SCIENCE ANSWER KEY ଦଶମ ଶ୍ରେଣୀ HALF YEARLY EXAM 2024 OSSTA QUESTION (WHITE )
OBJECTIVE ANSWER KEY
1. 11. 21. 31. 41.
2. 12. 22. 32. 42.
3. 13. 23. 33. 43.
4. 14. 24. 34. 44.
5. 15 25. 35. 45.
6. 16. 26. 36. 46.
7. 17. 27. 37. 47.
8. 18. 28. 38. 48.
9. 19. 29. 39. 49.
10. 20. 30. 40. 50.
Set-B
1. 11. 21. 31. 41.
2. 12. 22. 32. 42.
3. 13. 23. 33. 43.
4. 14. 24. 34. 44.
5. 15 25. 35. 45.
6. 16. 26. 36. 46.
7. 17. 27. 37. 47.
8. 18. 28. 38. 48.
9. 19. 29. 39. 49.
10. 20. 30. 40. 50.
Set-C
1. B 11. D 21. A 31. C 41. C
2. B 12. D 22. A 32. B 42. A
3. D 13. C 23. A 33. A 43. D
4. C 14. B. 24. B 34. C 44. D
5. C 15. A. 25. C 35. A 45. B
6. D 16. B. 26. C 36. C 46. B
7. B 17. A. 27. B 37. A 47. D
8. B 18. B. 28. A 38. B 48. C
9. A 19. B. 29. B 39. D 49. A
10.C 20. B. 30. D 40. B 50. B
Set-D
1. 11. 21. 31. 41.
2. 12. 22. 32. 42.
3. 13. 23. 33. 43.
4. 14. 24. 34. 44.
5. 15 25. 35. 45.
6. 16. 26. 36. 46.
7. 17. 27. 37. 47.
8. 18. 28. 38. 48.
9. 19. 29. 39. 49.
10. 20. 30. 40. 50.
SUBJECTIVE ANSWERS
1.(a ) ଜାରଣ ପ୍ରତିକ୍ରିୟା ଓ ବିଜାରଣ ପ୍ରତିକ୍ରିୟା କାହାକୁ କହନ୍ତି ? ପ୍ରତ୍ୟକ୍ରୁରୁ ଗୋଟିଏ ଲେଖାଏଁ ଉଦାହରଣ ଦିଅ । ଜାରଣ ପ୍ରତିକ୍ରିୟାର ଦୁଇଟି ଅପକାରିତା ଲେଖ।
Ans:
ଖାଇବା ସୋଡା ଓ ପ୍ଲାସ୍ତର ଅଫ ପ୍ୟାରିସର ଅନୁ ସଂକେତ ଲେଖ ।
ଏଗୁଡିକ କିପରି ପ୍ରସ୍ତୁତ କରାଯାଏ, ରାସାୟନିକ ସମୀକରଣ ସହ ଲେଖ । ପ୍ରତ୍ୟେକ ରୁ ଦୁଇଟି ଉପଯୋଗୀତା ଲେଖ ।
b)ଆୟତଘନାକାର କାଚ ସ୍ଲାବରେ ଆଲୋକର ପ୍ରତିସରଣ ଚିତ୍ର ସହ ବୁଝାଅ । ପାର୍ଶ୍ଵ ବିସ୍ଥାପନ କଣ ?
Ans:
Or
ସମୀପ ଦୃଷ୍ଟିଦୋଷ କ'ଣ ବୁଝାଅ । ଚକ୍ଷୁର କେଉଁ ଦୁଇଟି ବିକୃତି ଯୋଗୁଁ ଏହା ଘଟିଥାଏ ଲେଖ । ରଶ୍ମିଚିତ୍ର ସହାୟତାରେ ସମୀପ ଦୃଷ୍ଟିଦୋଷ ବୁଝାଅ । ଲେନ୍ସ ବ୍ୟବହାର କରି ଏହି ଦୋଷର ସଂଶୋଧନ କିପରି କରାଯାଏ ରଶ୍ମିଚିତ୍ର ଦ୍ଵାରା ବୁଝାଅ ।
Ans:
2 (b)। ଥଣ୍ଡାଜଳ, ଉତ୍ତପ୍ତ ଜଳ ଏବଂ ବାମ୍ଫ-ପ୍ରତ୍ୟେକ ସହ ଧାତୁର ରାସାୟନିକ ପ୍ରତିକ୍ରିୟା ସମୀକରଣ ସହ ଗୋଟିଏ ଲେଖାଏଁ ଉଦାହରଣ ଦେଇ ଆଲୋଚନା କର ।
Ans:
କିମ୍ବା;
ଗରମ ପାଣିରଖୁବା ପାଇ ଷ୍ଟିଲ୍ ପରିବର୍ରେ ତମ୍ବା ପାତ୍ର କାହିଁକି ବ୍ୟବହାର କରାଯାଏ ?
