GENERAL SCIENCE ANSWER KEY CLASS 9 ANNUAL EXAM 2025 BSE ODISHA OSSTA COPYRIGHT 1ST SET WHITE HEAD
OBJECTIVE PAPER ANSWERS
SUBJECTIVE PAPER
୧(କ) କେଉଁ କାରକଗୁଡ଼ିକ କିପରି ବାଷ୍ପୀଭବନକୁ ପ୍ରଭାବିତ କରିଥାଆନ୍ତି ଆଲୋଚନା କର ।
Ans:
(i) ତାପମାତ୍ରା : ତାପମାତ୍ରା ବୃଦ୍ଧି ପାଇଲେ ବାଷ୍ପୀଭବନର ହାର ବୃଦ୍ଧି ପାଏ ।
ଉଦାହରଣ : ସମାନ ଆକୃତିର ଦୁଇଟି ପାତ୍ରରେ ସମାନ ପରିମାଣର ଜଳ ନେଇ ଗୋଟିଏ ପାତ୍ରକୁ ଛାଇରେ ଓ ଅନ୍ୟ ପାତ୍ରଟିକୁ ଖରାରେ ରଖିଲେ, ଦ୍ଵିତୀୟ ପାତ୍ରରେ ଥିବା ଜଳର ଶୀଘ୍ର ବାଷ୍ପୀଭବନ ହେବ ।
(ii) ପୃଷ୍ଠ କ୍ଷେତ୍ରଫଳ : ତରଳର ପୃଷ୍ଠ କ୍ଷେତ୍ରଫଳ ବୃଦ୍ଧି ପାଇଲେ, ବାଷ୍ପୀଭବନର ହାର ବୃଦ୍ଧି ପାଏ ।
ଉଦାହରଣ : କପ୍ ଅପେକ୍ଷା ଗରମ ଚା’କୁ ପ୍ଲେଟ୍ରେ ପିଇବା ସୁବିଧାଜନକ ହୋଇଥାଏ ।
iii) ପବନ : ପବନର ବେଗ ବୃଦ୍ଧି ହେଲେ ବାଷ୍ପୀଭବନର ବେଗ ବୃଦ୍ଧି ପାଏ ।
ଉଦାହରଣ : ଘୂରୁଥିବା ପଙ୍ଖାତଳେ ଓଦାଲୁଗା ଶୀଘ୍ର ଶୁଖାଯାଏ । (iv) ଆର୍ଦ୍ରତା : ବାୟୁମଣ୍ଡଳର ଆର୍ଦ୍ରତା ବୃଦ୍ଧି ହେଲେ ବାଷ୍ପୀଭବନ ହ୍ରାସ ପାଏ ।
ଉଦାହରଣ : ବର୍ଷାଦିନେ ଓଦାଲୁଗା ବିଳମ୍ବରେ ଶୁଖେ
କିମ୍ବା, କ୍ୟାଲ୍ସିୟମ୍ କାର୍ବୋନେଟ୍ରେ ଥିବା ପ୍ରତ୍ୟେକ ମୌଳିକର ବସ୍ତୁତ୍ଵ ପ୍ରତିଶତ ମାତ୍ରା ନିରୂପଣ କର ।
ଉତ୍ତର :
କ୍ୟାଲ୍ସିୟମ କାର୍ବୋନେଟ୍ର ସଙ୍କେତ ହେଉଛି CaCO3
ମୌଳିକଗୁଡ଼ିକର ପରମାଣବିକ ବସ୍ତୁତ୍ଵ : Ca = 40u
C = 12u
O = 16u
କ୍ୟାଲସିୟମ କାର୍ବୋନେଟର ଆଣବିକ ବସ୍ତୁତ୍ଵ :
40u + 12u +(3 × 16u) = 100u
( ଖ) ଲୈଖିକ ପଦ୍ଧତିରେ ଦ୍ଵିତୀୟ ଗତି ସମୀକରଣର ବ୍ୟୁତ୍ପତ୍ତି କର ।
Ans:
କିମ୍ବା,
ସାର୍ବଜନୀନ ମହାକର୍ଷଣ ନିୟମ ଉଲ୍ଲେଖ କରି ଏହାର ଗାଣିତିକ ବ୍ୟାଖ୍ୟା କର ।ଦୁଇଟି ବସ୍ତୁ ମଧ୍ୟରେ ଥିବା ମହାକର୍ଷଣ ବଳ କାହା ଉପରେ ନିର୍ଭର କରେ ।
ଉତ୍ତର:
ସାର୍ବଜନୀନ ମହାକର୍ଷଣ ନିୟମ : ବିଶ୍ବର ପ୍ରତ୍ୟେକ ବସ୍ତୁ ଅନ୍ୟ ଏକ ବସ୍ତୁକୁ ଆକର୍ଷଣ କରେ ଏବଂ ଏହି ଆକର୍ଷଣ ବଳର ପରିମାଣ ସେମାନଙ୍କ ବସ୍ତୁତ୍ବର ଗୁଣଫଳସହ ସମାନୁପାତୀ ଏବଂ ସେମାନଙ୍କ ବସ୍ତୁତ୍ବ କେନ୍ଦ୍ର ମଧ୍ୟରେ ଥୁବା ଦୂରତାର ବର୍ଗ ସହ ପ୍ରତିଲୋମାନୁପାତୀ ।
ଗାଣିତିକ ପରିପ୍ରକାଶ : F= G Mm /d²
ଏଠାରେ F = ମହାକର୍ଷଣ ବଳ, G = ମହାକର୍ଷଣ ସ୍ଥିରାଙ୍କ, M = ପୃଥିବୀର ବସ୍ତୁତ୍ବ,
m = ବସ୍ତୁର ବସ୍ତୁତ୍ଵ ଓ d = ପୃଥିବୀ ଓ ବସ୍ତୁ ମଧ୍ୟରେ ଦୂରତା
(ii) ଦୁଇଟି ବସ୍ତୁ ମଧ୍ୟରେ ଥିବା ମହାକର୍ଷଣ ବଳ ବସ୍ତୁଦ୍ୱୟର ବସ୍ତୁତ୍ଵ ଓ ଦୂରତା ଉପରେ ନିର୍ଭର କରେ ।
୨(କ) ଏକ ଦ୍ରବଣରେ ଥିବା ଦ୍ରାବକର ବସ୍ତୁତ୍ଵ ଦ୍ରବର ବସ୍ତତ୍ୱର 5/3 ଗୁଣ ହେଲେ ଦ୍ରବଣର ବସ୍ତୁତ୍ଵ ବିଭକ୍ତ ବସ୍ତୁତ୍ୱ ଶତକଡ଼ା ଅନୁପାତ ସ୍ଥିର କର ।
Ans:
କିମ୍ବା,
କ୍ଲୋରିନ୍ ପରମାଣୁର ହାରାହାରି ବସ୍ତୁତ୍ଵ କାହିଁକି ଓ କିପରି ନିର୍ଣ୍ଣୟ କରାଯାଏ ।
Ans:
(ଖ) ଏକ ସ୍ଥିର ବସ୍ତୁ ଉପରେ 5 ସେକେଣ୍ଡ ପର୍ଯ୍ୟନ୍ତ ବଳ ପ୍ରୟୋଗ କରାଯିବା ଦ୍ଵାରା ବସ୍ତୁଟି 1m/s² ମାତ୍ରାର ତ୍ଵରଣରେ ଗତି କରିବାକୁ ଆରମ୍ଭ କଲା । 10 ସେକେଣ୍ଡ୍ ପର୍ଯ୍ୟନ୍ତ ବସ୍ତୁଟି ଗତି କରିଥିଲେ ତାହା ମୋଟ କେତେ ଦୂରତା ଅତିକ୍ରମ କରିଥିବ, କଳନା କର ।
Ans:
କିମ୍ବା,
ଗୋଟିଏ ବସ୍ତୁର ବସ୍ତୁତ୍ୱ m ଓ ପରିବେଗ 10m/s। ଯଦି ବସ୍ତୁର ଗତିକ ଶକ୍ତି 2500 ଜୁଲ୍ ହୁଏ, ତେବେ 20 ମିଟର ଉଚ୍ଚତାରେ ଉକ୍ତ ବସ୍ତୁର ସ୍ଥିତିଜ ଶକ୍ତି କେତେ ହେବ ?
