1.(a) ବିଭିନ୍ନ ଅବସ୍ଥାରେ ଥିବା ପଦାର୍ଥର କଣିକାର ବୈଶିଷ୍ଟ୍ୟଗୁଡ଼ିକ ଆଲୋଚନା କର ।[ 4 ]
Ans: )
କଠିନ:
(i) ଏଗୁଡ଼ିକର ନିର୍ଦ୍ଦିଷ୍ଟ ଆୟତନ ଓ ଆକାର ଅଛି ।
(ii) ସେଗୁଡ଼ିକର କଣିକାଗୁଡ଼ିକ ମଧ୍ୟରେ ଦୃଢ ଆନ୍ତଃଆଣବିକ ବଳ ରହିଥାଏ ।
(iii) ଏଗୁଡ଼ିକୁ ବିନା ପାତ୍ରରେ ଗଚ୍ଛିତ ରଖାଯାଇପାରେ ।
(iv) କଣିକାଗୁଡ଼ିକ ମଧ୍ୟରେ ଅତି କମ୍ ଫାଙ୍କା ସ୍ଥାନ ଥାଏ ।
ତରଳ :
(i) ଏଗୁଡ଼ିକର ନିର୍ଦ୍ଦିଷ୍ଟ ଆୟତନ ଅଛି, କିନ୍ତୁ ନିର୍ଦ୍ଦିଷ୍ଟ ଆକାର ନାହିଁ ।
(ii) ଏଗୁଡ଼ିକର କଣିକାଗୁଡ଼ିକ ମଧ୍ଯରେ କମ୍ ଆନ୍ତଃ ଆଣବିକ ବଳ ରହିଥାଏ ।
(iii) ଏଗୁଡ଼ିକୁ ଗଚ୍ଛିତ ରଖିବା ପାଇଁ ପାତ୍ର ଆବଶ୍ୟକ ।
(iv) କଣିକାଗୁଡ଼କ ମଧ୍ୟରେ କମ୍ ଫାଙ୍କା ସ୍ଥାନ ଥାଏ ।
ଗ୍ୟାସିୟ :
(i) ଏଗୁଡ଼ିକର ନିର୍ଦ୍ଦିଷ୍ଟ ଆୟତନ କିମ୍ବା ଆକାର ନାହିଁ ।
(ii) ଏଗୁଡ଼ିକର କଣିକାଗୁଡ଼ିକ ମଧ୍ୟରେ ନଗଣ୍ୟ ଆନ୍ତଃ - ଆଣବିକ ବଳ ରହିଥାଏ ।
(iii) ଏଗୁଡ଼ିକୁ ଗଚ୍ଛିତ ରଖୁବା ପାଇଁ ଆବଦ୍ଧ ପାତ୍ର ଆବଶ୍ୟକ ।
(iv) କଣିକାଗୁଡ଼ିକ ମଧ୍ୟରେ ଅତି ବେଶୀ ଫାଙ୍କା ସ୍ଥାନ ଥାଏ ।
କିମ୍ବା;
ଦ୍ରବଣ କାହାକୁ କୁହାଯାଏ ? ବିଭିନ୍ନ ପ୍ରକାର ଦ୍ରବଣ ଉଦାହରଣ ସହ ବୁଝାଇ ଦ୍ରବଣର ଧର୍ମଗୁଡ଼ିକ ବିଷୟରେ ଲେଖ ।
Ans:
(b) ଲୈଖିକ ପଦ୍ଧତିରେ ତୃତୀୟ ଗତି ସମୀକରଣର ବ୍ୟୁପୂତ୍ତି କର ।
Ans:
କିମ୍ବା;
ବଳ, ବସ୍ତୁତ୍ଵ ଓ ତ୍ଵରଣ ମଧ୍ୟରେ ଥିବା ସଂପର୍କର ଗାଣିତିକ ସୂତ୍ରାୟନ ବୁଝାଇ ଲେଖ ।
2.(a) ମିଶ୍ରଣ ଓ ଯୌଗିକ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
Ans:
ମିଶ୍ରଣ :
(i) ଏହା ସମଜାତୀୟ ( ଦ୍ରବଣ) କିମ୍ବା ଅସମଜାତୀୟ ହୋଇପାରେ ।
(ii) ଏଥିରେ ଉପାଦାନଗୁଡ଼ିକର ନିଜସ୍ୱ ଧର୍ମ ସୁରକ୍ଷିତ ଥାଏ ।
(iii) ଏହାର ନିର୍ଦ୍ଦିଷ୍ଟ ସଂଯୁକ୍ତି ନ ଥାଏ ।
(iv) ଏହାର ସାନ୍ଦ୍ରତା, ଗଳନାଙ୍କ, ସ୍ଫୁଟନାଙ୍କ ଭଳି ଭୌତିକ ଗୁଣ ସ୍ଥିର ନ ଥାଏ ।
(v) ଏହାର ପ୍ରସ୍ତୁତି ବେଳେ ତାପ, ଆଲୋକ, ଧ୍ଵନି ଭଳି ଶକ୍ତିର ପରିବର୍ତ୍ତନ ପରିଲକ୍ଷିତ ହୁଏ ନାହିଁ ।
(vi) ଭୌତିକ ପଦ୍ଧତିରେ ଏହାର ଉପାଦାନଗୁଡ଼ିକୁ ପୃଥକ୍ କରାଯାଇପାରେ ।