Ans:
(b) ମାନବ ଚକ୍ଷୁର ସମାୟୋଜନ ପାୱାର କ'ଣ ? ଏହା କିପରି କାର୍ଯ୍ୟକାରୀ ହୁଏ ବୁଝାଅ । ଏକ ସୁସ୍ଥ ମାନବ ଚକ୍ଷୁ ପାଇଁ ଦୂରବିନ୍ଦୁ କ'ଣ ଓ ନିକଟ ବିନ୍ଦୁ କ'ଣ ଲେଖ । [3]
Ans:
(i) ଚକ୍ଷୁଠାରୁ ବସ୍ତୁ ନିକଟ ବିନ୍ଦୁଠାରୁ ଯେତେ ଅଧିକ ଦୂରରେ ରହିଲେ ମଧ୍ୟ ଚକ୍ଷୁ ଲେନ୍ସର ଫୋକସ୍ ଦୂରତା ଦରକାର ଅନୁଯାୟୀ ବଦଳି ବସ୍ତୁର ପ୍ରତିବିମ୍ବ ସର୍ବଦା ମୁକୁରିକାରେ ସୃଷ୍ଟି ହୁଏ । ଏହାକୁ ଚକ୍ଷୁର ସମାୟୋଜନ ପାଓ୍ବାର କୁହାଯାଏ ।
(ii) ଚକ୍ଷୁଲେନ୍ସରେ ଥିବା ସିଲିଆରୀ ମାଂସପେଶୀର ସଙ୍କୋଚନ ପ୍ରସାରଣ ଯୋଗୁଁ ଏହା ସମ୍ଭବ ହୁଏ ।
(iii) ଚକ୍ଷୁ ଲେନ୍ସର ଫୋକସ୍ ଦୂରତା ଏକ ନିର୍ଦ୍ଦିଷ୍ଟ ସର୍ବନିମ୍ନ ସୀମାଠାରୁ ଆଉ ଅଧୁକ କମିପାରେ ନାହିଁ । ଏହି ସର୍ବନିମ୍ନ ସୀମାକୁ ନିକଟ ବିନ୍ଦୁ (Near Point) ବା “ସ୍ପଷ୍ଟ ଦର୍ଶନର ନିମ୍ନତମ ଦୂରତା” କୁହାଯାଏ । ସାଧାରଣ ଚକ୍ଷୁପାଇଁ ଏହା 25 ସେ.ମି. ଅଟେ।
(iv) ସେହିପରି ଯେଉଁ ଦୂରତା ପର୍ଯ୍ୟନ୍ତ ଚକ୍ଷୁ ସ୍ପଷ୍ଟ ଭାବେ ବସ୍ତୁକୁ ଦେଖୁପାରେ ତାହାକୁ ଦୂର ବିନ୍ଦୁ (Far Point) କୁହାଯାଏ । ସାଧାରଣ ଚକ୍ଷୁ ପାଇଁ ଏହା ଅନନ୍ତ ଦୂରତା ଅଟେ ।
କିମ୍ବା; ଗ୍ରହମାନେ କାହିଁକି ଦପ୍ ଦପ୍ କରନ୍ତି ନାହିଁ ବୁଝାଇ ଲେଖ ।
Ans:
(i) ଗ୍ରହମାନେ ପୃଥିବୀର ନିକଟରେ ଥିବାରୁ ବଡ଼ ଦେଖାଯାଆନ୍ତି । ତେଣୁ ଏମାନଙ୍କୁ ଗୋଟିଏ ଗୋଟିଏ ବିସ୍ତୀର୍ଣ ଆଲୋକ ଉତ୍ସ ରୂପେ ଗଣାଯାଏ ।
(ii) ଏହି ବିସ୍ତୀର୍ଣ୍ଣ ଉତ୍ସର ବିଭିନ୍ନ ବିନ୍ଦୁରୁ ଏକ ସମୟରେ ଅନେକ ଗୁଡ଼ିଏ ରଶ୍ମି ବାହାରି ଏକ ରଶ୍ମି ଗୁଚ୍ଛ ଭାବରେ ପ୍ରବେଶ କରେ ।
(iii) ବାୟୁମଣ୍ଡଳର ସାନ୍ଦ୍ରତାରେ ହ୍ରାସ ବୃଦ୍ଧି ଯୋଗୁ ରଶ୍ମି ଗୁଚ୍ଛର ପ୍ରତ୍ୟେକ ବିନ୍ଦୁ ଉତ୍ସର ଦିପ୍ତିରେ ହ୍ରାସ ବୃଦ୍ଧି ଘଟୁଥିଲେ ମଧ୍ୟ ସେଗୁଡ଼ିକ ସ୍ବତନ୍ତ୍ର ଭାବରେ ଜଣାନପଡ଼ି ସବୁ ବିନ୍ଦୁ ଉତ୍ସର ମିଶ୍ରିତ ଦିପ୍ତି ସମାନ ରହିଲା ଭଳି ଲାଗେ ।
(iv) ତେଣୁ ଗ୍ରହମାନଙ୍କର ଦିପ୍ତି ଗୁଡ଼ିଏ ବିନ୍ଦୁର ହାରାହାରି ଦିପ୍ତି ସହ ସମାନ ଏବଂ ଗ୍ରହମାନଙ୍କର ପ୍ରତ୍ୟେକ ବିନ୍ଦୁର ଆଲୋକ ହ୍ରାସ ବୃଦ୍ଧି ଜଣାପଡ଼ି ନଥାଏ । ତେଣୁ ଗ୍ରହମାନେ ତାରାପରି ଦପ୍ଦପ୍ ହୁଅନ୍ତି ନାହିଁ ।
(c) ଧାତୁ ସହ ଅମ୍ଳର ପ୍ରତିକ୍ରିୟାରେ ତାପ ଉତ୍ପନ୍ନ ହୁଏ । ଏହାକୁ ପରୀକ୍ଷଣ ମାଧ୍ଯମରେ ବୁଝାଅ । ଏହି ପ୍ରତିକ୍ରିୟାର ସମତୁଲ ସମୀକରଣଟି ଲେଖ । [3]
କିମ୍ବା; ସୁନା, ରୁପା ଓ ପ୍ଲାଟିନମ୍କୁ କାହିଁକି ଅଳଙ୍କାର ତିଆରିରେ ବ୍ୟବହାର କରାଯାଏ ?