Ans:
(ଗ) ନଦୀକୂଳରେ ଥିବା ଏକ ଡ଼ଙ୍ଗାରୁ କୂଳକୁ ଡ଼େଇଁଲେ ଡ଼ଙ୍ଗାଟି ପଛକୁ ଫେରିଯାଏ । ତୃତୀୟ ଗତି ନିୟମ ଅବଲମ୍ବନରେ ଏହାର ବ୍ୟାଖ୍ୟା କର ।
Ans:
ଡଙ୍ଗାରେ ଥିବା ଯାତ୍ରୀମାନେ କୂଳକୁ ଡେଇଁପଡ଼ିବା ବେଳେ ଡଙ୍ଗାଟି ନଦୀ ଭିତରକୁ ଠେଲିହୋଇଯାଏ । ଡେଇଁଲାବେଳେ ଯାତ୍ରୀମାନଙ୍କ ଗୋଡ଼ ଡଙ୍ଗା ଉପରେ ପ୍ରୟୋଗ କରୁଥିବା ବଳ ହେଉଛି କ୍ରିୟା । ପ୍ରତିକ୍ରିୟା ସରୂପ ଡଙ୍ଗା ସେମାନଙ୍କ ଉପରେ ବିପରୀତ ରୀତମୁଖୀ ବଳ ଡେଇଁପଡ଼ନ୍ତି । ପ୍ରୟୋଗ କରିବାରୁ ସେମାନେ କୂଳକୁ ଡେଇଁ ପଡନ୍ତି । ପ୍ରତ୍ୟେକ କ୍ରିୟାବଳର ଏକ ସମାନ ଓ ବିପରୀତମୁଖୀ। ପ୍ରତିକ୍ରିୟା ବଳ ଅଛି ।
କିମ୍ବା,
ସୋନାର୍ ଦ୍ଵାରା କିପରି ସମୁଦ୍ରରେ ବୁଡ଼ି ରହିଥିବା ବସ୍ତୁର ଜଳ ପତ୍ତନଠାରୁ ଦୂରତା ନିର୍ଣ୍ଣୟ କରିହୁଏ, ଆଲୋଚନା କର ।Ans:
(i) ସୋନାରରେ ଗୋଟିଏ ଟ୍ରାନ୍ସମିଟର (transmitter) ଏବଂ ଗୋଟିଏ ଡିଟେକ୍ଟର (ditector) ଥାଏ । ଏହା ବଡ଼ ବଡ଼ ଶକ୍ତିଚାଳିତ ଡଙ୍ଗା (power boat) ସବ୍ମାରିନ୍ ବା ଜାହାଜରେ ଖଞ୍ଜା ହୋଇଥାଏ ।
(ii) ଟ୍ରାନସମିଟରରୁ ଶକ୍ତିଶାଳୀ ଅଲ୍ଟ୍ରାସୋନିକ୍ ତରଙ୍ଗ ପଲ୍ସ (pulse) ପାଣି ଭିତରକୁ ପଠାଯାଏ ।ସେହି ପଲ୍ସ ସମୁଦ୍ର ଶଯ୍ୟାରେ କିମ୍ବା ସମୁଦ୍ର ଜଳରେ ବୁଡ଼ି ରହିଥିବା ଜାହାଜ, ପାହାଡ଼ ବା ଅନ୍ୟ ବସ୍ତୁମାନଙ୍କ ଦ୍ଵାରା ବାଧାପ୍ରାପ୍ତ ହେଲେ ପ୍ରତିଫଳିତ ହୋଇ ଫେରିଆସେ ।
(iii) ଏହି ପ୍ରତିଫଳିତ ଅଲ୍ଟ୍ରାସୋନିକ୍ ପ୍ରତିଧ୍ଵନି ଡିଟେକ୍ଟର ସାହାଯ୍ୟରେ ଗୃହୀତ ହୁଏ । ଡିଟେକ୍ଟର ଅଲ୍ଟ୍ରାସୋନିକ୍ ତରଙ୍ଗକୁ ବିଦ୍ୟୁତ୍ ସଙ୍କେତ (signal) ରେ ପରିଣତ କରେ ଯାହାର ବିଶ୍ଳେଷଣ କରାଯାଏ ।
(iv) ଧ୍ବନିର ପ୍ରେରଣ ଓ ପ୍ରତିଧ୍ୱନିର ଗ୍ରହଣ ମଧ୍ୟରେ ଥିବା ସମୟ ବ୍ୟବଧାନ 't', ସମୁଦ୍ର ଜଳରେ ଅଲ୍ଟ୍ରାସୋନିକ୍ ତରଙ୍ଗର ବେଗ 'v' ଓ ଜାହାଜଠାରୁ ପ୍ରତିବନ୍ଧକର ଦୂରତା ‘d’ ହେଲେ, ଅଲ୍ଟ୍ରାସାଉଣ୍ଡ ତରଙ୍ଗ ମୋଟ 2d ଦୂରତା ଅତିକ୍ରମ କରିଥାଏ ।
2d = v × t
କିମ୍ବା d = 1/2(v × t)
ଏହି ସୂତ୍ର ବ୍ୟବହାର କରି ଜଳ ମଧ୍ଯରେ ବୁଡି ରହିଥିବା ଅଦୃଶ୍ୟ ବସ୍ତୁମାନଙ୍କର ଜଳପୃଷ୍ଠଠାରୁ ଦୂରତା ଗଣନା କରାଯାଇଥାଏ ।
୩(କ) ହାତରେ ଏସିଟୋନ୍ ପଡ଼ିଲେ ଆମେ ଥଣ୍ଡା ଅନୁଭବ କରୁ କାହିଁକି ?