(vii) ଏହାର ନିର୍ଦ୍ଦିଷ୍ଟ ସଂକେତ ନ ଥାଏ ।
(vii) ଏଥିରେ ଉପାଦାନଗୁଡ଼ିକ ଦୁର୍ବଳ ଆକର୍ଷଣ ବଳ ଦ୍ଵାରା ବାନ୍ଧିହୋଇ ରହିଥା’ନ୍ତି ।
ଯୌଗିକ
(i) ଏହା ଅସମଜାତୀୟ ପଦାର୍ଥ ଅଟେ |
(ii) ଏଥିରେ ଉପାଦାନଗୁଡ଼ିକ ନିଜସ୍ୱ ଧର୍ମ ହରାଇଥାନ୍ତି |
(ii) ଏଥିରେ ଉପାଦାନଗୁଡ଼ିକ ନିର୍ଦ୍ଦିଷ୍ଟ ବସ୍ତୁତ୍ ଅନୁପାତରେ ସଂଯୁକ୍ତ ଥାଆନ୍ତି ।
(iv) ଏହାର ସାନ୍ଦ୍ରତା, ଗଳନାଙ୍କ,ସ୍ଫୁଟନାଙ୍କ ଭଳି ଭୌତିକ ଗୁଣ ସ୍ଥିର ଥାଏ ।
(v) ଏହାର ପ୍ରସ୍ତୁତି ବେଳେ ତାପ, ଆଲୋକ, ଧ୍ବନି ଭଳି ଶକ୍ତିର ପରିବର୍ତ୍ତନ ପରିଲକ୍ଷିତ ହୋଇଥାଏ ।
(vi) ରାସାୟନିକ ପଦ୍ଧତିରେ ଏହାର ଉପାଦାନଗୁଡ଼ି ପୃଥକ କରାଯାଇପାରେ ।
(vi) ଏହାର ନିର୍ଦ୍ଦିଷ୍ଟ ସଂକେତ ଥାଏ ।
(vi) ଏଥୁରେ ଉପାଦାନଗୁଡ଼ିକ ଦୃଢ଼ ଆକର୍ଷଣ ବଳଦ୍ଵାରା ବାନ୍ଧିହୋଇ ରହିଥା’ନ୍ତି ।
କିମ୍ବା;
‘ ‘ବାଷ୍ପୀଭବନ ଶୀତଳତା 'ସୃଷ୍ଟି କରେ’’ ଉଦାହରଣ ସହ ବୁଝାଅ ।
(b) ଦ୍ରବଣର ଗାଢତା କହିଲେ କ'ଣ ବୁଝ ?
Ans:
(i) ଏକ ନିର୍ଦ୍ଦିଷ୍ଟ ବସ୍ତୁତ୍ଵ କିମ୍ବା ଆୟତନର ଦ୍ରବଣରେ ଥିବା ଦ୍ରବର ପରିମାଣକୁ ଦୂବଣର ଗାଢ଼ତା କୁହାଯାଏ କିମ୍ବା ଏକ ନିର୍ଦ୍ଦିଷ୍ଟ ବସ୍ତୁତ୍ କିମ୍ବା ଆୟତନର ଦ୍ରାବକରେ ଦ୍ରବୀଭୂତ ହେଉଥିବା ଦ୍ରବର ପରିମାଣକୁ ଦ୍ରବଣର ଗାଢ଼ତା କୁହାଯାଏ ।
(ii) ଦ୍ରବଣର ଗାଢ଼ତା = ଦ୍ରବର ପରିମାଣ ÷ ଦ୍ରବଣର ପରିମାଣ କିମ୍ବା ଦ୍ରବର ପରିମାଣ ÷ ଦ୍ରାବକ ର ପରିମାଣ
କିମ୍ବା;
ନିଉଟନ୍ଙ୍କ ଦ୍ୱିତୀୟ ଗତିନିୟମରୁ ପ୍ରଥମ ଗତି ନିୟମର ବାଖ୍ୟା କର ।
Ans:
(c) 100 କି.ଗ୍ରା. ବସ୍ତୁତ୍ଵର ଗୋଟିଏ ବସ୍ତୁ 6 ସେକେଣ୍ଡରେ 5ମି./ସେ. ପରିବେଗରୁ 8ମି./ସେ. ପରିବେଶ ବଗକୁ ତ୍ବରାନ୍ବିତ ହେଲା । ତାହାର ପାରମ୍ଭିକ ସଂବେଗ ଓ ଅନ୍ତିମ ସଂବେଗ କେତେ ? ବସ୍ତୁ ଉପରେ କେତେ ବଳ ପ୍ରଯୁକ୍ତ ହୋଇଥିଲା ନିର୍ଣ୍ଣୟ କର । [3]
Ans:
କିମ୍ବା;
ଗତିଶୀଳ ଏକ କାର୍ରେ ବ୍ରେକ୍ ଦେବାରୁ ଗାଡ଼ିଟି ଗତିର ବିପରୀତ ତିର ବିପରୀତ ଦିଗରେ 6 m/sec² ତ୍ଵରଣ ଲାଭ କଲା । କାର୍ଟି ସ୍ଥିର ହେବା ପାଇଁ ଯଦି 2 ସେକେଣ୍ଡ ସମୟ ଲାଗିଥାଏ, ତାହାହେଲେ ବ୍ରେକ୍ ମାରିବା ପରେ କାର୍ଟି କେତେ ଦୂର ଯାଇଥୁବ ?