Ans:
3(a) ମିଥାଇଲ୍ ଅରେଞ୍ଜ୍ ଓ ଫେନଲ୍ଫ୍ଥାଲିନ୍ ଅମ୍ଳୀୟ ଓ କ୍ଷାରୀୟ ଦ୍ରବଣ ପାଇଁ ସୂଚକ ଭାବେ କିପରି କାମ କରିଥାଏ ବୁଝାଅ ।
Ans:
କିମ୍ବା; ଶୁଷ୍କ HCl ଗ୍ୟାସ୍ ଶୁଷ୍କ ନୀଳ ଲିଟ୍ଟ୍ରସ୍ କାଗଜକୁ ଲାଲ୍ କରି ପାରୁ ନ ଥିବାବେଳେ ଆର୍ଦ୍ର ନୀଳ ଲିଟ୍ସ୍କୁ ଲାଲ୍ କରିପାରେ କାହିଁକି ?
Ans:
(b) ଫେରସ୍ ସଲ୍ଫେଟ୍ ସ୍ଫଟିକର ରଙ୍ଗ କିପରି ଓ ଏହାର ରାସାୟନିକ ସଂକେତ କ'ଣ ? ଏହି ସ୍ଫଟିକକୁ ଉତ୍ତପ୍ତ କଲେ କ'ଣ ସୃଷ୍ଟି ହୁଏ ସମୀକରଣ ସହ ବୁଝାଅ । [2]
Ans:
କିମ୍ବା; ସିଲିଭର୍ ନାଇଟ୍ରେଟ ଦ୍ରବଣରେ ବିଶୁଦ୍ଧ କପର୍ ଧାତୁ ବୁଡ଼ାଇଲେ ଦ୍ରବଣ ରଙ୍ଗହୀନ ହୋଇଥାଏ । ଏହାର କାରଣ କ'ଣ ? ଏହାର ସମତୁଲ ସମୀକରଣଟି ଲେଖ ।
Ans:
(i) କପର ଧାତୁ ସିଲଭର ଧାତୁଠାରୁ ଅଧିକ ପ୍ରତିକ୍ରିୟାଶୀଳ ହୋଇଥିବାରୁ ନୀଳ ସବୁଜ ରଙ୍ଗର କପର ନାଇଟ୍ରେଟ୍ ଉତ୍ପନ୍ନ ହେବା ସହ ସିଲଭର ଧାତୁ ବିସ୍ଥାପିତ ହୁଏ ।
(ii) Cu + 2AgNO3 → Cu(NO3)2 + 2Ag
(c) ଗୋଟିଏ ଲେନ୍ସ୍ର ପାୱାର୍ କହିଲେ କ'ଣ ବୁଝ ? 50ସେ.ମି. ଫୋକସ୍ ଦୂରତା ବିଶିଷ୍ଟ ଅବତଳ ଲେନ୍ସର ପାୱାର୍ ନିର୍ଣ୍ଣୟ କର । (2)
Ans: (i) ଲେନ୍ସ ଦ୍ବାରା ହେଉଥିବା ଅଭିସାରଣ କିମ୍ବା ଅପସାରଣ ମାତ୍ରାକୁ ଉକ୍ତ ଲେନ୍ସର ପାଓ୍ବାର କୁହାଯାଏ । ଲେନ୍ସର ଫୋକସ୍ ଦୂରତାର ବିଲୋମୀକୁ ଲେନ୍ସର ପାଓ୍ବାର କୁହାଯାଏ । ଲେନ୍ସର ପାୱାର P = 1/f
(ii) ଅବତଳ ଲେନ୍ସର ଫୋକସ୍ ଦୂରତା f = - 50 cm= -1/2 m
ଅବତଳ ଲେନ୍ସର ପାଓ୍ବାର = p = 1/f = - 2D
କିମ୍ବା; କାଚର ପରମ ପ୍ରତିସରଣାଙ୍କ 3/2 ହେଲେ ଏଥିରେ ଆଲୋକର ବେଗ କଳନା କର । (2)
(d) ବସ୍ତୁର ଘନତା ଆଲୋକୀୟ ଘନତା ଠାରୁ କିପରି ଭିନ୍ନ ?
