଶୋଷଣ କ୍ରିୟାରେ .................ଟିସୁ ସକ୍ରିୟ ଅଂଶଗ୍ରହଣ କରେ।
ଉ: ଏପିଥେଲିଆଲ
(ଚ) ରକ୍ତର ପି.ଏଚ୍. ............ ।
ଉ: 7.4
(ଛ) ମଣିଷ ଶରୀରରେ ଲୋହିତ ରକ୍ତ କଣିକାର ଆୟୁଷ ...............ଦିନ।
ଉ: 120
(ଜ) ଅସ୍ଥିରେ ଥିବା କୋଷକୁ ............ ସାଇଟ୍ କୁହାଯାଏ ।
ଉ: ଅଷ୍ଟିଓ
(ଝ) ବହିଃକର୍ଣ୍ଣରେ ................ ଟିସୁ ଥାଏ ।
ଉ: ଉପାସ୍ଥି
(ଞ) ଶରୀରରେ ତାପ ପ୍ରତିରୋଧକ ଭଳି ଗଚ୍ଛିତ ............ ର ସ୍ତରଟି କାର୍ଯ୍ୟ କରେ।
ଉ: ଫ୍ୟାଟଗ୍ଲୋବ୍ୟୁଲ
(ଟ) ହାତ ଓ ଗୋଡ଼ରେ ଥିବା ପେଶୀ ................... ପେଶୀର ଅନ୍ତର୍ଭୁକ୍ତ ।
ଉ: ରେଖିତ
(୦) ହୃଦପେଶୀ କୋଷରେ ଅନେକ ............... ଥାଏ ।
ଉ: ମାଇଟୋକଣ୍ଡ୍ରିଆ
(ଡ) କୋଷପିଣ୍ଡରୁ ବାହାରିଥିବା ସରୁ ଶାଖାଗୁଡ଼ିକୁ........................କୁହାଯାଏ ।
ଉ: ଡେନଡ୍ରନ
(ଢ) ସ୍ନାୟୁ ଟିସୁର ଗାଠନିକ ଓ କ୍ରିୟାତ୍ମକ ଏକକକୁ
.................... କୁହାଯାଏ ।
ଉ: ସ୍ନାୟୁକୋଷ
12. ପ୍ରଥମ ଶବ୍ଦଦ୍ୱୟର ସମ୍ପର୍କକୁ ଲକ୍ଷ୍ୟ କରି ଦ୍ବିତୀୟ ଯୋଡ଼ା ଶବ୍ଦର ଶୂନ୍ୟସ୍ଥାନ ପୂରଣ କର ।
(କ) ଜିହ୍ଵା : ରେଖିତ ପେଶୀ :: ଜରାୟୁ : ___________
(ଖ) ଲୋହିତ ରକ୍ତ କଣିକା : 120 ଦିନ :: ଶ୍ବେତ ରକ୍ତ କଣିକା : ________________
(ଗ) ଜାଇଲେମ୍ : ଜଳ ପ୍ରବାହ :: ଫ୍ଲୋଏମ୍ : ____________
(ଘ) ଲମ୍ବରେ ବୃଦ୍ଧି : ଅନ୍ତର୍ବିଷ୍ଟି ମେରିଷ୍ଟମ୍ :: ଉଚ୍ଚତା ବୃଦ୍ଧି : ____________
(ଙ) ନାଷ୍ଟିବିହୀନ : RBC :: ନ୍ୟଷ୍ଟି ଯୁକ୍ତ : ______________
ଉତ୍ତର:
(କ) ଅରେଖିତ (ଖ ) ୩ ଦିନ, (ଗ) ଖାଦ୍ୟପଦାର୍ଥ (ଘ) ଅଗ୍ରସ୍ଥ ମେରିଷ୍ଟେମ୍ (ଙ) WBC