3. (a) ପଦାର୍ଥର ପ୍ଲାଜମା ଅବସ୍ଥା କହିଲେ କ'ଣ ବୁଝ ?
Ans:
ପଦାର୍ଥର ଏହି ଅବସ୍ଥା ଅତି ଶକ୍ତିଶାଳୀ ଓ ଅତି ଉତ୍ତେଜିତ କଣିକାମାନଙ୍କ ଦ୍ବାରା ଗଠିତ ହୋଇଥାଏ । ଏହି କଣିକାଗୁଡ଼ିକ ଆୟନନ ହୋଇଥିବା ଗ୍ୟାସ୍ (ionised gas)ରେ ଆୟନ ଅବସ୍ଥାରେ ରହିଥାନ୍ତି । ନିୟନ ନିଦର୍ଶନ ବଲ୍ବ (sign lamp) ରେ ନିୟନ ଗ୍ୟାସ୍ ଥାଏ । ପ୍ରତିଦୀପ୍ତ (fluorescent tube) ନଳୀ ଭିତରେ ହିଲିୟମ୍ ବା ଅନ୍ୟ କିଛି ଗ୍ୟାସ୍ ରହିଥାଏ । ଏହି ଗ୍ୟାସ୍ମାନଙ୍କ ମଧ୍ୟରେ ଯେତେବେଳେ ବିଦ୍ୟୁତ୍ ଶକ୍ତି ପ୍ରବାହିତ ହୁଏ, ସେତେବେଳେ ସେମାନଙ୍କର କଣିକାମାନେ ଚାର୍ଜିତ ହୋଇ ଯାଆନ୍ତି ଓ ଗ୍ୟାସ୍ରେ ପ୍ଲାଜମା କଣିକାମାନେ ସୃଷ୍ଟି ହୁଅନ୍ତି । ପ୍ଲାଜମା କଣିକାମାନଙ୍କ ଉପସ୍ଥିତି ଯୋଗୁଁ ଆମେ ପ୍ରତିଦୀପ୍ତ ନଳୀରେ ଏକ ଶିଖାହୀନ ଆଲୋକ ଦୀପ୍ତି (glow) ଦେଖିପାରୁ । ଏହି ଦୀପ୍ତିର ରଙ୍ଗ ଗ୍ୟାସ୍ର ଗୁଣ ଉପରେ ନିର୍ଭର କରେ । ଭିନ୍ନ ଭିନ୍ନ ଗ୍ୟାସ୍ରେ ଏହି ଦୀପ୍ତିର ରଙ୍ଗ ଭିନ୍ନ ଭିନ୍ନ ହୋଇଥାଏ । ସୂର୍ଯ୍ୟ ଓ ଅନ୍ୟାନ୍ୟ ତାରାମାନେ ଯେଉଁ ଦୀପ୍ତି ପ୍ରକାଶ କରନ୍ତି ତାହା ସେଠାରେ ଥିବା ଅସଂଖ୍ୟ ପ୍ଲାଜମା କଣିକାମାନଙ୍କ ଉପସ୍ଥିତି ଯୋଗୁଁ ସମ୍ଭବପର ହୋଇଥାଏ । ତାରାମାନଙ୍କରେ ଅତି ଉଚ୍ଚ ତାପମାତ୍ରା ଯୋଗୁଁ ପ୍ଲାଜମା ସୃଷ୍ଟି ହୋଇଥାଏ ।
କିମ୍ବା;
ଚାପ ପରି(c) ଯୁକ୍ତାତ୍ମକ ତ୍ଵରଣ ଓ ବିଯୁକ୍ତାତ୍ମକ ତ୍ଵରଣ ମଧ୍ୟରେ ଉଦାହରଣ ସହ ପାର୍ଥକ୍ୟ ଦର୍ଶାଅ ।
କିମ୍ବା; ସମବୃତ୍ତୀୟ ଗତି କାହାକୁ କୁହାଯାଏ ? 2ଟି ସମବୃତ୍ତୀୟ ଗତିର ଉଦାହୁରଣ ଦିଅ ।ବର୍ତ୍ତନ ପ୍ରଭାବରେ ପଦାର୍ଥର ଅବସ୍ଥାରେ ପରିବର୍ତ୍ତନ ହୁଏ, ଗୋଟିଏ ଉଦାହରଣ ସହ ବୁଝାଅ ।