Ans:
ଉ :(i) ଦୁଇଟି ମାଧ୍ଯମ ମଧ୍ୟରୁ ଯେଉଁ ମାଧ୍ୟମରେ ଆଲୋକର ବେଗ ଅଧିକ ତାହାର ଆଲୋକୀୟ ଘନତା ଅନ୍ୟ ମାଧ୍ଯମଠାରୁ କମ୍ ।
(ii) ଜଳ ଓ କିରୋସିନି ମଧ୍ଯରୁ କିରୋସିନିର ପ୍ରତିସରଣାଙ୍କ 1.44 ଓ ଜଳର ପ୍ରତିସରଣାଙ୍କ 1.33; ଏହାର ଅର୍ଥ କିରୋସିନିର ଜଳଠାରୁ ଆଲୋକୀୟ ଘନତା ଅଧୁକ କିନ୍ତୁ କିରୋସିନିର ବସ୍ତୁତ୍ବ ଘନତା ଜଳଠାରୁ କମ୍ ।
କିମ୍ବା;
ମହାକାଶଚାରୀଙ୍କୁ ଆକାଶ କାହିଁକି ଅନ୍ଧାରୁଆ ଦେଖାଯାଏ ?
1 (a) ମାନବର ପାକସ୍ଥଳୀର ଗଠନ ବର୍ଣ୍ଣନା କର (ଚିତ୍ର ଅନାବଶ୍ୟକ)
Ans:
(i) ପାକସ୍ଥଳୀ ଇଂରାଜୀ ଅକ୍ଷର J ଆକୃତିର ଏକ ମାଂସଳ ଥଳୀ । ଏହାର ଉପର ଅଂଶ ଓସାରିଆ ଓ ତଳ ଅଂଶ କମ୍ ଓସାରିଆ
(ii) ଏହା ମଧ୍ୟଚ୍ଛଦା (Diaphragm) ତଳେ ଉଦର ଗହ୍ଵର (abdomen) ର ବାମପାର୍ଶ୍ବରେ ଅବସ୍ଥିତ।
(iii)ଏହା 3 ଭାଗରେ ବିଭକ୍ତ; ଯଥା - କାର୍ଡିଆକ୍ (Cardiac), ଫଣ୍ଡିକ୍ (Fundic) ଓ ପାଇଲୋରିକ୍ (Pyloric) ପାକସ୍ଥଳୀର ହୃତ୍ପିଣ୍ଡ ଆଡ଼କୁ ଥିବା ଅଂଶକୁ କାର୍ଡିଆକ୍ ଷ୍ଟୋମାକ୍ ଓ ତଳ ଅଂଶକୁ ପାଇଲୋରିକ୍ ଷ୍ଟୋମାକ୍ କୁହାଯାଏ ।
(iv) ପାଇଲୋରିକ୍ ଷ୍ଟୋମାକ୍ର ଶେଷଭାଗରେ ଥିବା ମୁଦ୍ରିକା ଆକାରର ମାଂସପେଶୀକୁ ପାଇଲୋରିକ୍ ଙ୍ଗିକ୍ଟର୍ (Pyloric Sphincter) କୁହାଯାଏ । ଏହା ପାକସ୍ଥଳୀରୁ କ୍ଷୁଦ୍ରାନ୍ତ ମଧ୍ୟକୁ ଅଦ୍ଧଜୀର୍ଣ୍ଣ ଖାଦ୍ୟ ପ୍ରବେଶ କରିବାକୁ ନିୟନ୍ତ୍ରଣ କରିଥାଏ।
(v) ପାକସ୍ଥଳୀର ଭିତର ଆଚ୍ଛାଦନରେ ଅନେକଗୁଡ଼ିଏ ପାକଗ୍ରନ୍ଥି (gastric glands) ରହିଥାଏ।
କିମ୍ବା; ସାଇଟ୍ରିକ୍ ଅମ୍ଳ ଚକ୍ର ବା କ୍ରେବସ୍ ଚକ୍ର କୋଷର କେଉଁଠି ଓ କିପରି ସଂଗଠିତ ହୋଇଥାଏ ବର୍ଣ୍ଣନା କର ।
Ans:
i) ମାଇଟୋକଣ୍ଡ୍ରିଆ ମାଟ୍ରିକ୍ସରେ ସାଇଟ୍ରିକ ଅମ୍ଳ ଚକ୍ର ସଂଗଠିତ ହୋଇଥାଏ ।
ii) ଅମ୍ଳଜାନ ଉପସ୍ଥିତିରେ ପାଇରୁଭିକ୍ ଅମ୍ଳ ମାଇଟୋକଣ୍ଡ୍ରିଆ ଭିତର (ମାଟ୍ରିକ୍ସ)କୁ ପ୍ରବେଶ କରେ ଓ ସାଇଟ୍ରିକ୍ ଅମ୍ଳ ଚକ୍ରରେ ଭାଗ ନିଏ । ଏହା ଦୁଇ ପର୍ଯ୍ୟାୟରେ ସମ୍ପାଦିତ ହୁଏ । ପ୍ରଥମ ପର୍ଯ୍ୟାୟରେ ମାଇଟୋକଣ୍ଡ୍ରିଆ ମାଟ୍ରିକ୍ସରେ ଥିବା ଏନ୍ଜାଇମ୍ ଦ୍ଵାରା ପାଇରୁଭିକ୍ ଅମ୍ଳ 2- କାର୍ବନଯୁକ୍ତ ସକ୍ରିୟ ଅଣୁରେ ପରିବର୍ତ୍ତିତ ହୁଏ ଓ ଅଙ୍ଗାରକାମ୍ଳ ନିର୍ଗତ ହୁଏ । ଏହି ପର୍ଯ୍ୟାୟରେ NADH, ସଂଶ୍ଳେଷିତ ହୋଇଥାଏ ।