Ans:
ଏସିଟୋନର କଣିକାଗୁଡ଼ିକ ହାତ ପାପୁଲି ଓ ଚତୁଃପାର୍ଶ୍ବରୁ ତାପଶକ୍ତି ଅବଶୋଷଣ କରି ବାଷ୍ପୀଭୂତ ହୁଅନ୍ତି । ଫଳରେ ଆମେ ଥଣ୍ଡା ଅନୁଭବ କରୁ ।
କିମ୍ବା,।
ଚଳଯୋଗ୍ୟତା କ'ଣ ? ଏକ ଚଳସଂଯୋଜୀ ମୌଳିକର ଉଦାହରଣ ନେଇ ଏହାର ଅକ୍ସାଇଡରେ ଭକ୍ତ ମୌଳିକର ଯୋଜ୍ୟତା ଦର୍ଶାଅ ।
Ans:
(i) କୌଣସି ମୌଳିକର ଏକାଧିକ ଯୋଜ୍ୟତାକୁ ଚଳଯୋଜ୍ୟତା (variable valency) କହନ୍ତି ।
(ii) ଫେରସ୍ ଅକ୍ସାଇଡ୍ (FeO)ରେ ଆଇରନର ଯୋଜ୍ୟତା 2 ଏବଂ ଫେରିକ ଅକ୍ସାଇଡ୍ (Fe₂O₂)ରେ ଆଇରନ୍ର ଯୋଜ୍ୟତା 3 ଅଟେ । ସେହିଭଳି N₂O, NO, N2O3, N₂O4, N₂O5 ଯୌଗିକ ଗୁଡିକରେ ନାଇଟ୍ରୋଜେନର ଯୋଜ୍ୟତା ଯଥାକ୍ରମେ 1, 2, 3, 4 ଓ 5 ଅଟେ ।
ଖ) ବିକ୍ଷେପିତ ପ୍ରାବସ୍ଥା ଓ ବିକ୍ଷେପଣ ମାଧ୍ୟମ କ'ଣ, ଏକ ଉଦାହରଣ ମାଧ୍ୟମରେ ବୁଝାଅ ।
Ans:
କିମ୍ବା,
ଆଇସୋଟୋପ୍ ଓ ଆଇସୋବାର ମଧ୍ୟରେ ଦୁଇଟି ପାର୍ଥକ୍ୟ ଦର୍ଶାଅ ।
Ans:
ଆଇସୋଟୋପ୍
(i) ଆଇସୋଟୋପ୍ର ପରମାଣୁ କ୍ରମାଙ୍କ ସମାନ ।
(ii) ଏଗୁଡ଼ିକର ଇଲେକ୍ଟ୍ରନ୍ ସଂଖ୍ୟା ସମାନ ।
(iii) ଏଗୁଡ଼ିକର ରାସାୟନିକ ଧର୍ମ ସମାନ ।
ଆଇସୋବାର୍
(i) ଆଇସୋବାର୍ର ବସ୍ତୁତ୍ଵ ସଂଖ୍ୟା ସମାନ ।
(ii) ଏଗୁଡ଼ିକର ଇଲେକ୍ଟ୍ରନ୍ ସଂଖ୍ୟା ଭିନ୍ନ ।
(iii) ଏଗୁଡ଼ିକର ରାସାୟନିକ ଧର୍ମ ଭିନ୍ନ ।
(ଗ) ଗଳନାଙ୍କ ଓ ଗଳନର ଗୁପ୍ତତାପ କହିଲେ କ'ଣ ବୁଝ ?
Ans:
କିମ୍ବା,
ନାଇଟ୍ରୋଜେନ୍ର ଗ୍ରାମ୍ ଆଣବିକ ବସ୍ତୁତ୍ଵ ନିରୂପଣ କର ।
ଉତ୍ତର :
ନାଇଟ୍ରୋଜେନ୍ ଗ୍ୟାସରେ ନାଇଟ୍ରୋଜେନ ଅଣୁ ଦୁଇପରମାଣୁ ବିଶିଷ୍ଟ (N₂) ।
ନାଇଟ୍ରୋଜେନର ପାରମାଣବିକ ବସ୍ତୁତ୍ଵ = 14
1 ମୋଲ୍ ନାଇଟ୍ରୋଜେନ ଗ୍ୟାସ୍ର ବସ୍ତୁତ୍ଵ =14 × 2 ଗ୍ରାମ = 28 ଗ୍ରାମ
(ଘ) S.I. ପଦ୍ଧତିରେ ବଳର ଏକକ କ'ଣ ? କେଉଁ ପରିମାଣର ବଳ ପ୍ରଭାବରେ 500 ଗ୍ରାମ୍ ବସ୍ତୁଠାରେ 2 ମି./ସେ² ମାତ୍ରାର ତ୍ଵରଣ ସୃଷ୍ଟି ହେବ ?
Ans:
(i) S.I. ପଦ୍ଧତିରେ ବଳର ଏକକ ନିଉଟନ୍ ।
କିମ୍ବା
ଦର୍ଶାଅ ଯେ 1 kwh = 3.6 x10⁶ ଜୁଲ୍
Ans:
1kwh = 1kw x 1h
= 1000w x3600s
= 1000 J/s x 3600 s
= 36,00,000J
.:. 1 କିଲୋୱାଟ ଘଣ୍ଟା (kwh) = 3.6 ×10⁶ ଜୁଲ୍
୪. (କ) ବିଶ୍ଵ ମହାମାରୀ ସମୟରେ ସଂକ୍ରମିତ ସଙ୍ଗ ଅନ୍ଵେଷଣର ଲକ୍ଷ୍ୟ କ'ଣ ?
