GENERAL SCIENCE ANSWER KEY CLASS 9 ANNUAL EXAM 2025 BSE ODISHA OSSTA COPYRIGHT 1ST SET WHITE HEAD OBJECTIVE PAPER ANSWERS SUBJECTIVE PAPER ୧(କ) କେଉଁ କାରକଗୁଡ଼ିକ କିପରି ବାଷ୍ପୀଭବନକୁ ପ୍ରଭାବିତ କରିଥାଆନ୍ତି ଆଲୋଚନା କର । Ans: (i) ତାପମାତ୍ରା : ତାପମାତ୍ରା ବୃଦ୍ଧି ପାଇଲେ ବାଷ୍ପୀଭବନର ହାର ବୃଦ୍ଧି ପାଏ । ଉଦାହରଣ : ସମାନ ଆକୃତିର ଦୁଇଟି ପାତ୍ରରେ ସମାନ ପରିମାଣର ଜଳ ନେଇ ଗୋଟିଏ ପାତ୍ରକୁ ଛାଇରେ ଓ ଅନ୍ୟ ପାତ୍ରଟିକୁ ଖରାରେ ରଖିଲେ, ଦ୍ଵିତୀୟ ପାତ୍ରରେ ଥିବା ଜଳର ଶୀଘ୍ର ବାଷ୍ପୀଭବନ ହେବ । (ii) ପୃଷ୍ଠ କ୍ଷେତ୍ରଫଳ : ତରଳର ପୃଷ୍ଠ କ୍ଷେତ୍ରଫଳ ବୃଦ୍ଧି ପାଇଲେ, ବାଷ୍ପୀଭବନର ହାର ବୃଦ୍ଧି ପାଏ । ଉଦାହରଣ : କପ୍ ଅପେକ୍ଷା ଗରମ ଚା’କୁ ପ୍ଲେଟ୍ରେ ପିଇବା ସୁବିଧାଜନକ ହୋଇଥାଏ । iii) ପବନ : ପବନର ବେଗ ବୃଦ୍ଧି ହେଲେ ବାଷ୍ପୀଭବନର ବେଗ ବୃଦ୍ଧି ପାଏ । ଉଦାହରଣ : ଘୂରୁଥିବା ପଙ୍ଖାତଳେ ଓଦାଲୁଗା ଶୀଘ୍ର ଶୁଖାଯାଏ । (iv) ଆର୍ଦ୍ରତା : ବାୟୁମଣ୍ଡଳର ଆର୍ଦ୍ରତା ବୃଦ୍ଧି ହେଲେ ବାଷ୍ପୀଭବନ ହ୍ରାସ ପାଏ । ଉଦାହରଣ : ବର୍ଷାଦିନେ ଓଦାଲୁଗା ବିଳମ୍ବରେ ଶୁଖେ କିମ୍ବା, କ୍ୟାଲ୍ସିୟମ୍ କାର୍ବୋନେଟ୍ରେ ଥିବା ପ୍ରତ୍ୟେକ ମୌଳିକର ବସ୍ତୁତ୍ଵ ପ୍ରତିଶତ ମାତ୍ରା ନିରୂପଣ କର । ଉତ୍ତର : କ୍ୟାଲ୍ସିୟମ କାର୍ବୋନେଟ୍ର ସଙ୍କେତ ହେଉଛି CaCO3 ମ...
Comments
Post a Comment