b) କଲଏଡ଼ୀୟ ଦ୍ରବଣର ଉପାଦାନଗୁଡ଼ିକ ବିଷୟରେ ବୁଝାଇ ଲେଖ ।
Ans:
କଲଏଡ୍, ଦ୍ରବଣ ଓ ସସ୍ପେନ୍ସନ୍ର ଏକ ମାଧ୍ୟ ଅବସ୍ଥା । ଏହା ଏକ ଅସମଜାତୀୟ ମିଶ୍ରଣ ଏବଂ ଏହାର କଣିକାଗୁଡ଼ିକର ଆକାର 1nm ରୁ 100 nm କଣିକାଗୁଡ଼ିକର ଆକାର ଖାଲି ଆଖିରେ ଦେଖିବା ପାଇଁ ଖୁବ୍ ଛୋଟ ହୋଇଥାଏ, କିନ୍ତୁ ଆଲୋକକୁ ବିସରିତ କରିବାପାଇଁ ଆବଶ୍ୟକୀୟ ଆକାରଠାରୁ ଅଧିକ ହୋଇଥାଏ ।
ଉଦାହରଣ : ସାବୁନ୍ ପାଣି, କ୍ଷୀର, ରକ୍ତ, କାଳି, ଅଠା ଇତ୍ୟାଦି ।
କିମ୍ବା;
ନୀଳ କାଳିରୁ ଆମେ କିପରି ରଙ୍ଗୀନ୍ ଉପାଦାନଗୁଡ଼ିକ ପାଇବା ?
Ans:
ଗୋଟିଏ ବିକର୍ରେ ଅଧାପାଣି ନେଇ ଏକ ୱାଚ୍ ଗ୍ଲାସ୍ ବିକର୍ ଉପରେ ରଖାଯାଉ । କିଛି ବୁନ୍ଦାକାଳି ଏହି ୱାଚ୍ ଗ୍ଲାସ୍ ଉପରେ ପକାଯାଉ । ବର୍ତ୍ତମାନ ବିକର୍ଟିକୁ ଗରମ କରିବା ଆରମ୍ଭ କରାଯାଉ । ୱାଚ୍ଗ୍ଲାସ୍ରୁ ବାଷ୍ପୀଭବନ ହେବାକୁ ଆରମ୍ଭ କରିବ । ଗରମ କରିବା ଚାଲୁ ରଖୁଲେ ବାଷ୍ପୀଭବନ ଘଟିବ ଏବଂ ଗରମ କରିବା ବନ୍ଦ କରିଦେଲେ ୱାଚ୍ ଗ୍ଲାସ୍ରେ ଆଉ ଅଧୁକ କିଛି ପରିବର୍ତ୍ତନ ଲକ୍ଷ୍ୟ କରିହେବନାହିଁ |
(c) ଯୁକ୍ତାତ୍ମକ ତ୍ଵରଣ ଓ ବିଯୁକ୍ତାତ୍ମକ ତ୍ଵରଣ ମଧ୍ୟରେ ଉଦାହରଣ ସହ ପାର୍ଥକ୍ୟ ଦର୍ଶାଅ ।
କିମ୍ବା;
ସମବୃତ୍ତୀୟ ଗତି କାହାକୁ କୁହାଯାଏ ? 2ଟି ସମବୃତ୍ତୀୟ ଗତିର ଉଦାହୁରଣ ଦିଅ ।
(d) ‘‘ବସ୍ତୁ ବାହ୍ୟବଳ ବିନା ସମପରିବେଗରେ ଗତି କରିପାରେ’’ ବୁଝାଇ ଲେଖ ।
କିମ୍ବା;
ନିଉଟନ୍ଙ୍କ ପ୍ରଥମ ଗତି ନିୟମକୁ ଜଡ଼ତ୍ୱର ନିୟମ କାହିଁକି କୁହାଯାଏ ?