Ans:
ସଙ୍ଗ ଅନ୍ଵେଷଣର ଲକ୍ଷ୍ୟ :
(i) ସଙ୍ଗ ଅନ୍ଵେଷଣର ମୂଳ ଲକ୍ଷ୍ୟ ହେଉଛି ଅଜଣା ଅଞ୍ଚଳରୁ ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରି ସଂକ୍ରମଣ ହାର ହ୍ରାସ କରିବା
(ii) ଲକ୍ଷଣ ବିହୀନ ଉତ୍ପ୍ରେରକ ବାହକ ଦ୍ବାରା ହେଉଥିବା ରୋଗର ପ୍ରତ୍ୟେକ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ନିରୂପଣ କରିବା ପାଇଁ ଏହି ପଦ୍ଧତିରେ ଅନୁଧ୍ୟାନ କରାଯାଏ ।
(iii) କୌଣସି ଏକ ସଂକ୍ରମଣ ଲକ୍ଷଣ ଥିବା ବ୍ୟକ୍ତି ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଖୋଜି ବାହାର କରିବା ।
(iv) ଗୋଷ୍ଠୀ ମଧ୍ୟରୁ ଲକ୍ଷଣବିହୀନ କିନ୍ତୁ ରୋଗ ବୀଜାଣୁ ବାହକ (Carrier) ବ୍ୟକ୍ତିମାନଙ୍କୁ ଠାବ କରିବା ।
କିମ୍ବା,
ମୃରିକା ସୃଷ୍ଟି ଓ ବିକାଶ କିପରି ହୁଏ ବୁଝାଅ ।
Ans:
(i) ସୂର୍ଯ୍ୟତାପ ଦ୍ଵାରା ଦିନବେଳେ ପଥରର ତାପମାତ୍ରା ଓ ଆୟତନ ବୃଦ୍ଧି ପାଇଥାଏ ଓ ରାତିରେ ପଥର ଥଣ୍ଡା ହୋଇ ସଙ୍କୁଚିତ ଓ ପ୍ରସାରିତ ହେଉଥିବାରୁ ଏଥିରେ ଫାଟ ସୃଷ୍ଟି ହୁଏ ଓ ସେହି ଫାଟ କ୍ରମଶଃ ବୃଦ୍ଧିପାଇ ପଥରକୁ ଖଣ୍ଡ ଖଣ୍ଡ କରିଦିଏ
(ii) ଜଳ ଦ୍ଵାରା ମଧ୍ୟ ପଥରର କ୍ଷୟପ୍ରାପ୍ତ ହୋଇଥାଏ । ପଥରରେ ଥିବା ଖଣିଜ ପଦାର୍ଥ ଜଳ ଗ୍ରହଣ କରିବା ଦ୍ୱାରା ଫୁଲିଯାଏ ଓ ପଥରକୁ ଭାଙ୍ଗିଦିଏ। ଜଳସ୍ରୋତ ଦ୍ଵାରା ପଥରର କ୍ଷୟପ୍ରାପ୍ତି ଘଟି ବାଲୁକା ଓ ମୃରିକା କଣା ସବୁ ଭାସିଯାଇ ସମତଳ ଅଞ୍ଚଳରେ ଜମା ହୋଇ ମୃରିକା ସୃଷ୍ଟି ହୋଇଥାଏ।
(iii) ଜଳଭଳି ପବନର ବେଗ ଦ୍ଵାରା ମଧ୍ୟ ବାଲୁକା କଣା ଗଡ଼ି ଗଡ଼ି ପରସ୍ପର ସହିତ ଘର୍ଷଣ କରିଥା'ନ୍ତି ଓ ଏହାଦ୍ଵାରା କ୍ଷୟପ୍ରାପ୍ତ ହୋଇ ଛୋଟ ଛୋଟ ମୃରିକା କଣା ସୃଷ୍ଟି ହୋଇଥାଏ।
(iv) ମୃଭିକାର ସୃଷ୍ଟି ଓ ବିକାଶ ଜୀବମାନଙ୍କ ଦ୍ୱାରା ଅନେକ ମାତ୍ରାରେ ପ୍ରଭାବିତ ହୋଇଥାଏ। ପଥରରେ ଜଳଧାରଣ କରିବାର କ୍ଷମତା ନ ଥିବାରୁ ଉଭିଦମାନେ ପଥର ଉପରେ ବଞ୍ଚୁପାରନ୍ତି ନାହିଁ । କିନ୍ତୁ ଲାଇକେନ୍ ଜାତୀୟ ଉଦ୍ଭିଦ ବଞ୍ଚୁ ରହିଥାଏ।
(v) ବହୁ ବର୍ଷ ବର୍ଷ ଧରି ରହି କିଛି ଜୈବିକ ପଦାର୍ଥ ପଥର ଉପରେ ଜମାଇ ଲାଇକିନିକ୍ ଏସିଡ଼ ନାମକ ଏକ ଜୈବରାସାୟନିକ ଅମ୍ଳ ନିର୍ଗତ କରେ । ଫଳରେ ପଥରକୁ ଗୁଣ୍ଡ କରି ଜୈବିକ ପଦାର୍ଥ ସହ ମିଶି ଏକ ପତଳା ମୃରିକା ସ୍ତର ସୃଷ୍ଟି ହୁଏ ।
(vi) କ୍ରମଶଃ ମସ୍, ଫର୍ଶ, ଏହି ତୃଣମାନେ ଏହି ମୃଲିକା ସ୍ତର ଉପରେ ବଢ଼ିଲେ ମୃରିକା ସ୍ତର ମୋଟା ହୋଇଥାଏ । ଏହା 1. ଫଳରେ ବଡ଼ ବଡ଼ ବୃକ୍ଷ ସେହି ମୃଲିକା ଉପରେ ଛିଡ଼ା ହୋଇପାରେ।
(vii) ଏହି ବଡ଼ ବଡ଼ ଗଛମାନଙ୍କର ଚେର ପଥର ଭିତରକୁ ଯାଇ ଫାଙ୍କ ଭିତରେ ପଶି ଫାଟି ସୃଷ୍ଟି କରିବା ଫଳରେ ମୃତ୍ତିକା ପ୍ରସ୍ତୁତ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଥାଏ।