13. ଶ୍ଵେତ ରକ୍ତ କଣିକାର ଶ୍ରେଣୀବିଭାଗ କର ।
ଉ: ଶ୍ବେତ ରକ୍ତ କଣିକା ନ୍ୟଷ୍ଟିଯୁକ୍ତ ଓ ରଙ୍ଗହୀନ। ଏହାର କୌଣସି ନିର୍ଦ୍ଦିଷ୍ଟ ଆକାର ନାହିଁ । ଏହାର ଆୟୁ କାଳ 3 ଦିନ । ଆମ ଶରୀରରେ ବିଭିନ୍ନ ପ୍ରକାରର ଶ୍ବେତ ରକ୍ତ କଣିକା ଥାଏ,
ଯଥା - a) ଗ୍ରାନୁଲୋସାଇଟ,b) ଆଗ୍ରାନୁଲୋସାଇଟ ।
a) ଗ୍ରାନୁଲୋସାଇଟ
ଏହା ସାଧାରଣତଃ ତିନି ପ୍ରକାର ଥାଏ (i) ନିଉଟ୍ରୋଫିଲ୍, (ii) ଇଓସିନୋଫିଲ୍, (iii) ବାସୋଫିଲ
ନିଉଟ୍ରୋଫିଲ : ଏହାର ନାଷ୍ଟି 2 କିମ୍ବା 3 ଲୋବ। ଏହା ଏକ ଭକ୍ଷକାଣୁ। ତେଣୁ କୌଣସି କାରଣରୁ ଶରୀର ବ୍ୟାକ୍ଟେରିଆ ଦ୍ଵାରା ଆକ୍ରାନ୍ତ ହେଲେ, ଏହା ପ୍ରତିରୋଧ କରିଥାଏ ।
ଇଓସିନୋଫିଲ୍ : ଏହାର ନ୍ୟଷ୍ଟି 2 ଲୋବ। ଏହାର କୋଷ ଜୀବକରେ ଉଜ୍ଜ୍ଵଳ ଲୋହିତ ବାଦାମୀ ରଙ୍ଗର କଣିକା ରହିଥାଏ । ପରଜୀବୀମାନଙ୍କୁ ଶରୀରରୁ ତଡ଼ି ଦେବାରେ ଏହାର ମୁଖ୍ୟ ଭୂମିକା ଥାଏ ।
ବାସୋଫିଲ୍ : ନିଉଟ୍ରୋଫିଲ ନ୍ୟଷ୍ଟି ସହିତ ଏହାର ସାମଞ୍ଜସ୍ୟ ଅଛି । ଏଥିରେ ବାଇଗଣୀ ରଙ୍ଗର କଣିକା ଥାଏ। ଏହା ଜୀବାଣୁନାଶକ ନୁହେଁ ।
b) ଆଗ୍ରାନୁଲୋସାଇଟ୍ → ଏହା ସାଧାରଣତଃ ଦୁଇ ପ୍ରକାରର ଥାଏ, ଯଥା- ଲିମ୍ଫୋସାଇଟ ଓ ମନୋସାଇଟ
ଲିମ୍ଫୋସାଇଟ୍ : ଏହା ଗୋଲାକାର ଓ ସାମାନ୍ୟ ଛିଦ୍ରଯୁକ୍ତ । ଏହାର ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥାଏ।
ମନୋସାଇଟ : ଶ୍ବେତ ରକ୍ତ କଣିକାର ସବୁଠାରୁ ବଡ଼ କୋଷ । ଏହାର ବ୍ୟଷ୍ଟି 2/3 ଲୋବ୍ । ଶରୀରକୁ ପ୍ରବେଶ କରିଥିବା ବ୍ୟାକ୍ଟେରିଆ ଓ କ୍ଷତିକାରୀ ବାହ୍ୟ ବସ୍ତୁକୁ ବିନାଶ କରି ଏହା ଶରୀରକୁ ପରିଷ୍କାର କରିଥାଏ ।
-------◆◆◆◆--------
Prepared by: Asish kumar Sahu
Comments
Post a Comment