1.(a) ବିଭିନ୍ନ ଅବସ୍ଥାରେ ଥିବା ପଦାର୍ଥର କଣିକାର ବୈଶିଷ୍ଟ୍ୟଗୁଡ଼ିକ ଆଲୋଚନା କର ।[ 4 ] Ans: ) କଠିନ: (i) ଏଗୁଡ଼ିକର ନିର୍ଦ୍ଦିଷ୍ଟ ଆୟତନ ଓ ଆକାର ଅଛି । (ii) ସେଗୁଡ଼ିକର କଣିକାଗୁଡ଼ିକ ମଧ୍ୟରେ ଦୃଢ ଆନ୍ତଃଆଣବିକ ବଳ ରହିଥାଏ । (iii) ଏଗୁଡ଼ିକୁ ବିନା ପାତ୍ରରେ ଗଚ୍ଛିତ ରଖାଯାଇପାରେ । (iv) କଣିକାଗୁଡ଼ିକ ମଧ୍ୟରେ ଅତି କମ୍ ଫାଙ୍କା ସ୍ଥାନ ଥାଏ । ତରଳ : (i) ଏଗୁଡ଼ିକର ନିର୍ଦ୍ଦିଷ୍ଟ ଆୟତନ ଅଛି, କିନ୍ତୁ ନିର୍ଦ୍ଦିଷ୍ଟ ଆକାର ନାହିଁ । (ii) ଏଗୁଡ଼ିକର କଣିକାଗୁଡ଼ିକ ମଧ୍ଯରେ କମ୍ ଆନ୍ତଃ ଆଣବିକ ବଳ ରହିଥାଏ । (iii) ଏଗୁଡ଼ିକୁ ଗଚ୍ଛିତ ରଖିବା ପାଇଁ ପାତ୍ର ଆବଶ୍ୟକ । (iv) କଣିକାଗୁଡ଼କ ମଧ୍ୟରେ କମ୍ ଫାଙ୍କା ସ୍ଥାନ ଥାଏ । ଗ୍ୟାସିୟ : (i) ଏଗୁଡ଼ିକର ନିର୍ଦ୍ଦିଷ୍ଟ ଆୟତନ କିମ୍ବା ଆକାର ନାହିଁ । (ii) ଏଗୁଡ଼ିକର କଣିକାଗୁଡ଼ିକ ମଧ୍ୟରେ ନଗଣ୍ୟ ଆନ୍ତଃ - ଆଣବିକ ବଳ ରହିଥାଏ । (iii) ଏଗୁଡ଼ିକୁ ଗଚ୍ଛିତ ରଖୁବା ପାଇଁ ଆବଦ୍ଧ ପାତ୍ର ଆବଶ୍ୟକ । (iv) କଣିକାଗୁଡ଼ିକ ମଧ୍ୟରେ ଅତି ବେଶୀ ଫାଙ୍କା ସ୍ଥାନ ଥାଏ । କିମ୍ବା; ଦ୍ରବଣ କାହାକୁ କୁହାଯାଏ ? ବିଭିନ୍ନ ପ୍ରକାର ଦ୍ରବଣ ଉଦାହରଣ ସହ ବୁଝାଇ ଦ୍ରବଣର ଧର୍ମଗୁଡ଼ିକ ବିଷୟରେ ଲେଖ । Ans: (b) ଲୈଖିକ ପଦ୍ଧତିରେ ତୃତୀୟ ଗତି ସମୀକରଣର ବ୍ୟୁପୂତ୍ତି କର । Ans: କିମ୍ବା; ବଳ, ବସ୍ତୁତ୍ଵ ଓ ତ୍ଵରଣ ମଧ୍ୟରେ ଥିବା...