ଖ) ରୋଗୀର ଚିକିତ୍ସା ନିମନ୍ତେ କି କି ପଦ୍ଧତି ଅବଲମ୍ବନ କରାଯାଏ ଉଦାହରଣ ସହ ବର୍ଣ୍ଣନା କର ।
Ans:
ସାଧାରଣତଃ ଦୁଇଟି ଉପାୟରେ ରୋଗୀକୁ ଚିକିତ୍ସା କରାଯାଏ, ଯଥା –
(a) ରୋଗୀ ଶରୀରରେ ରୋଗର ଉପସର୍ଗକୁ ଆୟତ୍ତ କରିବା ଓ (b) ରୋଗ ସୃଷ୍ଟିକାରୀ ଅଣୁଜୀବକୁ ବିନାଶ କରିବା। ଉଦାହରଣ- ଜ୍ଵର ହେଲେ ଶରୀରର ତାପମାତ୍ରା ବୃଦ୍ଧିପାଏ ଓ ବିଭିନ୍ନ ଅଙ୍ଗରେ ବେଦନା ସୃଷ୍ଟି ହୋଇଥାଏ।
(i) ଉପରୋକ୍ତ ଉପସର୍ଗକୁ ନିୟନ୍ତ୍ରଣ କରିବାପାଇଁ ତାପମାତ୍ରା ହ୍ରାସକାରି ଔଷଧ ବା ବେଦନା ନିବାରକ ଔଷଧ ସେବନ କରାଯାଏ। ଏହାବ୍ୟତୀତ ଶକ୍ତି ସଞ୍ଚୟ ନିମନ୍ତେ ରୋଗୀକୁ ବିଶ୍ରାମ ଦିଆଯାଏ। ଏହାସହିତ ଆଣ୍ଟିବାଇଓଟିକ୍ ଔଷଧ ପ୍ରୟୋଗ କରିବାଦ୍ଵାରା ବୀଜାଣୁ, ଭୂତାଣୁ, ପ୍ରୋଟୋଜୋଆ ଓ କବକମାନଙ୍କ ବଂଶବୃଦ୍ଧିକୁ ନଷ୍ଟ କରାଯାଏ।
(ii) ବୀଜାଣୁ ଦ୍ବାରା ସୃଷ୍ଟି ହେଉଥିବା ରୋଗରେ ଏଭଳି ଔଷଧ ପ୍ରୟୋଗ କରାଯାଏ, ଯାହା ଆମ କୋଷଗୁଡ଼ିକର କ୍ଷତି ନ କରି ବୀଜାଣୁ କୋଷର ଜୈବ ରାସାୟନିକ ପ୍ରକ୍ରିୟାକୁ ବନ୍ଦ କରିଥାଏ। ଫଳରେ ବୀଜାଣୁମାନଙ୍କର ମୃତ୍ୟୁ ହୋଇଥାଏ। ଏହି ଔଷଧକୁ ଆମେ ଆଣ୍ଟିବାଇଓଟିକ୍ କହିଥାଉ।
(iii) ବୀଜାଣୁ ଭଳି ମ୍ୟାଲେରିଆ ପାରାସାଇଟ୍ମାନଙ୍କୁ ମଧ୍ୟ ଔଷଧ ବ୍ୟବହାର ଦ୍ଵାରା ବିନାଶ କରାଯାଇଥାଏ। ଭୂତାଣୁର ନିଜସ୍ୱ ଜୈବ ରାସାୟନିକ ପ୍ରକ୍ରିୟା ନ ଥାଏ। ଏ ସମସ୍ତ ଆମ ଶରୀରରେ ପ୍ରବେଶ କରି ଆମ କୋଷର ଜୈବ ରାସାୟନିକ ପ୍ରକ୍ରିୟା ସହ ସଂଶ୍ଳିଷ୍ଟ ହୋଇ ରହିଥାନ୍ତି। ଏଣୁ ଭୂତାଣୁକୁ ମାରିବା ଅର୍ଥ ଆମ ଶରୀର ଜୀବକୋଷକୁ ନଷ୍ଟକରିବା।
କିମ୍ବା,
ଜାଇଲେମ୍ ଟିସୁର ଗଠନ ବୁଝାଅ ।
Ans:
(i )ଏହା ଏକ ପରିବାହୀ ଟିସୁ । ଏହାଦ୍ଵାରା ଉଭିଦ ଶରୀରରେ ଜଳ ପରିବାହିତ ହୋଇଥାଏ ।
(ii) ଏହି ଟିସୁ ଚାରିପ୍ରକାର ସରଳ ଟିସୁ; ଯଥା- ଟ୍ରାକିଡ, ଭେସେଲ, ଜାଇଲେମ୍ ପାରେନ୍କାଇମା ଓ ଜାଇଲେମ୍ ଫାଇବର୍କୁ ନେଇ ଗଠିତ।
(iii) ଜାଇଲେମ୍ ଟିସୁରେ ଥିବା ଉପରୋକ୍ତ ସରଳ ଟିସୁଗୁଡ଼ିକ ଉଦ୍ଭିଦ ଶରୀର ମଧ୍ୟରେ ଜଳ ଓ ଜଳରେ ଦ୍ରବୀଭୂତ ଲବଣ ପରି ବହନ କରିବା ସଙ୍ଗେ ସଙ୍ଗେ ଖାଦ୍ୟ ସଂରକ୍ଷଣ କରନ୍ତି ଓ କେତେକ ଟିସୁ ଉଭିଦକୁ ଯାନ୍ତ୍ରିକ ଶକ୍ତି ଯୋଗାଇଥା’ନ୍ତି ।
୫. (କ) ଅସୁରକ୍ଷିତ ଓ ଦୁଲର୍ଭ ଜାତିର ଜୀବଙ୍କ ମଧ୍ଯରେ 3ଟି ପାର୍ଥକ୍ୟ ଦର୍ଶାଅ ।
Ans:
ଅସୁରକ୍ଷିତ ଜାତି :
(i)ଏହି ଜୀବମାନଙ୍କର ଶିକାର ଓ ବ୍ୟବହାର ଅତିମାତ୍ରାରେ ହେଉଥିବାରୁ ଏବଂ ଏମାନଙ୍କର ସଂରକ୍ଷଣ ପାଇଁ କୌଣସି ବିଶେଷ ପଦକ୍ଷେପ ନିଆଯାଉ ନ ଥିବାରୁ ଏହି ଜାତିର ଜୀବମାନଙ୍କୁ ଅସୁରକ୍ଷିତ ବା ଭେଦ୍ୟ ଜାତି ବୋଲି କୁହାଯାଏ।