iii) ଦ୍ବିତୀୟ ପର୍ଯ୍ୟାୟରେ ସାଇଟ୍ରିକ୍ ଅମ୍ଳ ଚକ୍ରର ଗ୍ରାହକ ଅଣୁ, 4- କାର୍ବନଯୁକ୍ତ ଅକ୍ଟାଲୋଏସେଟିକ୍ ଅମ୍ଳ (Oxaloacetic acid= OAA) 2- କାର୍ବନଯୁକ୍ତ ସକ୍ରିୟ ଅଣୁକୁ ଗ୍ରହଣ କରି 6- କାର୍ବନଯୁକ୍ତ ସାଇଟ୍ରିକ୍ ଅମ୍ଳରେ ପରିଣତ ହୁଏ । ସାଇଟ୍ରିକ୍ ଅମ୍ଳ ଚକ୍ରାକାରରେ ବିଭିନ୍ନ ଜୈବିକ ଅମ୍ଳରେ ପରିବର୍ଷିତ ହେବା ସହିତ ଶେଷରେ ଗ୍ରାହକ ଅଣୁ OAA କୁ ପୁନରୁତ୍ପାଦନକରାଏ । ଏହି ପର୍ଯ୍ୟାୟରେ ଅଙ୍ଗାରକାମ୍ଳ ନିର୍ଗତ ହେବା ସହିତ ବିଜାରିତ ସହକାରକ NADH,, FADH, (Reduced Flavin Adenine Dinucleotide) ଓ ATP ଉତ୍ପନ୍ନ ହୁଏ ।
(b) ସପୁଷ୍କକ ଆବୃତବୀଜୀ ଉଦ୍ଭିଦରେ ସମାୟନ ପ୍ରକ୍ରିୟା ବୁଝାଅ ।
କିମ୍ବା; ଉଦ୍ଭିଦରେ ଜଳ ଓ ପୋଷକ ପଦାର୍ଥର ପରିବହନ କିପରି ହୋଇଥାଏ ବର୍ଣ୍ଣନା କର ।
2.(a) ମାଂସ ହଜମ କରୁଥିବା ଏନ୍ଜାଇମ୍ ଆମ ପାକସ୍ଥଳୀକୁ କାହିଁକି ହଜମ କରିପାରେ ନାହିଁ ?
Ans:
i )ପୁଷ୍ଟିସାର ହଜମ କରୁଥିବା ପ୍ରୋଟିଏଜ୍ ଜାତୀୟ ଏନ୍ ଜାଇମ୍ ନିଷ୍କ୍ରି ୟ ଅବସ୍ଥାରେ କ୍ଷରିତ ହୋଇଥାଏ। ପାକସ୍ଥଳୀର ଅମ୍ଳୀୟ ପରିବେଶରେ ଏହା ସକ୍ରିୟ ହୁଏ ଓ ପାକସ୍ଥଳୀରେ ଖାଦ୍ୟ ପହଞ୍ଚିଲେ ସାଧାରଣତଃ ଏନ୍ ଜାଇମ୍ କ୍ଷରଣ ତ୍ବରାନ୍ବିତ ହୋଇଥାଏ।
ii )ଆମ ପାକସ୍ଥଳୀରେ ଅନେକ ଶ୍ଳେଷ୍ଠିକ ବା ମ୍ୟୁକସ୍ ଗ୍ରନ୍ଥି (Mucous gland) ରହିଛି। ସେଥୁରୁ କ୍ଷରିତ ମ୍ୟୁକସ୍ (Mucus) ଅମ୍ଳୀୟ ପରି ବେଶ ତଥା ଏନ୍ ଜାଇମ୍ ପ୍ରଭାବରୁ ପାକସ୍ଥଳୀକୁ ରକ୍ଷାକରେ।
iii). ପାକସ୍ଥଳୀର କୋଷମାନଙ୍କ ମଧ୍ୟରେ ଥିବା ନିବିଡ଼ ବନ୍ଧନ ଯୋଗୁଁ ସହଜରେ ପେପ୍ସିନ୍ ପାକସ୍ଥଳୀ କାନ୍ଥ ଭିତରକୁ ପଶି ଟିସୁ କ୍ଷୟ କରିପାରେ ନାହିଁ ।
iv) ପାକସ୍ଥଳୀର କୋଷ ପ୍ରତି ଦୁଇ ବା ତିନିଦିନ ବ୍ୟବଧାନରେ ନୂଆ କୋଷ ଦ୍ଵାରା ପୁନଃସ୍ଥାପିତ ହୁଅନ୍ତି । ଏଥି ଯୋଗୁଁ ଆମ ପାକସ୍ଥଳୀ ପେପ୍ସିନ୍ ଏନ୍ଜାଇମ୍ ଦ୍ଵାରା ହଜମ ହୁଏନାହିଁ ।
କିମ୍ବା; ନିଷ୍କାସନ ବ୍ୟତୀତ ବୃକ୍କର ଅନ୍ୟ କାର୍ଯ୍ୟଗୁଡ଼ିକ କ’ଣ ?