1.(a) ନଗ୍ନବୀଜୀ ଓ ଆବୃତବୀଜୀ ଉଭିଦ କ'ଣ ? ଉଦାହରଣ ସହ ଏମାନଙ୍କର ଶରୀର ଗଠନ ସମ୍ବନ୍ଧରେ ଉଲ୍ଲେଖ କର । [4 ]
କିମ୍ବା;
ମାଇଟୋକଣ୍ଡ୍ରିଆର ଗଠନ ଓ ବିଶେଷତ୍ୱ ଉଲ୍ଲେଖ କର । (ଚିତ୍ର ଅନାବଶ୍ୟକ)
ଉତ୍ତର:
(i) ସମସ୍ତ ପ୍ରକାର ସୁନ୍ୟଷ୍ଟୀୟ କୋଷରେ ମାଇଟୋକଣ୍ଡ୍ରିଆ ଦେଖାଯାଏ। ଏହାର ଆକାର ଏକ ସିଲିଣ୍ଡର ବା କାକୁଡ଼ି ଆକୃତିର । ଏହାର ଆବରଣଟି ଦ୍ଵିସ୍ତରୀୟ ଝିଲ୍ଲୀ ଅଟେ । ବହିଃସ୍ତର ଝିଲ୍ଲୀ ଛିଦ୍ରଯୁକ୍ତ, ଚିକ୍କଣ ଓ ନମନୀୟ ଅଟେ । ଅନ୍ତଃସ୍ତର ଝିଲ୍ଲୀଟି ଭିତରପଟୁ ଭାଙ୍ଗି ହୋଇ ଆଙ୍ଗୁଠି ଭଳି ଲମ୍ବିଥାଏ।
(ii) ମାଇଟୋକଣ୍ଡ୍ରିଆର ଅନ୍ତଃସ୍ତର ଝିଲ୍ଲୀରେ ଆଙ୍ଗୁଠି ଭଳି ଲମ୍ବିଥିବା ଅଂଶଗୁଡ଼ିକୁ କ୍ରିଷ୍ଣା କୁହାଯାଏ। ଏହାର ମଧ୍ୟବର୍ତ୍ତୀ ସ୍ଥାନକୁ ଆଧାର କୁହାଯାଏ। ରାସାୟନିକ ପ୍ରକ୍ରିୟା ଦ୍ଵାରା ଏହି କ୍ରିଷ୍ଟାଠାରେ ଶକ୍ତି ଉତ୍ପନ୍ନ ହୋଇଥାଏ। ଏଠାରେ ଅମ୍ଳଜାନ ଦ୍ୱାରା ଖାଦ୍ୟପଦାର୍ଥଗୁଡ଼ିକର ଜାରଣ ଘଟି ତହିଁରୁ ATP ବା ଜୈବିକ ଶକ୍ତି ଉତ୍ପନ୍ନ ହୁଏ । କୋଷର 1 – ଆବଶ୍ୟକତା ଅନୁଯାୟୀ ଶକ୍ତି ଉତ୍ପନ୍ନ କରୁଥିବା ମାଇଟୋକଣ୍ଡ୍ରିଅନ୍କୁ କୋଷର ଶକ୍ତିକେନ୍ଦ୍ର କୁହାଯାଏ।
(iii) ମାଇଟୋକଣ୍ଡ୍ରିଆରେ DNA, RNA ଓ ରାଇବୋଜୋମ୍ ରହିଥାଏ । DNAଟି ଦ୍ବିକୁଣ୍ଡଳୀୟ ହେଲେ ମଧ୍ୟ ଗୋଲାକାର ହୋଇଥାଏ। DNA ର ନିର୍ଦ୍ଦେଶରେ ମାଇଟୋକଣ୍ଡ୍ରିଆରେ ଆବଶ୍ୟକ ହେଉଥିବା କେତେକ ପ୍ରକାରର ପୁଷ୍ଟିସାର ସଂଶ୍ଳେଷିତ ହୋଇଥାଏ। ସୁତରାଂ ଏହା ସ୍ଵାଧୀନ ଭାବରେ ନିଜର କେତେକ ପୁଷ୍ଟିସାର ସଂଶ୍ଳେଷଣ କରିପାରୁଥିବାରୁ ଏହାକୁ ‘ଅଦ୍ଧସ୍ଵୟଂଚାଳିତ ଅଙ୍ଗିକା’ କୁହାଯାଏ।
(b) ସଙ୍କରଜାତୀୟ କୁକୁଡ଼ାର ଲକ୍ଷଣଗୁଡ଼ିକ ଲେଖ ।
Ans:
ସଙ୍କର କୁକୁଡ଼ାମାନଙ୍କଠାରେ ନିମ୍ନଲିଖିତ ଗୁଣଗୁଡ଼ିକ ରହିଥାଏ; ଯଥା –
(i) ସଂଖ୍ୟାତ୍ମକ ଓ ଗୁଣାତ୍ମକ କୁକୁଡ଼ା ଚିଆଁ ଉତ୍ପାଦନ କରିବା ।
(ii) ବ୍ୟବସାୟିକ ଭିରିରେ କୁକୁଡ଼ା ଚିଆଁ ଉତ୍ପାଦନ ନିମନ୍ତେ ଉନ୍ନତ ଅଣ୍ଡିରା ଓ ମାଈ କୁକୁଡ଼ା ସୃଷ୍ଟି କରିବା ।