(ii)ଏହି ଜୀବମାନେ ଭବିଷ୍ୟତରେ ବିଲୁପ୍ତ ହେବାର ସମ୍ଭାବନା ରହିଛି।
(iii)
ଦୁର୍ଲଭ ଜାତି :
(i) ଏହି ଜାତିର ଖୁବ୍ କମ୍ ସଂଖ୍ୟକ ଜୀବ ପୃଥିବୀ ପୃଷ୍ଠରେ କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ହିଁ ରହିଛନ୍ତି।
(ii) ଏମାନଙ୍କର ସଂଖ୍ୟା ବୃଦ୍ଧି ଅତି ମନ୍ଥର ଗତିରେ ହେଉଥିବାରୁ ଏମାନଙ୍କର ସଂରକ୍ଷଣ ପାଇଁ ବିଶେଷ ପ୍ରକାର ପଦକ୍ଷେପ ନେବାର ଆବଶ୍ୟକତା ରହିଛି।
(iii) ସାରା ପୃଥିବୀରେ କେବଳ ଆସାମର ମାନସ ଜାତୀୟ ଉଦ୍ୟାନରେ ଦେଖାଯାଉଥିବା ସୁବର୍ଣ୍ଣ ମର୍କଟ ଏହାର ଉଦାହରଣ ଅଟେ।
କିମ୍ବା,
ରେଖିତ ଓ ଅରେଖିତ ପେଶୀ ମଧ୍ଯରେ 3ଟି ପାର୍ଥକ୍ୟ ଲେଖ ।
Ans:
ରେଖିତ ପେଶୀ :
(i) ଆମର ହାତ, ଗୋଡ଼, ଜିହ୍ଵା ଆଦି କେତେକ ଅଙ୍ଗର ପେଶୀରେ . ଅନେକ କଳା ଓ ଫି କା ବ୍ୟାଣ୍ଡ ଏକାନ୍ତରଭାବେ ରହିଥିବାରୁ ଏହି ପେଶୀକୁ ରେଖୂତ ପେଶୀ କୁହାଯାଏ ।
(ii) ଏହି ପେଶୀର କୋଷଗୁଡ଼ିକ ଲମ୍ବାଳିଆ ବା ସିଲିଣ୍ଡର ଆକୃ ତିର, ଶାଖା ବିହୀନ ଏବଂ ବହୁ ନ୍ୟଷ୍ଟୀୟ ହୋଇଥାଆନ୍ତି ।
(iii) ଏହି ପେଶୀଗୁଡ଼ିକ ଆମ ଇଚ୍ଛା ଅନୁସାରେ ପରିଚାଳିତ ହୁଅନ୍ତି ଓ ଏମାନଙ୍କୁ ଐଚ୍ଛିକ ପେଶୀ କୁହାଯାଏ ।
ଅରେଖିତ ପେଶୀ :
(i) ଆମର ପାକସ୍ଥଳୀ, ପରିପାକନଳୀ, ଖାଦ୍ୟନଳୀ, ରକ୍ତବାହିନୀ ନଳୀ ଆଦି ପେଶୀମାନଙ୍କରେ କଳା ବା ଫିକା ବ୍ୟାଣ୍ଡ ନ. ଥିବାରୁ ଏହି ପେଶୀକୁ ଅରେଖୂତ ପେଶୀ କୁହାଯାଏ।
(ii) ଏହି ପେଶୀର କୋଷଗୁଡ଼ିକ ଲମ୍ବା ଓ ପ୍ରାନ୍ତ ଦୁଇଟି ଧୀରେ ଧୀରେ ସରୁ ହୋଇଥାଏ ଓ ପ୍ରତ୍ୟେକ କୋଷ ଏକ ନ୍ୟଷ୍ଟିବିଶିଷ୍ଟ ହୋଇଥାଏ।
(iii) ଏହି ପେଶୀଗୁଡ଼ିକ ଆମ୍ବ ଇଚ୍ଛା ଅନୁସାରେ ସଙ୍କୁଚିତ ଓ ପ୍ରସାରିତ ହୁଅନ୍ତି ନାହିଁ। ତେଣୁ ଏହି ପେଶୀଗୁଡ଼ିକୁ ଅନୈଚ୍ଛିକ ପେଶୀ କୁହାଯାଏ।
ଖ) ଟାଇଫଏଡ୍ ରୋଗର ଲକ୍ଷଣଗୁଡ଼ିକ ଲେଖ ।
Ans:
(i) ରୋଗର ପ୍ରଥମ ଅବସ୍ଥାରେ ମୁଣ୍ଡବ୍ୟଥା, ଦୁର୍ବଳତା, ତଣ୍ଟି ଦରଜ ଓ କୋଷ୍ଠକାଠିନ୍ୟ ଆଦି ଲକ୍ଷଣ ପ୍ରକାଶପାଇ ଧୀରେ ଧୀରେ ଜ୍ଵର ଆରମ୍ଭ ହୁଏ ।
(ii) ପରବର୍ତ୍ତୀ ଅବସ୍ଥାରେ କ୍ଷୁଦ୍ରାନ୍ତରେ ଘା' ହୋଇ ବାନ୍ତି, ତରଳ ଝାଡ଼ା ଓ ଉଦର ଯନ୍ତ୍ରଣା ହୁଏ ।
କିମ୍ବା,
ମଣିଷର ଯେକୌଣସି 3ଟି ଜନ୍ମଗତ ରୋଗ ପ୍ରତିରୋଧ ବ୍ୟବସ୍ଥା ବର୍ଣ୍ଣନା କର ।
Ans:
ଜନ୍ମଗତ (Innate) ରୋଗ ପ୍ରତିରୋଧକ ଶକ୍ତି ପାଇଁ ନିଉଟ୍ରୋଫିଲ୍, ମନୋସାଇଟ୍ ଓ ଇଓସିନୋଫିଲ୍ କୋଷଗୁଡ଼ିକୁ ଦାୟୀ । ନିମ୍ନରେ ପ୍ରତ୍ୟେକ କୋଷର କାର୍ଯ୍ୟ ପ୍ରଣାଳୀ ବିଷୟରେ ଆଲୋଚନା କରାଯାଇଛି ।
(a) ନିଉଟ୍ରୋଫିଲ(Neutrophil) :
(i) ରକ୍ତରେ ରହିଥିବା ଏହି କୋଷଗୁଡ଼ିକ ପରିପକ୍ବ କୋଷ ଅଟନ୍ତି । ଶରୀରର କୌଣସି ଟିସୁ ବା ଅଙ୍ଗରେ ଭୂତ ଭୂତାଣୁ, ବୀଜାଣୁ, କବକ ଇତ୍ୟାଦିଙ୍କ ଦ୍ବାରା ସଂକ୍ରମଣ ଆରମ୍ଭ ହେଲେ, ସଂକ୍ରମିତ ସ୍ଥାନରେ ପ୍ରଦାହ (Inflamation) ସୃଷ୍ଟି ହୁଏ ।