ଉତ୍ତର:
ନିଷ୍କାସନ ବ୍ୟତୀତ ବୃକ୍କର ଅନ୍ୟ କାର୍ଯ୍ୟ ହେଉଛି
i)ଶରୀରର ଜଳ ଓ ଧାତବଲବଣ ପରିମାଣର ନିୟନ୍ତ୍ରଣ କରିବା ।
ii)ରକ୍ତର ଅମ୍ଳ ଓ କ୍ଷାରୀୟ ମାତ୍ରା ନିୟନ୍ତ୍ରଣ କରୁଥିବା ପଦାର୍ଥମାନଙ୍କ ସନ୍ତୁଳନ ରକ୍ଷା କରିବା
iii )ଶରୀରର ରକ୍ତଚାପ ନିୟନ୍ତ୍ରଣ ଓ ଏରି ଥ୍ରୋପୋଇଏଟିନ୍ (Erythropoletin) ନାମକ ହରମୋନ୍ କ୍ଷରଣ କରି ଲୋହିତ ରକ୍ତ କଣିକା ତିଆରି କରିବାରେ ସାହାଯ୍ୟ କରିବା ।
iv) ପରିସ୍ରବଣ (Filtration), ପୁନଃଶୋଷଣ (Reabsorption), କ୍ଷରଣ (Secretion) ଏବଂ ନିଷ୍କାସନ (Excretion)- ଏହି ଚାରୋଟି ପ୍ରକ୍ରିୟା ମାଧ୍ଯମରେ ବୃକ୍କ ଶରୀରର ଅନ୍ତଃପରିବେଶରେ ସନ୍ତୁଳନ ବଜାୟ ରଖୁଥାଏ।
(b) ଆପଦ୍କାଳୀନ ଗ୍ରନ୍ଥି କେଉଁଠି ଅବସ୍ଥିତ ଓ ଏହାକୁ କାହିଁକି ଏପରି କୁହାଯାଇଛି ?
Ans:
i) ଆମ ଶରୀରର ଦୁଇଟି ବୃକକର ଉପରଭାଗକୁ ଲାଗି ଅଧିବୃକକ ଗ୍ରନ୍ଥି ବା ଏଡ୍ରିନାଲ ଗ୍ରନ୍ଥି ବା ଆପଦ କାଳୀନ ଗ୍ରନ୍ଥି ରହିଛି ।
ii) ଏଡ୍ରିନାଲ୍ ଗ୍ରନ୍ଥିରୁ କ୍ଷରଣ ହେଉଥିବା ହର୍ମନ ଗୁଡ଼ିକ ମଧ୍ୟରେ ଏଡ୍ରିନାଲିନ ଅନ୍ୟତମ ।
iii) ଏହି ହର୍ମନ ଆକସ୍ମିକ ଆଘାତ, ଭୟ, ଅବଶ ଓ ଉତ୍ତେଜିତ ଅବସ୍ଥାରେ କ୍ଷରିତ ହୁଏ । ତେଣୁ ଏହି ଗ୍ରନ୍ଥିକୁ ଆପଦ କାଳୀନ ଗ୍ରନ୍ଥି କୁହାଯାଏ ।
କିମ୍ବା; ରକ୍ତବାହିନୀ କ'ଣ ? ସେଗୁଡ଼ିକର ନାମ ଓ ବିଶେଷତ୍ଵ ଲେଖ ।
Ans:
i) ଶରୀରରେ ରକ୍ତ ସଂଚାଳନ ପାଇଁ ଥୁବା ନଳୀଗୁଡିକୁ ରକ୍ତବାହିନୀ କୁହାଯାଏ ।
ii)ଏହି ନଳୀଗୁଡିକ ଶରୀର ପରିବହନ ସଂସ୍ଥାର ଏକମୁହାଁ ରାସ୍ତାପରି । ହିସାବକରି ଦେଖାଯାଇଛି, ପ୍ରାୟ 96000 ରୁ 160000 କିଲୋମିଟର ଲମ୍ବନଳୀ ଆମ ଦେହସାରା ବିଛେଇ ହୋଇ ରହିଛି । iii) ରକ୍ତ ବାହିନୀ ପ୍ରଧାନତଃ ୩ ପ୍ରକାରର, ଯଥା : ଶିରା (Vein ), ଧମନୀ (Artery ), ଓ ରକ୍ତକୈଶିକ(Capillary) |
(c) ବାୟୁ ଉପଜୀବୀ ଶ୍ୱସନ ଓ ବାୟୁ ଅପଜୀବୀ ଶ୍ୱସନ ମଧ୍ୟରେ ତିନୋଟି ପାର୍ଥକ୍ୟ ଦର୍ଶାଅ ।
Ans:
କିମ୍ବା; ପରାଗଣ କ'ଣ? ସ୍ୱ-ପରାଗଣ ଓ ପରପରାଗଣ କାହାକୁ କୁହାଯାଏ ।
ଉତ୍ତର:
i) ସମାୟନ ପୂର୍ବରୁ ଫୁଲରେ ଥିବା ପରାଗରେଣୁ ବିଭିନ୍ନ ମାଧ୍ଯମରେ ଆସି ଫୁଲର ଗର୍ଭ ଶୀର୍ଷରେ ପଡ଼େ । ଏହାକୁ ପରାଗଣ (Pollination) କୁହାଯାଏ ।
(ii) କେତେକ ଉଭିଦରେ ଗୋଟିଏ ଫୁଲର ପରାଗରେଣୁ ସେହି ଫୁଲର ଗର୍ଭଶୀର୍ଷରେ ପଡ଼ି ତାହାର ଡିମ୍ବାଣୁକୁ ସମାୟନ କରେ, ଏହାକୁ ସ୍ୱପରାଗଣ କହନ୍ତି ।
(iii) ଅଧୁକାଂଶ ଉଦ୍ଭିଦରେ ଗୋଟିଏ ଜାତି ଫୁଲର ପରାଗରେଣୁ କୀଟପତଙ୍ଗ, ବାୟୁ, ଜଳ ଓ ପଶୁପକ୍ଷୀ ମାଧ୍ୟମରେ ଆସି ସେହି ଜାତିର ର ଅନ୍ୟ ଏ ଏକ ଫୁଲର ଗର୍ଭ ଶୀର୍ଷରେ ପଡ଼େ ଓ ପରେ ଗର୍ଭାଧାନ ହୁଏ । ଏହାକୁ ପରପରାଗଣ କୁହାଯାଏ ।
3. (a) ରସାୟଶ୍ଲେଷଣ କ’ଣ ? ସମୀକରଣ ସହ ଲେଖ ?
Ans:
ନାଇଟ୍ରେଟ୍ ପ୍ରସ୍ତୁତକାରୀ ବ୍ୟାକ୍ଟେରିଆ, ଗନ୍ଧକ ବ୍ୟାକ୍ଟେରିଆ ପରି କେତେକ ରସାୟଶ୍ଳେଷଣ ବ୍ୟାକ୍ଟେରିଆ ଏକ ବିଶେଷ ଅଜୈବ ରାସାୟନିକ ପ୍ରକ୍ରିୟାରୁ ମିଳୁଥୁବା ରାସାୟନିକ ଶକ୍ତି ଆହରଣ କରିଥାଆନ୍ତି । ଏହାକୁ ରସାୟଶ୍ଳେଷଣ କୁହାଯାଏ ।
କିମ୍ବା; ସ୍ତନ୍ୟପାୟୀ ପ୍ରାଣୀମାନେ ନିଜର କ୍ଷତକୁ ଜିଭ ଦ୍ଵାରା ଚାଟିଥାନ୍ତି କାହିଁକି ?
Ans:
i) ସ୍ତନ୍ୟପାୟୀ ପ୍ରାଣୀଙ୍କ ଲାଳରେ ଥିବା ବ୍ୟାକଟ୍ରିସିଡ଼ାଲ ଏନ୍ଜାଇମ୍ ଖାଦ୍ୟରେ ଥବା ଅନିଷ୍ଟକାରୀ ବୀଜାଣୁମାନଙ୍କୁ ନଷ୍ଟ କରନ୍ତି ।
ii )ଏହି କାରଣରୁ ସ୍ତନ୍ୟପାୟୀ ପ୍ରାଣୀମାନେ ଜିଭ ଦ୍ଵାରା ଚାଟିଚାଟି ନିଜ ଶରୀରରେ ହେଉଥିବା କ୍ଷତଗୁଡ଼ିକୁ ଭଲ କରିଥାନ୍ତି ।
(b) ଗ୍ଲାଇକୋଲିସିସ୍ କ’ଣ ? ଏହା କୋଷର କେଉଁଠାରେ ସଂପାଦିତ ହୁଏ ?
Ans: i) ଶ୍ୱସନର ପ୍ରଥମ ପର୍ଯ୍ୟାୟରେ ଗୋଟିଏ ଛଅ ଅଙ୍ଗାରକ ବିଶିଷ୍ଟ ବିଶିଷ୍ଟ ପାଇରୁଭିକ୍ ଅମ୍ଳ ଗ୍ଲୁକୋଜ୍ ଅଣୁ ଦୁଇଟି ତିନି ଅଙ୍ଗାରକ ବି ଅଣୁରେ ପରିଣତ ହୁଏ ।
(ii) ଏଥିରେ ଗ୍ଲୁକୋଜ ଅଣୁ ଭାଙ୍ଗୁଥୁବାରୁ ଏହାକୁ ଗ୍ଲାଇକୋଲିସିସ୍ କହନ୍ତି । । ଗ୍ଲାଇକୋଲିସିସ୍ କୋଷଜୀବକରେ ସଂଗଠିତ ହୁଏ ।
କିମ୍ବା; ସଂସକ୍ତି ବଳ ଓ ସଂଲଗ୍ନ ବଳ କ'ଣ ?