(iii) ଗ୍ରୀଷ୍ମଦିନେ ପରିବେଶକୁ ଖାପଖୁଆଇ ଚଳିପାରୁଥିବା ତଥା ଉଚ୍ଚତାପ ସହ୍ୟ କରି ପାରୁଥିବା କୁକୁଡ଼ାର ସୃଷ୍ଟି ।
(iii) ପରିଚାଳନାଗତ ଖର୍ଚ୍ଚ କମ୍ ।
(iv) ସର୍ବୋପରି ଅଣ୍ଡା ଦେବା କୁକୁଡ଼ାର ଆକାର ଛୋଟ କରି ଶସ୍ତାରେ ମିଳୁଥିବା କୃଷି ଉପଜାତ ପଦାର୍ଥକୁ ଖାଦ୍ୟ ଭାବରେ ବିନିଯୋଗ କରିବା ।
କିମ୍ବା;
ଜୈବସାର ଓ ରାସାୟନିକ ସାର ମଧ୍ୟରେ ଚାରିଗୋଟି ପାର୍ଥକ୍ୟ ଲେଖ
Ans:
ଜୈବ ସାର
a. ଏହାକୁ ସାଧାରଣତଃ ଉଦ୍ଭିଦ ତଥା ପ୍ରାଣୀମାନଙ୍କର ଦେହାବଶେଷ ଓ ମଳମୂତ୍ର ଇତ୍ୟାଦିର ଅପଘଟନରୁ ପ୍ରସ୍ତୁତ କରାଯାଇଥାଏ।
b. ଗୋବରଖତ, କମ୍ପୋଷ୍ଟ, ସବୁଜସାର, ଜିଆସାର ଇତ୍ୟାଦି ଉଦାହରଣ ଅଟେ।
c. ଏହାର ଜୈବ ବିଘଟନ ପ୍ରକ୍ରିୟା ଶୀଘ୍ର ହୋଇଥାଏ।
d. ଜୈବ ସାରର ବହୁଳ ବ୍ୟବହାର ଫଳରେ ମୃତ୍ତିକାର ଉର୍ବରତା ବୃଦ୍ଧି ପାଇଥାଏ।
ରାସାୟନିକ ସାର
a. ଏହାକୁ ସାଧାରଣତଃ ବିଭିନ୍ନ ରାସାୟନିକ ପଦାର୍ଥରୁ କାରଖାନାରେ ପ୍ରସ୍ତୁତ କରାଯାଇଥାଏ।
b. ଏହା ମୁଖ୍ୟତଃ ଦୁଇପ୍ରକାର, ଯଥା ସରଳ ସାର ଓ ଯୌଗିକ ସାର।
c. ଏହାର ଜୈବ ବିଘଟନ ଶୀଘ୍ର ହୋଇ ନଥାଏ।
d. ରାସାୟନିକ ସାରର ବହୁଳ ବ୍ୟବହାର ଫଳରେ ମୃଭିକାର ଉର୍ବରତା ହ୍ରାସ ପାଇଥାଏ।
(a) ଟାକ୍କ୍ସୋନମି କ’ଣ ? ଏହା ଦ୍ଵାରା ଜୀବଜଗତ ବିଷୟରେ କ’ଣ ଜାଣି ହୁଏ ? [4]
Ans:
(i) ପୃଥିବୀରେ ପ୍ରାୟ 15 ଲକ୍ଷରୁ ଅଧିକ ଜାତିର ଜୀବ ଥିବାର ଅନୁମାନ କରାଯାଏ। ଏମାନଙ୍କ ସମ୍ବନ୍ଧରେ ଅଧିକ ତଥ୍ୟ ଜାଣିବାକୁ ହେଲେ, ସେମାନଙ୍କ ମଧ୍ୟରେ ଥିବା ସାମଞ୍ଜସ୍ୟ ଓ ପାର୍ଥକ୍ୟକୁ ବିଚାର କରି ଶ୍ରେଣୀବିଭାଗ କରାଯାଏ | ବୈଜ୍ଞାନିକ ଭାଷାରେ ଏହାକୁ ଟାକ୍କ୍ସୋନମି/ ସିଷ୍ଟେମାଟିକ୍ସ କୁହାଯାଏ।
(ii) ଶ୍ରେଣୀବିଭାଗ ଦ୍ଵାରା ବିଭିନ୍ନ ଜୀବଙ୍କୁ ଚିହ୍ନିବା ସହଜ ହୋଇଥାଏ। ଜୈବ ବିବିଧତା ସମ୍ବନ୍ଧରେ ଅଧିକ ତଥ୍ୟ ମିଳିଥାଏ। ଜୀବମାନଙ୍କ ମଧ୍ୟରେ ଥିବା ପରସ୍ପର ସମ୍ବନ୍ଧ କଥା ଜାଣିହୁଏ ଏବଂ ବିଭିନ୍ନ ଭୌଗୋଳିକ ଅଞ୍ଚଳରେ ଜୀବମାନଙ୍କର ବିସ୍ତାର ସମ୍ବନ୍ଧରେ ଜ୍ଞାନ ବଢ଼ିଥାଏ।
କିମ୍ବା;
ଦ୍ବିପଦ ନାମକରଣ ପଦ୍ଧତି କ’ଣ ?