(ii) ପ୍ରଦାହ ଅଂଶରେ ରହିଥିବା କୋଷଗୁଡ଼ି ରାସାୟନିକ କୋଷଗୁଡ଼ିକରୁ ଏକ ପ୍ରକାର ରା ରାସାୟନିକ ପଦାର୍ଥର ଆକର୍ଷଣ ଫଳରେ ପଦାର୍ଥ କ୍ଷରିତ ହୁଏ । ଏହି ରାସା ପ୍ରଦାହ ଅଂଶକୁ ଅସଂଖ୍ୟ ନିଉଟ୍ରୋଫିଲ୍ ପ୍ରବେଶ କରନ୍ତି ।
(iii) ଏହି Neutrophil ଗୁଡ଼ିକୁ ଏମିବା ପରି ନିଜର କୂଟପାଦ ମାଧ୍ଯମରେ ରୋଗଜନକ ପ୍ରାଣୀକୁ କବଳିତ କରି ମାରି ଖାଇଦିଅନ୍ତି | এই ପ୍ରକ୍ରିୟାକୁ କବଳନ (Phagocytosis) କୁହାଯା ଯାଏ । ଗୋଟିଏ ନିଉଟ୍ରୋଫିଲ୍ ଏକ ସମୟରେ 5-20 ଟି ବୀଜାଣୁ ଏହି ପ୍ରକ୍ରିୟାରେ ନଷ୍ଟ କରିପାରେ ।
(b) ମନୋସାଇଟ୍ (Monocytes) :
(i) ନିଉଟ୍ରୋଫିଲ୍ଙ୍କ ପରି ମାକ୍ରୋଫୋନ୍ଗୁଡ଼ି କୁ ମଧ୍ୟ Phagocytosis ପ୍ରକ୍ରିୟା ଦ୍ୱାରା ରୋଗଜନକ ପରଜୀବୀମାନଙ୍କୁ ମାରି ଖାଇଯାଆନ୍ତି ।
(ii) ଗୋଟିଏ ମାକ୍ରୋଫେଜ୍ (ପରିପକ୍ବ ମନୋସାଇଟ୍) ଏକ ସମୟରେ ପ୍ରାୟ 100 ଟି ବୀଜାଣୁ ଖାଇପାରେ ।
(c) ଇଓସିନୋଫିଲ୍ (Eosinophil) :
(i)ସଂକ୍ରମଣ ଯୋଗୁଁ ରକ୍ତରେ ଇଓସି ନୋଫିଲ୍ଙ୍କ ସଂଖ୍ୟା ବୃଦ୍ଧି ପାଇଥାଏ । ଏ ପ୍ରକ୍ରିୟାକୁ Eosinophilia କୁହାଯାଏ ।
(ii) ଇଓସିନୋଫିଲ୍ଙ୍କର ଫାଗୋସାଇଟୋସିସ୍ କ୍ଷମତା ଦୁର୍ବଳ । ଏଣୁ ବଡ଼ ବଡ଼ ପରଜୀବୀ ଶରୀରରେ ଲାଗିରହି କିଛି ପରିମାଣରେ ବିଷ ନିର୍ଗତ କରି, ସେମାନଙ୍କୁ ମାରି ପାରନ୍ତି ।
(ଗ) ହୃଦ୍ ପେଶୀର ଏକ ନାମାଙ୍କିତ ଚିତ୍ର ଅଙ୍କନ କର ।
Ans:
କିମ୍ବା,
ଘୁଷୁରିଠାରୁ ମଣିଷକୁ ଏବଂ ମଣିଷଠାରୁ ମଣିଷକୁ ସଂକ୍ରମଣ ହେଉଥିବା ସ୍ଵାଇନ୍ ଫ୍ଲୁ ଭୂତାଣୁର ଏକ ରେଖାଚିତ୍ର ଅଙ୍କନ କର ।
Ans:
୬. (କ) ଆମ ଶରୀରରେ ଥିବା ବିଭିନ୍ନ ଲିମ୍ଫୋସାଇଟ୍ର ନାମ ଓ କାର୍ଯ୍ୟ ଲେଖ ।
Ans:
ଟି-ଲିମ୍ଫୋସାଇଟ୍
(i) ଟି - ଲିମ୍ଫୋସାଇଟ୍କୁ ଟି -କୋଷ ମଧ୍ଯ କୁହାଯାଏ ।
(ii) ଟି-ଲିମ୍ଫୋସାଇଟ୍ର ପ୍ରାକ୍-ପ୍ରସ୍ତୁତି ଥାଇମସ୍ ଗ୍ରନ୍ଥି ରେ ହୋଇଥାଏ
(iii) ଏଗୁଡିକ ଶକ୍ତି ବଦ୍ଧକ ଲିମ୍ଫୋସାଇଟ୍ ଏବଂ ମଣିଷ ଶରୀରରେ କୋଷକୀୟ ରୋଗ ପ୍ରତିରୋଧୀ ବ୍ୟବସ୍ଥା ପାଇଁ ଦାୟୀ ।
ବି–ଲିମ୍ଫୋସାଇଟ
(i) ବି-ଲିମ୍ଫୋସାଇଟ୍କୁ ବି -କୋଷ କୁହାଯାଏ ।
(ii) ବି - ଲି ମ୍ଫୋସାଇଟ୍ ଗୁ ଡ଼ି କ ମ ଣି ଷ ର ଦ୍ବ ତୀ ୟ କ ଲସିକାଙ୍ଗ (Secondary Lymphoid Organ) ଯଥା : ସ୍କୁ ନ୍ ଓ ଲି ମ୍ପ ନୋଡ଼ ରେ ପ୍ରାକ୍ - ପ୍ର ସ୍ତୁ ତି ବା ସକ୍ରିୟ ହୋଇଥାନ୍ତି ।
(iii) ବି – ଲି ମ୍ଫୋସାଇଟ୍ ରୁ ଆଣ୍ଟିବଡି ତିଆରି ହୁଏ । ଏଗୁଡ଼ିକ ଆକୋୟାର୍ଡ ରୋଗ ପ୍ରତିରୋଧୀ ବ୍ୟବସ୍ଥା ପାଇଁ ଦାୟୀ ।
କିମ୍ବା,
ବିଶ୍ଵ ଉଷ୍ଣାୟନ କିପରି ଘଟିଥାଏ ?