Ans:
(c) ସୁସ୍ଥ ବ୍ୟକ୍ତିର ମୂତ୍ର ରଙ୍ଗ ଈଷତ୍ ହଳଦିଆ କାହିଁକି ? ମୂତ୍ରର କେଉଁ ଲକ୍ଷଣରୁ ରୋଗର ସୂଚନା ମିଳେ ।
Ans:
(i)ସୁସ୍ଥଲୋକର ମୂତ୍ରରେ ୟୁରୋକ୍ରୋମ ନାମକ ବର୍ଣକଣିକା ଥାଏ । ଯାହାର ବର୍ଣ୍ଣ ଈଷତ୍ ହଳଦିଆ । ତେଣୁ ମୂତ୍ରର ବର୍ଷ ଈସତ୍ ହଳଦିଆ ହୋଇଥାଏ ।
(ii) ମୂତ୍ରରେ ଗ୍ଲୁକୋଜ୍, ପ୍ରୋଟିନ୍, ରକ୍ତକଣିକା ଓ ବିଲୁରୁବିନ ର ଉପସ୍ଥିତିରୁ ରୋଗର ସୂଚନା ମିଳେ ।
କିମ୍ବା; ସୁଷୁମ୍ନାକାଣ୍ଡର ଦୁଇଟି ମୁଖ୍ୟ କାର୍ଯ୍ୟ ଲେଖ ।
Ans:
(i) ଶରୀରର ବିଭିନ୍ନ ଭାଗରୁ ସଂଗୃହୀତ ବାର୍ଭା ଏହା ମସ୍ତିଷ୍କକୁ ଯୋଗାଏ ଓ ମସ୍ତିଷ୍କରୁ ପ୍ରେରିତ ଆଦେଶ ସୁଷୁମ୍ନାକାଣ୍ଡ ବାଟ ଦେଇ ଶରୀରର ବିଭିନ୍ନ କାର୍ଯ୍ୟକାରୀ ଅଙ୍ଗ ନିକଟରେ ପହଞ୍ଚେ ।
(ii) ମସ୍ତିଷ୍କ ଅଗୋଚରରେ ଏହା ପ୍ରତିକ୍ଷେପ କ୍ରିୟାକୁ ନିୟନ୍ତ୍ରଣ କରେ ।
(d) HIV ର ପୂରାନାମ ଓ ବିଶେଷତ୍ଵ ଲେଖ ।
Ans:
i) HIV ର ପୁରାନାମ Human Immunodeficiency Virus ।
ii) HIV ଭୂତାଣୁର ଆନୁବଂଶିକ ପଦାର୍ଥ ପୁଷ୍ଟିସାରରେ ଗଠିତ ଖୋଳପା ମଧ୍ୟରେ ଥାଏ ।ଏହା ହେଉଛି RNA ।
iii) HIV ଭୁତାଣୁ ହେଉଛି ଏକ ପଶ୍ଚ ଭୁତାଣୁ ବା ରେଟ୍ରୋଭାଇରସ।
କିମ୍ବା; ଫେରନ୍ତାସଂକେତ ନିୟନ୍ତ୍ରଣ କହିଲେ କ’ଣ ବୁଝାଏ ?
ଉତ୍ତର:
ଆମ ଶରୀରରେ ହରମୋନ୍ କ୍ଷରଣ ବ୍ୟବସ୍ଥାକୁ ଫେରନ୍ତା ସଙ୍କେତ ନିୟନ୍ତ୍ରଣ କୁହାଯାଏ ।
(i) ମନେକର ରକ୍ତରେ ଥାଇରକ୍ସିନ୍ ହରମୋନ୍ର ପରିମାଣ କମିଗଲା । ଏହି ବାର୍ତ୍ତା ପ୍ରଥମେ ହାଇପୋଥାଲାମସ୍ରେ ପହଞ୍ଚୁଲା ଫଳରେ ତୁରନ୍ତ ସେଥୁରୁ ରିଲିଜିଂ ହରମୋନ୍ କ୍ଷରଣ ହେଲା ।
(ii) ଏହାର ପ୍ରଭାବରେ ପିଟୁଇଟାରୀ ଗ୍ରନ୍ଥିରୁ କ୍ଷରିତ ଥାଇରଏଡ୍ ଷ୍ଟିମ୍ୟୁଲେଟିଙ୍ଗ ହରମୋନ୍ ଥାଇରଏଡ୍ ଗ୍ରନ୍ଥିକୁ ଥାଇରକ୍ସିନ୍ ହରମୋନ୍ କ୍ଷରଣ କରିବାକୁ ଆଦେଶ ଦେଲା ।
(iii) ରକ୍ତରେ ଥାଇରକ୍ସିନ୍ ହରମୋନ୍ର ପରିମାଣ ଆବଶ୍ୟକ ଅବସ୍ଥାକୁ ଆସିଲେ ଥାଇରକ୍ସିନ୍ କ୍ଷରଣ ନିୟନ୍ତ୍ରିତ ହେଲା । ଫେରନ୍ତା ସଙ୍କେତ ନିୟନ୍ତ୍ରଣ ବ୍ୟବସ୍ଥା ଫଳରେ ଶରୀରରେ ସମସ୍ଥିତି ବଜାୟ ରହେ ।
Comments
Post a Comment