Ans:
(i) ଲିନିୟସ୍ଙ୍କ ପ୍ରବର୍ଷିତ ଦ୍ବିପଦ ନାମକରଣ ପଦ୍ଧତିକୁ ବାଇନୋମିଆଲ ନୋମେନ୍କ୍ଲେଚର କୁହାଯାଏ।
(ii) ଏହି ପଦ୍ଧତି ଅନୁଯାୟୀ ପ୍ରତ୍ୟେକ ଜୀବର ନାମକୁ 2ଟି ପଦରେ ବିଭକ୍ତ କରାଯାଇଛି। ଏହି ଦୁଇଟି ପଦ ମଧ୍ୟରୁ ପ୍ରଥମ ପଦଟି ପ୍ରଜାତିକୁ ଓ ଦ୍ବିତୀୟ ପଦଟି ଜାତିକୁ ବୁଝାଇଥାଏ।
b) ପୀଡ଼କ କୀଟ ଫସଲରେ କେଉଁ ସମସ୍ୟା ସୃଷ୍ଟି କରନ୍ତି ?
Ans
(i) ଶସ୍ୟକ୍ଷେତ୍ରରେ ଫସଲ ରହିଥିବା ସମୟରେ ତାହା ସାଧାରଣତଃ ଅନେକ ପୀଡ଼କ, ପୋକ ଓ ରୋଗଦ୍ଵାରା ଆକ୍ରାନ୍ତ ହୋଇଥାଏ।
(ii) କୃଷିକ୍ଷେତ୍ରରେ ପୀଡ଼କ କୀଟ ମୂଳ, କାଣ୍ଡ ଓ ପତ୍ରକୁ କାଟିଥାଏ।
(iii) ଉଭିଦରୁ ଖାଦ୍ୟ ଶୋଷଣ କରିବା ସହ ଫଳ ଓ କାଣ୍ଡକୁ କଣା କରିଦେଇଥାଏ।
କିମ୍ବା;
ଖାଦ୍ୟଉତ୍ପାଦନ ବୃଦ୍ଧିପାଇଁ କେଉଁ ପଦକ୍ଷେପ ନିଆଯିବା ଆବଶ୍ୟକ ?
(c) ଉଭିଦକୋଷର ନାମାଙ୍କିତ ଚିତ୍ର ଅଙ୍କନ କର । (ବର୍ଣନା ଅନାବଶ୍ୟକ)
Ans
କିମ୍ବା;
ବାଲାନୋଗ୍ଲୋସାସ୍ର ବିଭିନ୍ନ ଅଂଶ ଦର୍ଶାଇ ଚିତ୍ର ଅଙ୍କନ କର । (ବର୍ଣ୍ଣନା ଅନାବଶ୍ୟକ)
3. (a) ନ୍ୟୁକ୍ଲିୟସାଇଡ୍ ଓ ନ୍ୟୁକ୍ଲିୟଟାଇଡ୍ କ'ଣ ?
Ans:
(i) ଗୁଣସୂତ୍ରର ଯେଉଁ ଏକକ ସୂତ୍ରରେ 5 ଅଙ୍ଗାରକୀୟ ଶର୍କରା ଏବଂ ଯବକ୍ଷାରୀୟ କ୍ଷାରକକୁ ନେଇ ଗଠିତ ହୋଇଥାଏ, ତାହାକୁ ନ୍ୟୁକ୍ଲିଓସାଇଡ୍ କୁହାଯାଏ।
(ii) ନ୍ୟୁକ୍ଲିଓସାଇଡ୍ ସହ ଫସ୍ସ୍ଫେଟ୍ ସଂଯୋଜିତ ହେଲେ ଏହାକୁ ନ୍ୟୁକ୍ଲିଓଟାଇଡ୍ କୁହାଯାଏ ।
S
କିମ୍ବା;
କୋଷର ଆତ୍ମଘାତୀ ଥଳି କାହାକୁ କୁହାଯାଏ ଓ କାହିଁକି ?