Ans:
(i) କଳକାରଖାନା ଓ ଯାନବାହନ ଦ୍ବାରା ବିଭିନ୍ନ ଖଣିଜ ଇନ୍ଧନର ଦହନ ଓ ଜଙ୍ଗଲକ୍ଷୟ ଆଦି କାରଣରୁ ବାୟୁମଣ୍ଡଳରେ (CO₂) ଗ୍ୟାସ୍ର ମାତ୍ରା ବୃଦ୍ଧି ପାଇଥାଏ। ଫଳରେ ଏହି ବାଷ୍ପ ପୃଥିବୀପୃଷ୍ଠରୁ ଉପରସ୍ତରକୁ ତାପ ବିକିରଣରେ ବାଧା ସୃଷ୍ଟିକରେ । ଫଳରେ ତାପମାତ୍ରା ବୃଦ୍ଧିପାଏ, ଏହାକୁ ବିଶ୍ଵ ଉଷ୍ମାୟନ କୁହାଯାଏ ।
(ii) ଅଙ୍ଗାରକାମ୍ଳ ଗ୍ୟାସ୍ CO, ସମେତ କ୍ଲୋରୋଫ୍ଲୋରୋ କାର୍ବନ (CFC), ନାଇଟ୍ରସ୍ ଅକ୍ଟାଇଡ୍ (N₂O) ଓ ମିଥେନ୍ (CH ) ପ୍ରଭୃତି ଗ୍ୟାସୀୟ ପଦାର୍ଥ ମଧ୍ଯ ବିଶ୍ଵ ଉଷ୍ମାୟନର କାରଣ ହୋଇଥାନ୍ତି। ଏହି ସବୁ ବାଷ୍ପମାନଙ୍କୁ ସବୁଜ କୋଠରି ଗ୍ୟାସ୍ କୁହାଯାଏ।
ଖ) ଯକ୍ଷ୍ମା ରୋଗର ଚିହ୍ନଟ ପାଇଁ କେଉଁ କେଉଁ ପରୀକ୍ଷା କରାଯାଏ ?
Ans:
ରୋଗୀର କଫ ପରୀକ୍ଷା, ଛାତିର ଏକ୍ସରେ (X-ray) ପରୀକ୍ଷା ଓ ଟ୍ୟୁବରକୁଲିନ୍ ଟେଷ୍ଟ, ଇତ୍ୟାଦିରୁ ଏହି ରୋଗ ଚିହ୍ନଟ କରାଯାଇଥାଏ।
କିମ୍ବା,
ଭାରତୀୟ ଗୋରୁଗାଈଙ୍କର ପ୍ରସ୍ତୁତ କରାଯାଉଥିବା ଦୁଇଟି ଉନ୍ନତ ବ୍ରିଡ ନାମ ଲେଖ ।
Ans:
ଦୁଇଟି ଇପ୍ସିତ ବ୍ରିଡ଼ର ସଂଗମ କରାଇ ଏକ ନିଶ୍ଚିତ ଉନ୍ନତ ବ୍ରିଡ଼ ପ୍ରସ୍ତୁତ କରାଯାଇଥାଏ। ସହିୱାଲ ଏବଂ ଫ୍ରିଏସିଏନ୍ ବର୍ଗ ମଧ୍ୟରେ ସଂଗମ କରି ଫ୍ରିଏୱାଲ ନାମକ ଉନ୍ନତ କିସମ ଏବଂ ସେହିପରି ନାମା କରନ୍ ସ୍ଵିସ୍ ନାମକ ଅନ୍ୟ ଏକ ଉନ୍ନତ କିସମ ସୃଷ୍ଟି କରି ପ୍ରଚୁର ପରିମାଣରେ ଦୁଗ୍ଧ ଉତ୍ପାଦନ ହେଉଅଛି।
ଗ) ଆଖୁର ଏକ ପୀଡ଼କ କୀଟ ଓ ରୋଗର ନାମ ଲେଖ ।
Ans:
ପିଡକ କୀଟ - ଅଗବିନ୍ଧା ପୋକ, ସଅଳ କାଣ୍ଡବିନ୍ଧା ପୋକ, ପତ୍ରଡିଆଁ ପୋକ,
ରୋଗର ନାମ - ନାଲି ସଢା ରୋଗ
କିମ୍ବା,
କେଉଁ ଉଦ୍ଭିଦ ପୋଷକରୁ ଅଧିକ ଜୈବ ପଦାର୍ଥ ମିଳେ ଓ ଏହା କିପରି ଉତ୍ପନ୍ନ କରାଯାଏ ?
Ans:
(ଘ) ନ୍ୟୁକ୍ଲିଓସାଇଡର ଗଠନ କିପରି ହୁଏ ?
Ans:
(i)ଯେଉଁ ଏକକ ସୂତ୍ର (Chromatid) ପଞ୍ଚ ଅଙ୍ଗାରକୀୟ ଶର୍କରା ଏବଂ ଯବକ୍ଷାରୀୟ କ୍ଷାରକକୁ ନେଇ ଗଠିତ ହୋଇଥାଏ। ତାହାକୁ ନ୍ୟୁକ୍ଲିୟ ସାଇଡ୍ (Nucleoside) କୁହାଯାଏ।
(ii) ନ୍ୟୁକ୍ଲିୟୋସାଇଡ୍ ସହ ଫସ୍ସ୍ଫେଟ୍ ସଂଯୋଜିତ ହେଲେ, ଏହାକୁ ନ୍ୟୁକ୍ଲିୟୋଟାଇଡ଼୍ (Nucleotide) କୁହାଯାଏ ।
କିମ୍ବା,
କମଣ୍ଡଳୁ ଗଛ କିପରି ଖାଦ୍ୟ ସଂଗ୍ରହ କରେ ।Ans:
କମଣ୍ଡଳୁ ଗଛ ଏକ ମାଂସାହାରୀ ଗଛ। ଏହାର ପତ୍ର ଅଗ୍ରଭାଗ ବିଶେଷ ଭାବେ ଏକ ମୁଣା ପରି ତିଆରି ହୋଇଥାଏ । କୌଣସି ପତଙ୍ଗ ମୁଣା ଭିତରେ ପଶିଲେ ମୁଣାର ଘୋଡ଼ଣୀ ବନ୍ଦ ହୋଇଯାଏ ।
Comments
Post a Comment