Ans:
(i) କୌଣସି କାରଣରୁ ଜୀବକୋଷଟି କ୍ଷତିଗ୍ରସ୍ତ ବା ରୁଗ୍ଣ ହୋଇପଡ଼ିଲେ ଲାଇସୋଜୋମରେ ଥିବା ପାଚକ ଏନ୍ଜାଇମଗୁଡ଼ିକ ଜୀବକୋଷରେ ଥିବା ବିଭିନ୍ନ ଜୈବିକ ଅଣୁର ପଚନ ଘଟାଇଥାନ୍ତି। ଏଣୁ ଲାଇସୋଜୋମ୍କୁ କୋଷର ପାଚକ ଥଳୀ ଆଖ୍ୟା ଦିଆଯାଇଛି।
(ii) କ୍ଷତକୋଷ ବା ମୃତକୋଷଗୁଡ଼ିକୁ ଏହା ନଷ୍ଟ କରୁଥିବା କାରଣରୁ ଏହାକୁ ଆତ୍ମଘାତୀ ଥଳୀ ମଧ୍ୟ କୁହାଯାଏ।
(b) ଡ଼ିକ୍ଟିଓଜୋମ୍ କାହାକୁ କୁହାଯାଏ ଓ ଏହାର କାର୍ଯ୍ୟ ଲେଖ ।
କିମ୍ବା;
ମୋନେରାର ବିଶେଷତ୍ଵ ଲେଖ ।
Ans:
(i)ଏମାନଙ୍କ ନିର୍ଦ୍ଦିଷ୍ଟ ନ୍ୟଷ୍ଟି କିମ୍ବା କୋଷ ଅଙ୍ଗିକା ନଥାଏ।
(ii)ଏମାନେ ସମସ୍ତେ ଏକକୋଷୀୟ ପ୍ରୋକରିଓଟ୍ । କେତେକଙ୍କଠାରେ କୋଷଭିରି ରହିଥାଏ ।
(iii)ଏମାନେ ସ୍ୱଭୋଜୀ ବା ପରଭୋଜୀ ହୋଇଥାନ୍ତି।
(iv)ଉଦାହରଣ: ବୀଜାଣୁ, ନୀଳହରିତ୍ ଶୈବାଳ (ଆନାବେନା), ମାଇକୋପ୍ଲାଳମ୍ ଇତ୍ୟାଦି।
C) କବକମାନଙ୍କୁ ମୃତୋପଜୀବୀ କାହିଁକି କୁହାଯାଏ ?
Ans:
କଵକ ମାନେ ପଚାସଢ଼ା ଜୈବିକ ବଞ୍ଚିଥାନ୍ତି
କିମ୍ବା;
କମ୍ ଜଣାଥୁବା ଜାତି କ'ଣ ?
Ans:
(i) ଏହି ଜାତିର ଜୀବମାନେ ମାନବ ସମାଜଠାରୁ ବହୁତ ଦୂରରେ ଥିବାର ଆଶଙ୍କା କରାଯାଏ।
(ii) ଗଭୀର ସମୁଦ୍ରରେ ଏବଂ ମଣିଷ ଅପହଞ୍ଚ ଦ୍ଵୀପଗୁଡ଼ିକରେ ଥିବା ଜୀବଜନ୍ତୁ ଓ ବୃକ୍ଷରାଜି ଏହାର ଉଦାହରଣ ଅଟେ |
D) ଘନୀଭୂତ ଦୁଗ୍ଧ କ’ଣ ?
Ans:
(i) ଚିନି ମିଶାଇ ବା ନ ମିଶାଇ ଦୁଗ୍ଧରୁ ପାଣି ଅଂଶକୁ ଅଲଗା କରି ଅଧିକ ସାନ୍ଦ୍ରତା କରାଯାଏ।
(ii) ଏଥିରେ 31% କଠିନ ଦୁଗ୍ଧ ସହିତ ୨% ସ୍ନେହସାର ରହିଥାଏ।
କିମ୍ବା;
ଭର୍ମିକମ୍ପୋଷ୍ଟ କ’ଣ ?
Ans:
ଏହା ଜିଆଦ୍ଵାରା ଜୈବ ପଦାର୍ଥରୁ ପ୍ରସ୍ତୁତ ଏକ ଉନ୍ନତମାନର ଜୈବିକ ସାରର ଉଦାହରଣ ଅଟେ | ଏଥିପାଇଁ ଗୋବର, ଶୁଖୁଲାପତ୍ର, ନଡ଼ା ଓ ଅନ୍ୟାନ୍ୟ କୃଷିଜାତ ଦ୍ରବ୍ୟ, ରୋଷେଇ ଘରର ଜୈବିକ ଆବର୍ଜନା ମୁଖ୍ୟ ଉପାଦାନ ଅଟେ। ଜିଆଦ୍ଵାରା ଜୈବିକ ଆବର୍ଜନାରୁ ଜୈବିକ ପ୍ରକ୍ରିୟା ଦ୍ଵାରା ଏ ପ୍ରକାର ଖତ ପ୍ରସ୍ତୁତ ହୋଇଥାଏ। ଏହି ସାରରେ ଅଧିକ ପରିମାଣର ଅନେକ ଆବଶ୍ୟକୀୟ ପୋଷକ ଦ୍ରବ୍ୟ ରହିଥାଏ।
Comments
Post a Comment